Michael Clarke: ଦେଶକୁ ବିଶ୍ୱ ଚାମ୍ପିୟନ କରିଥିବା ଅଧିନାୟକଙ୍କୁ ସର୍ବସାଧାରଣରେ ଧଡ଼ାଧଡ଼ ଚାପୁଡ଼ା ଲଗାଇଲେ ଗର୍ଲଫ୍ରେଣ୍ଡ, Video
Advertisement

Michael Clarke: ଦେଶକୁ ବିଶ୍ୱ ଚାମ୍ପିୟନ କରିଥିବା ଅଧିନାୟକଙ୍କୁ ସର୍ବସାଧାରଣରେ ଧଡ଼ାଧଡ଼ ଚାପୁଡ଼ା ଲଗାଇଲେ ଗର୍ଲଫ୍ରେଣ୍ଡ, Video

Michael Clarke Video: ଭିଡିଓରେ କ୍ଲାର୍କଙ୍କ ଗର୍ଲଫ୍ରେଣ୍ଡ ତାଙ୍କୁ କ୍ରମାଗତ ଭାବେ ଦୁର୍ବ୍ୟବହାର କରୁଛନ୍ତି ଓ ଚାପୁଡ଼ା ମାରିଛନ୍ତି । ତଥାପି, କ୍ଲାର୍କ ତାଙ୍କୁ ବାରମ୍ବାର ବିଶ୍ୱାସ ଦେବାକୁ ଚେଷ୍ଟା କରୁଛନ୍ତି ଯେ, ତୁମେ ଭୁଲ୍, ତୁମେ ଭୁଲ୍ ।

ସୌ: ସୋସିଆଲ ମିଡିଆ

Michael Clarke incident: ଅଷ୍ଟ୍ରେଲିଆକୁ (Australia) ୨୦୧୫ ବିଶ୍ୱକପ୍ ଟାଇଟଲ୍ ଜିତାଇଥିବା କ୍ୟାପଟେନ୍ ମାଇକେଲ୍ କ୍ଲାର୍କ (Michael Clarke) ଅନେକ ସମୟରେ ବିବାଦରେ ରହି ଆସିଛନ୍ତି । ସେ ତାଙ୍କ ପତ୍ନୀ କିଲିଙ୍କ ସହିତ ବିବାହର ୭ ବର୍ଷ ପରେ ୨୦୧୯ ମସିହାରେ ଛାଡପତ୍ର ଦେଇଥିଲେ । ତାଙ୍କ ଛାଡପତ୍ର ୩୦୦ କୋଟି ଟଙ୍କା ପାଇଁ ହୋଇଥିଲା । କିନ୍ତୁ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ମଧ୍ୟ କ୍ଲାର୍କ ରେଲେସନସିପକୁ ନେଇ ହାର ମାନିନଥିଲେ ଓ ବର୍ତ୍ତମାନ ଏକ ନୂଆ ମାମଲାରେ କ୍ରିକେଟରଙ୍କ ନାମ ସାମ୍ନାକୁ ଆସୁଛି । କହିରଖୁଛୁ ଯେ, କ୍ଲାର୍କ ତାଙ୍କ ନୂଆ ଗର୍ଲଫ୍ରେଣ୍ଡ ସହିତ ପ୍ରତାରଣା କରିଥିବା ଜଣା ପଡିଛି । ଏପରିକି ଏହି କ୍ରିକେଟରଙ୍କୁ ତାଙ୍କ ପ୍ରେମିକା ସର୍ବସାଧାରଣରେ ଚାପୁଡ଼ା ମାରିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅଷ୍ଟ୍ରେଲିଆ ବିଶ୍ୱକପ୍‌ର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ତାଙ୍କ ଗର୍ଲଫ୍ରେଣ୍ଡ ଜାଡେ ୟାରବ୍ରୋଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ବୁଧବାର ରାତିରେ ଏହି ଦୁଇଜଣଙ୍କ ମଧ୍ୟରେ ଜୋରଦାର ଝଗଡା ହୋଇଥିଲା । ୨୦୧୫ ଦିନିକିଆ ବିଶ୍ୱକପରେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେବା ପରେ କ୍ରିକେଟରୁ ଅବସର ନେଇଥିବା କ୍ଲାର୍କ ଏକ ନୂଆ ମାମଲାରେ ଜଡିତ ଅଛନ୍ତି । ତାଙ୍କର ବର୍ତ୍ତମାନର ଗର୍ଲଫ୍ରେଣ୍ଡ ଜାଡେ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ପିପ ଏଡୱାର୍ଡସଙ୍କ ସହ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ।

ଏକ ପବ୍ଲିକ ପାର୍କରେ ଏହି ଦମ୍ପତିଙ୍କ ମଧ୍ୟରେ ଝାଗଡା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଡେଲି ଟେଲିଗ୍ରାଫ୍ ଅନୁଯାୟୀ କ୍ଲାର୍କ ଏହାକୁ ଗ୍ରହଣ କରୁନାହାଁନ୍ତି । ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସେ ତାଙ୍କ ଝିଅ ରାଣ ମଧ୍ୟ ଖାଉଛନ୍ତି । କ୍ଲାର୍କ କହିଛନ୍ତି ଯେ ସେ ତାଙ୍କ ଗର୍ଲଫ୍ରେଣ୍ଡକୁ ଠକି ନାହାଁନ୍ତି । କ୍ଲାର୍କ କହିଛନ୍ତି, ମୁଁ ରାଣ ଖାଉଛି ... ଏହା ସତ୍ୟ ନୁହେଁ।  ମୁଁ ମୋ ଝିଅର ରାଣ ଖାଉଛି, ମୋ ଝିଅର ଜୀବନ ଉପରେ ରାଣ ଖାଉଛି ।'

ଡେଲି ଟେଲିଗ୍ରାଫ୍ ମଧ୍ୟ ପୂରା ଘଟଣାର ଏକ ଫୁଟେଜ୍ ପୋଷ୍ଟ କରିଛି, ଯେଉଁଥିରେ କ୍ଲାର୍କଙ୍କୁ ଝଗଡା କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓରେ କ୍ଲାର୍କ ସାର୍ଟଲେସ୍ ନଜର ଆସିଛନ୍ତି । ଆଉ ତାଙ୍କ ଗର୍ଲଫ୍ରେଣ୍ଡ ପାଟି କରି ଧଡ଼ାଧଡ଼ ଚାପୁଡ଼ା ମାରି ଚାଲିଛନ୍ତି ।

ମାଇକେଲ କ୍ଲାର୍କ ଚିଟିଙ୍ଗ କରି ଫସିବାର ଏହା ପ୍ରଥମ ଘଟଣା ନୁହେଁ । ୨୦୧୮ ମସିହାରେ, ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ମାଇକେଲ କ୍ଲାର୍କ ତାଙ୍କ ସହକାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ସେତେବେଳେ କ୍ଲାର୍କଙ୍କର କିଛି ବ୍ୟକ୍ତିଗତ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହା ବି ପଢନ୍ତୁ: Road Accident: ଅଶୁଭ ଗୁରୁବାର, ସଡକ ଦୁର୍ଘଟଣାରେ ଗଲା ୧୩ ଜୀବନ, ମୃତ୍ୟୁ ମୁହଁରୁ ବଞ୍ଚିଗଲା ନବଜାତକ