କଳିଯୁଗର ଶ୍ରବଣ କୁମାର: ମାଆଙ୍କୁ ଝୁଲାରେ ବସାଇ କରାଇଲେ ମହାଦେବଙ୍କ ଦର୍ଶନ
Advertisement
Article Detail0/zeeodisha/odisha1767168

କଳିଯୁଗର ଶ୍ରବଣ କୁମାର: ମାଆଙ୍କୁ ଝୁଲାରେ ବସାଇ କରାଇଲେ ମହାଦେବଙ୍କ ଦର୍ଶନ

Sawan 2023: ପୁଅ ହେବ ତ ଏମିତି ! ମାଆଙ୍କ ସ୍ୱାସ୍ଥ୍ୟ ଖରାପ ସମୟରେ ମାନସିକ ଆଉ ଏବେ ସ୍ୱାସ୍ଥ୍ୟ ଭଲ ହେବାପରେ କାନ୍ଧରେ କାନ୍ଧେଇ ମନସ୍କାମନା ପୂରଣ ନିମନ୍ତେ ମହାପ୍ରଭୁଙ୍କ ଦର୍ଶନ 

କଳିଯୁଗର ଶ୍ରବଣ କୁମାର: ମାଆଙ୍କୁ ଝୁଲାରେ ବସାଇ କରାଇଲେ ମହାଦେବଙ୍କ ଦର୍ଶନ

Sawan 2023: କଥାରେ ଅଛି ପିତା ମାତାଙ୍କ ଠାରୁ ବଡ଼ ଦେବତା ଯେ ସରଗ ରାଇଜେ ନାହିଁ, କିନ୍ତୁ ବର୍ତ୍ତମାନ ସମୟରେ ଅନେକ ପିଲାମାନେ ନିଜ ଜନ୍ମଦାତ୍ରୀ ମାଆଙ୍କ ସମେତ ବାପାଙ୍କୁ ମଧ୍ୟ ନିଯ୍ୟାତନା ଦେଉଥିବାର ଖବର ଆପଣ ଅନେକ ଦେଖିଥିବେ । ଳାଳନ ପାଳନ କରି ଛୋଟରୁ ବଡ଼ କରିବା ପରେ ଯେତେବେଳେ ପିଲା ରୋଜଗାରକ୍ଷମ ହେଉଛନ୍ତି ସେତେବେଳେ ବଦଳିଯାଉଛି କିଛି ପିଲାଙ୍କ ମନୋଭାବ (Attitude) । ସେମାନେ ଭୁଲିଯାଉଛନ୍ତି ଅତୀତର ସ୍ନେହ, ପ୍ରେମ (Love) ଓ ଆଦର । ଏହାର ପ୍ରମାଣ ଅନେକ ଥର ସୋସିଆଲ ମିଡିଆ (Social media)ରେ ଭାଇରାଲ୍ ହୋଇଛି । ଅନେକ ସମୟରେ ପିତା, ମାତାଙ୍କୁ ପିଲାମାନେ ଘରୁ ବାହାର କରି ବୃଦ୍ଧାଶ୍ରମ ପଠାଇ ଦେଉଛନ୍ତି । କିନ୍ତୁ ଆପଣଙ୍କୁ ଆମେ କହିରଖିବାକୁ ଚାହିଁବୁ ସବୁ ମଣିଷ ସମାନ ନୁହନ୍ତି । ଆଜି ବି ସମାଜରେ ଅନେକ ପିଲା ଅଛନ୍ତି ଯେଉଁମାନେ କେବଳ ନିଜ ବାପା, ମାଙ୍କ ସେବା କରନ୍ତି ତାହା ନୁହେଁ ତାଙ୍କର ମନ ସ୍କାମନା ବି ପୂରଣ କରିଥାନ୍ତି ।

ବର୍ତ୍ତମାନ ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବାରୁ ରାସ୍ତାରେ ବୋଲବମ୍ ଯାତ୍ରୀଙ୍କ ଭିଡ ଦେଖିବାକୁ ମିଳୁଛି । ବାବା ଶିବଶଙ୍କରଙ୍କୁ ଜଳାଭିଷେକ କରିବାକୁ ଅନେକ ଭକ୍ତ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି । ରାସ୍ତାରେ ଲମ୍ୱା ଲାଇନରେ ଯାତ୍ରା ସହ ବୋଲ ବମ ହର ହର ବମ୍, ଓଁ ନମଃ ଶିବାୟ, ଜୟ ଶିବସମ୍ଭୁ ଏପରି ଅନେକ ନାମ ଶୁଣାଯାଉଛି । ଏହି ବୋଲବମ ଯାତ୍ରାରେ ଭକ୍ତମାନେ କେବଳ ଜଳାଭିଷେକ କରୁଛନ୍ତି ତାହା ନୁହେଁ, ନିଜର ମନସ୍କାମନା ପୂରଣ ମଧ୍ୟ କରୁଛନ୍ତି । ଆମେ ଆପଣଙ୍କୁ ଏପରି ଜଣେ ପୁଅ ବିଷୟରେ କହିବୁ ସେ ଶ୍ରାବଣ ମାସରେ ଜଳାଭିଷେକ କରିବାକୁ ବୋଲ ବମ୍ ଯାଇନାହାନ୍ତି । ତାଙ୍କ କାନ୍ଧରେ ପାଣିଭାର ବଦଳରେ ଥିଲା ନିଜ ଜନ୍ମଦାତ୍ରୀ ମାଆଙ୍କ ଭାର । କଳିଯୁଗର ଶ୍ରବଣ କୁମାର ସାଜି ନିଜ ମାଆଙ୍କ ମନସ୍କାମନା ପୂରଣ କରିବାକୁ ପୁଅ ବାହୁଙ୍ଗିରେ ଝୁଲା ତିଆରି କରି ହର ହର ମହାଦେବଙ୍କ ଦର୍ଶନ ପାଇଁ ନେଇଯାଉଛନ୍ତି ବୋଲ ବମ୍ ଭିଡ ଭିତରେ । ଏପରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ରଣଜିତ ନାମକ ଯୁବକ ।  ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ସୁଲତାନଗଞ୍ଜରୁ ଦେଓଗରକୁ ଯିବା ରାସ୍ତାରେ । ରାସ୍ତାରେ ଯିଏ ଏହି ଦୃଶ୍ୟକୁ ଦେଖୁଥିଲା ସେ ବେଶ୍ କିଛି ସମୟ ଅଟକିଯାଉଥିଲା । ଅନେକ ଲୋକ ରଣଜିତଙ୍କ ଏପରି କାମକୁ ପ୍ରଶଂସା ମଧ୍ୟ କରୁଥିଲେ । ନିଜ ମାଆଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ପୁଅର ଏହି ଲମ୍ୱା ପରିଶ୍ରମ ସମସ୍ତଙ୍କ ହୃଦୟକୁ କିଣିନେଇଥିଲା । କିଛି ବ୍ୟକ୍ତି କହୁଥିଲେ ପୁଅ ହେବ ତ ଏମିତି !

ରାସ୍ତାରେ ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ରଣଜିତ କହିଛନ୍ତି ଯେ,. ତାଙ୍କ ମାଆ ମହାପ୍ରଭୁ ଶିବ ଶଙ୍କରଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି । ସେ ଖୁବ୍ ଖୁସି ଅଛନ୍ତି ଦର୍ଶନ କରିବା ପାଇଁ । ମାଆ ଯେତେବେଳେ ଅସୁସ୍ଥ ଥିଲେ ସେତେବେଳେ ରଣଜିତ ଏପରି ଏକ ମାନସିକ କରିଥିଲେ । ରଣଜିତ ନିଜ ମାଆଙ୍କୁ ଖୁବ୍ ଭଲ ପାଆନ୍ତି ତେଣୁ ନିଜ ମାନସିକ ରକ୍ଷା କରିବା ପାଇଁ କରିଥିବା ମାନସିକକୁ ପୂରଣ କରିଛନ୍ତି । ଏହି କାମରେ ରଣଜିତଙ୍କ ଅନ୍ୟ ଦୁଇ ଭାଇ ମଧ୍ୟ ସହଯୋଗ କରିଛନ୍ତି । କହିବାକୁ ଗଲେ ପୂରା ପରିବାର ବାବାଙ୍କ ଦର୍ଶନ ପାଇଁ ରାସ୍ତା ଅତିକ୍ରମ କରୁଛନ୍ତି । ଅନ୍ୟପଟେ ରଣଜିତଙ୍କ ମାଆ ଦ୍ରୌପଦୀ ଦେବୀଙ୍କୁ ଏସମ୍ପର୍କରେ ପଚରା ଯିବାରୁ ତାଙ୍କ ଆଖିରୁ ଲୁହ ଝରିପଡିଥିଲା । ଲୁହର କାରଣ ପଚାରିବାରୁ ଦ୍ରୌପଦୀ କହିଥିଲେ ଯେ, ମୁଁ ଖୁବ୍ ଖୁସି ଅଛି । ମୁଁ ସୌଭାଗ୍ୟବତୀ କାରଣ ଭଗବାନ ମତେ ଏପରି ପୁଅ ଦେଇଛନ୍ତି । କଳିଯୁଗରେ ମୁଁ ପାଇଛି ଶ୍ରବଣ କୁମାର । ଯାହା ସମସ୍ତେ କେବଳ ବହିରେ ପଢନ୍ତି ଆଜି ମୋ ପୁଅ ତାହା କରି ଦେଖାଇଛି । ପ୍ରଭୁ ଶିବ ଶଙ୍କରଙ୍କୁ ପ୍ରାର୍ଥନା କରୁଛି ମୋର ପୁଅମାନଙ୍କୁ ସେ ସବୁବେଳେ ସାହା ହୁଅନ୍ତୁ । ତାଙ୍କ ଜୀବନ ଖୁସିରେ ଅତିବାହିତ ହେଉ । ସେହିଭଳି ଉତ୍ତରପ୍ରଦେଶର ଗ୍ରେଟର ନୋଏଡା, ବୁଲନ୍ଦଶାହରର ଧରାନର ଦେବ ଅଜୟ କୁମାର ମଧ୍ୟ କଳିଯୁଗର ଶ୍ରବଣ କୁମାର ପରି କାମ କରିଛନ୍ତି । ଉତ୍ତରପ୍ରଦେଶର ହରିଦ୍ୱାରରୁ ଅଜୟ ନିଜ ମାଆ ବାଲା ଦେବୀ ଏବଂ ଅନ୍ୟ ପଟେ  ୫୧ କେଜି ଓଜନର ଗଙ୍ଗା ଜଳ ନେଇ ଯାତ୍ରା କରିଥିଲେ ।

Also read- ସିନେ ଷ୍ଟାର, ବ୍ୟବସାୟୀ ଓ କ୍ରିକେଟରଙ୍କ ଫଟୋ ବ୍ୟବହାର କରି ଅନଲାଇନ୍ ସ୍କାମ: ୭୫ଲକ୍ଷ ଜବତ କଲା ଇଓଡବ୍ଲ୍ୟୁ