Ramadan 2024: ରମଜାନ ଇଫତାର ଉପରେ କାହିଁକି ଜାରି ହେଲା ନିଷେଧାଦେଶ? ସାମ୍ନାକୁ ଆସିଲା ବଡ଼ କାରଣ
Advertisement

Ramadan 2024: ରମଜାନ ଇଫତାର ଉପରେ କାହିଁକି ଜାରି ହେଲା ନିଷେଧାଦେଶ? ସାମ୍ନାକୁ ଆସିଲା ବଡ଼ କାରଣ

Saudi Arabia Ministry of Islamic Affairs: ରମଜାନ ଅବସରରେ ମସଜିଦ ପରିସରରେ ଆୟୋଜିତ ହେଉଥିବା  ଇଫତାର ଉପରେ ପ୍ରତିବନ୍ଧକ ଲଗାଇଛି ସାଉଦି ଆରବ ଇସଲାମିକ ବ୍ୟାପାର ମନ୍ତ୍ରଣାଳୟ।

Ramadan 2024: ରମଜାନ ଇଫତାର ଉପରେ କାହିଁକି ଜାରି ହେଲା ନିଷେଧାଦେଶ? ସାମ୍ନାକୁ ଆସିଲା ବଡ଼ କାରଣ

Ramadan Iftar Ban in Saudi Arabia: ଇସଲାମ ଧର୍ମର ପବିତ୍ର ରମଜାନ ମାସ ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେଉଛି। ଇସଲାମ ଧର୍ମର କେନ୍ଦ୍ର ଭାବେ ପରିଗଣିତ ସାଉଦି ଆରବ ଠାରେ ମଧ୍ୟ ଧାର୍ମିକ ମାସ ରମଜାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ପ୍ରତିବର୍ଷ ରମଜାନ ପୂର୍ବରୁ ସାଉଦି ଆରବ ପକ୍ଷରୁ କିଛି ନୂତନ ନିର୍ଦ୍ଦେଶାବଳୀ ଜାରି ହୋଇଥାଏ। ଚଳିତ ବର୍ଷ ମଧ୍ୟ ରମଜାନ ପାଇଁ ବହୁତ ନୂତନ ନିୟମ ଆସିଛି। ଏନେଇ ଜାରି ହୋଇଥିବା ନିୟମ ଅନୁଯାୟୀ ବର୍ତ୍ତମାନ ମସଜିଦ ପରିସରରେ ଇଫତାର ପାର୍ଟି ଆୟୋଜିତ ହୋଇପାରିବ ନାହିଁ। 

ସାଉଦି ଆରବ (Saudi Arabia) ଇସଲାମ ବ୍ୟାପାର ମନ୍ତ୍ରଣାଳୟ (Saudi Arabia Ministry of Islamic Affairs) ସ୍ୱଚ୍ଛତା ବିଷୟରେ ଚିନ୍ତା ପ୍ରକଟ କରିଛି। ରମଜାନ ମାସରେ (Ramadan Month 2024) ମସଜିଦ ପରିସରରେ ଇଫତାର (Ramadan Iftar in Mosque) ଆୟୋଜନ କରିବା ଉପରେ ପ୍ରତିବନ୍ଧକ ଲଗାଇଛି। ଏନେଇ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ରମଜାନ ଅବସରରେ (Ramadan 2024) ଆୟୋଜିତ ହେଉଥିବା ଇଫତାର ମସଜିଦ ପରିସରରେ ଅଳିଆ ଆବର୍ଜନ ଜମା ହୋଇଯାଏ। ଏହି କାରଣରୁ ମସଜିଦ ପରିସରକୁ ସଫା ରଖିବା ପାଇଁ ରମଜାନ ଅବସରରେ ଆୟୋଜିତ ହେଉଥିବା ଇଫତାର ବାହାରେ ଆୟୋଜନ କରିବା ଆବଶ୍ୟକ। ନୂତନ ନିୟମ ଅନୁଯାୟୀ, ଅନ୍ୟ କିଛି ସ୍ଥାନରେ କିମ୍ବା ମସଜିଦ ପ୍ରାଙ୍ଗଣରେ ରମଜାନ ଇଫତାର ଆୟୋଜନ କରାଯାଇପାରିବ।

କ୍ୟାମେରା ବ୍ୟବହାର ଉପରେ ଲାଗିଲା ପ୍ରତିବନ୍ଧକ
କେବଳ ଏତିକି ନୁହେଁ ଇସଲାମିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆହୁରି ଅନେକ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। ଯେପରି ମସଜିଦ ଭିତରେ କ୍ୟାମେରା ବ୍ୟବହାର। ବର୍ତ୍ତମାନ ଇମାମଙ୍କ ଭାଷଣ ସିଧା ପ୍ରସାରିତ ହେବ ନାହିଁ। ବର୍ତ୍ତମାନ ଇମାମ ରମଜାନ ଇଫତାର ଆୟୋଜନ ପାଇଁ ଲୋକଙ୍କ ଠାରୁ ଦାନ ଗ୍ରହଣ କରିବେ ନାହିଁ। କୁହାଯାଉଛି ଯେ ପବିତ୍ର ରମଜାନ ମାସରେ ଉପବାସ ଭାଙ୍ଗିବା ପାଇଁ ଅଧିକାଂଶ ମସଜିଦ ସନ୍ଧ୍ୟାରେ ଖାଦ୍ୟ ଏବଂ ପାନୀୟ ପାଇଁ ବ୍ୟବସ୍ଥା କରିଥାନ୍ତି। ଏହି କାର୍ଯ୍ୟ ଗରିବ ଏବଂ ଅସହାୟ ଲୋକଙ୍କ ପାଇଁ ହୋଇଥାଏ। ଯେଉଁମାନଙ୍କ ପାଖର ରମଜାନ ମାସରେ ରଖାଯାଉଥିବା ଉପବାସ "ରୋଜା" ଭାଙ୍ଗିବା ପାଇଁ ଖାଇବାକୁ କିଛି ନଥାଏ। 

ରମଜାନ ମାସରେ ପୈଗମ୍ବର ମହମ୍ମଦଙ୍କ ପଥ ଅନୁସରଣ କରିଥାନ୍ତି ମୁସଲିମ
ପବିତ୍ର ରମଜାନ ମାସରେ ମୁସଲମାନ ସମ୍ପ୍ରଦାୟର (Muslim Community) ଲୋକେ ଇସଲାମ ଧର୍ମର ପ୍ରତିଷ୍ଠାତା (Founder of Islam) ପୈଗମ୍ବର ମହମ୍ମଦଙ୍କ (Prophet Muhammad) ଦ୍ୱାରା ପ୍ରଦର୍ଶିତ ଉତ୍ତମ ମାର୍ଗ ଅନୁସରଣ କରିବାକୁ ଚେଷ୍ଟା କରିଥାନ୍ତି। ଏହି ସମୟ ମଧ୍ୟରେ ସେମାନେ ଖରାପ କାର୍ଯ୍ୟ କରିବାରୁ ଦୂରେଇ ରହିଥାନ୍ତି। ନିଜ ସମ୍ପର୍କୀୟଙ୍କୁ ସାହାଯ୍ୟ ସହଯୋଗ କରିଥାନ୍ତି। ରମଜାନ ମାସରେ ଉପବାସ "ରୋଜା" ରଖିବା ସମୟରେ ବ୍ୟକ୍ତି ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଖାଇବା ପିଇବା ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିଥାନ୍ତି। ରମଜାନ ମାସ ସମାପ୍ତ ହେବା ପରେ ମୁସଲମାନ ସମ୍ପ୍ରଦାୟର ଲୋକେ ଇଦ୍-ଉଲ-ଫିତର ପର୍ବକୁ ଧୂମଧାମର ସହ ପାଳନ କରିଥାନ୍ତି।