SBI ଗ୍ରାହକଙ୍କ ପାଇଁ ଖୁସି ଖବର! ବର୍ତ୍ତମାନ Whatsapp ମାଧ୍ୟମରେ କରିପାରିବେ ଏହି ଜରୁରୀ କାମ
Advertisement
Article Detail0/zeeodisha/odisha1327085

SBI ଗ୍ରାହକଙ୍କ ପାଇଁ ଖୁସି ଖବର! ବର୍ତ୍ତମାନ Whatsapp ମାଧ୍ୟମରେ କରିପାରିବେ ଏହି ଜରୁରୀ କାମ

SBI Whatsapp Banking: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଅଛି, ବର୍ତ୍ତମାନ ଆପଣଙ୍କୁ ଆଉ ବ୍ୟାଙ୍କକୁ ଯାଇ ବ୍ୟାଙ୍କ ସହ ଜଡିତ ଛୋଟ ଛୋଟ କାମ ପାଇଁ ଲାଇନରେ ଛିଡା ହେବାକୁ ପଡିବ ନାହିଁ । ଏସବିଆଇ ହ୍ୱାଟସ୍ ଆପ୍ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରିଛି ।

ପ୍ରତୀକାତ୍ମକ ଛବି

SBI Whatsapp Banking: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଅଛି, ବର୍ତ୍ତମାନ ଆପଣଙ୍କୁ ଆଉ ବ୍ୟାଙ୍କକୁ ଯାଇ ବ୍ୟାଙ୍କ ସହ ଜଡିତ ଛୋଟ ଛୋଟ କାମ ପାଇଁ ଲାଇନରେ ଛିଡା ହେବାକୁ ପଡିବ ନାହିଁ । ଏସବିଆଇ ହ୍ୱାଟସ୍ ଆପ୍ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରିଛି । ଜାଣନ୍ତୁ ସେହି ସର୍ଭସି ଗୁଡିକ ବିଷୟରେ, ଯାହା SBI ଗ୍ରାହକମାନଙ୍କୁ ହ୍ବାଟସ ଆପରେ ପାଇ ପାରିବେ ।

ଏହି ସେବାଗୁଡିକ SBI ର ହ୍ବାଟସ୍ ଆପ୍ ସେବା ମାଧ୍ୟମରେ ଉପଲବ୍ଧ ହେବ:
ନିମ୍ନଲିଖିତ ସୂଚନା ଜାଣିବା ପାଇଁ ଆପଣ SBI ର ହ୍ୱାଟସ୍ ଆପ୍ ବ୍ୟାଙ୍କିଙ୍ଗ୍ ସେବା ବ୍ୟବହାର କରିପାରିବେ । 

୧. ଅକଡାଣ୍ଟ ବାଲାନ୍ସ (Account Balance)
୨. ଶେଷ ପାଞ୍ଚଟି କାରବାରର ମିନି ଷ୍ଟେଟମେଣ୍ଟ (Mini Statement) 

ଏସବିଆଇ ଏହା ମଧ୍ୟ ଖୁଲାସା କରିଛି ଯେ ବର୍ତ୍ତମାନ ଆକାଉଣ୍ଟଧାରୀମାନେ YONO ଆପରେ ଲଗ୍ ନକରି କିମ୍ବା ମିନି ଷ୍ଟେଟମେଣ୍ଟ ପାଇଁ ଏଟିଏମ୍ ପରିଦର୍ଶନ ନକରି ହ୍ୱାଟସ୍ ଆପରେ ଏହି ସୂଚନା ପାଇପାରିବେ । ତେଣୁ, ଯଦି ଆପଣଙ୍କର SBI ଆକାଉଣ୍ଟ୍ ଅଛି ଓ ନୂଆ SBI ହ୍ୱାଟସ୍ ଆପ୍ ବ୍ୟାଙ୍କିଙ୍ଗ୍ ସୁବିଧା ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ହ୍ୱାଟସ୍ ଆପ୍ ସେବା ପାଇଁ ଆପଣଙ୍କର SBI ଆକାଉଣ୍ଟକୁ ରେଜିଷ୍ଟ୍ରେସନ କରିବାକୁ ପଡିବ ଓ ପ୍ରଥମେ ଏକ SMS ମାଧ୍ୟମରେ ଆପଣଙ୍କ ସମ୍ମତି ଦେବାକୁ ପଡିବ ।

SBI ହ୍ୱାଟସ୍ ଆପ୍ ବ୍ୟାଙ୍କିଙ୍ଗ୍ ସେବା ପାଇଁ ଏହିପରି କରନ୍ତୁ ରେଜଜିଷ୍ଟ୍ରେସନ

ଷ୍ଟେପ୍ ୧: ବ୍ୟାଙ୍କ ଆକାଉଣ୍ଟକୁ SBI ହ୍ୱାଟସ୍ ଆପ୍ ବ୍ୟାଙ୍କିଙ୍ଗ୍ ସର୍ଭିସ ସହିତ ରେଜିଷ୍ଟ୍ରେସନ କରିବାକୁ, ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ SMS WAREG A/C No ଲେଖି (୯୧୭୨୦୮୯୩୩୧୪୮) ନମ୍ବରକୁ ପଠାନ୍ତୁ । ଥରେ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ହୋଇଗଲେ, ଆପଣ SBI ର ହ୍ୱାଟସ୍ ଆପ୍ ସେବା ବ୍ୟବହାର କରିବାକୁ ସମର୍ଥ ହେବେ ।

ଷ୍ଟେପ୍ ୨: ଏହାପରେ ହ୍ୱାଟସ୍ ଆପ୍ (+୯୦୯୦୨୨୬୯୦୨୨୬) ରେ 'HI' ଲେଖି ପଠାନ୍ତୁ । ଏହାପରେ ଏକ ପପ୍ ଅପ୍ ମେସେଜ୍ ଖୋଲିବ ।

ଷ୍ଟେପ୍ ୩: ବର୍ତ୍ତମାନ ଆପଣଙ୍କୁ ଆକାଉଣ୍ଟ୍ ବାଲାନ୍ସ, ମିନି ଷ୍ଟେଟମେଣ୍ଟ, ହ୍ୱାଟସ୍ ଆପ୍ ବ୍ୟାଙ୍କିଙ୍ଗର ଡି-ରେଜିଷ୍ଟର ବିକଳ୍ପ ଦିଆଯିବ ।

ଷ୍ଟେପ୍ ୪: ଆକାଉଣ୍ଟ୍ ବାଲାନ୍ସ ଯାଞ୍ଚ କରିବାକୁ ଆପଣଙ୍କୁ ୧ ଟାଇପ୍ କରିବାକୁ ପଡିବ ଓ ମିନି ଷ୍ଟେଟମେଣ୍ଟ ପାଇଁ ଆପଣଙ୍କୁ ୨ ଟାଇପ୍ କରିବାକୁ ପଡିବ ।

ଏହା ବି ପଢ଼ନ୍ତୁ: Anna Hazare Letter: କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଆନ୍ନା ହଜାରେ; ଚିଠି ଲେଖି କହିଲେ ଏସବୁ କଥା

ଏହା ବି ପଢ଼ନ୍ତୁ: Video: ମୃତ୍ୟୁ ସହ ମୁହାଁମୁହିଁ! ଲୋକାଲ୍ ଟ୍ରେନ୍ ଆଗକୁ ଡେଇଁଲେ ମହିଳା, ଏହାପରେ ଯାହା ଘଟିଲା...

ଏହା ବି ପଢ଼ନ୍ତୁ: Shubman Gill-Sara Ali Khan: ପାଞ୍ଚ ବର୍ଷ ବଡ ଥିବା 'ସାରା'ଙ୍କୁ ଡେଟ୍ କରୁଛନ୍ତି ଶୁଭମନ ଗିଲ! ଦେଖନ୍ତୁ VIDEO