SAP ଇଣ୍ଡିଆ ଓ ଜୀ ବିଜନେସର ସହଭାଗିତାରେ 'ଡେୟାର ଟୁ ଡ୍ରିମ'ର ଚତୁର୍ଥ ସଂସ୍କରଣର ଲଞ୍ଚ
Advertisement
Article Detail0/zeeodisha/odisha1402590

SAP ଇଣ୍ଡିଆ ଓ ଜୀ ବିଜନେସର ସହଭାଗିତାରେ 'ଡେୟାର ଟୁ ଡ୍ରିମ'ର ଚତୁର୍ଥ ସଂସ୍କରଣର ଲଞ୍ଚ

ଡେୟାର ଟୁ ଡ୍ରିମର ଏହା ଚତୁର୍ଥ ସଂସ୍କରଣ। ଏହି ସଂସ୍କରଣରେ ସଫଳ ବ୍ୟବସାୟୀମାନଙ୍କୁ ସମ୍ବର୍ଦ୍ଧିତ କରିବାର ସମୟ, ଯେଉଁମାନେ ଏକ ସଂକଟମୟ ପରିସ୍ଥିତି ମଧ୍ୟରେ ନିଜକୁ ସଫଳ ବ୍ୟବସାୟୀ ଭାବେ ପ୍ରତିଷ୍ଠା କରିପାରିଛନ୍ତି।

SAP ଇଣ୍ଡିଆ ଓ ଜୀ ବିଜନେସର ସହଭାଗିତାରେ 'ଡେୟାର ଟୁ ଡ୍ରିମ'ର ଚତୁର୍ଥ ସଂସ୍କରଣର ଲଞ୍ଚ

ନୂଆଦିଲ୍ଲୀ: ଦେଶର ବିକାଶ ଗାଡ଼ିର ଇଞ୍ଜିନ କୁହାଯାଉଥିବା ଅଣୁ, ସୁକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗ ଗୁଡିକ (ଏମ୍ଏସ୍ଏମ୍ଇ) ଦେଶର ସମୃଦ୍ଧି ଏବଂ ଅମୃତକାଳର ଯାତ୍ରାରେ ବେଗ ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆଜି MSME ଗୁଡିକ ନିଯୁକ୍ତି ସୃଷ୍ଟି କରିବାରେ ଦ୍ୱିତୀୟ ବୃହତ୍ତମ ଉତ୍ସ ପାଲଟିଛି। ଏହା ସହିତ ନୂତନ ସାମଗ୍ରୀ ଉତ୍ପାଦନ କରିବା ସହିତ ବିଭିନ୍ନ ପ୍ରକାରର ସେବା ଯୋଗାଇ ଦେଇ ଆସୁଛନ୍ତି ଏହି ବର୍ଗର ଅନ୍ତର୍ଭୁକ୍ତ କମ୍ପାନୀମାନେ। ଦେଶର ଜିଡିପିର ଏକ ତୃତୀୟାଂଶ ପରିଚାଳନା କ୍ଷେତ୍ରରେ ନିଯୁକ୍ତି ଅଭିବୃଦ୍ଧି ଏବଂ ସୁଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି ଏହି କ୍ଷେତ୍ର। 

SAP Dare to Dream Awards 2022ର ଲକ୍ଷ୍ୟ ହେଉଛି MSMEର ଆଗଧାଡ଼ିର ନାୟକମାନଙ୍କୁ ସମ୍ମାନିତ କରିବା। ଏକ ସକରାତ୍ମକ ସାମାଜିକ ଅର୍ଥନୈତିକ ପ୍ରଭାବ ପକାଇବା ସହିତ ଅଧିକ ସୁଯୋଗ ସୃଷ୍ଟି କରିବା। ଏକ ଅନିଶ୍ଚିତ ଭବିଷ୍ୟତକୁ ଦେଖିବା ପାଇଁ ଏକ 'ଡିଜିଟାଲ୍ ମାନସିକତା' ବ୍ୟବହାର କରିବା ପାଇଁ ସେମାନଙ୍କର ଦୂରଦୃଷ୍ଟି ସମ୍ପନ୍ନ ଉତ୍ସାହକୁ ପ୍ରଦର୍ଶନ କରିବା ଏବଂ ପାଳନ କରିବା ଏହାର ମୂଳ ଲକ୍ଷ୍ୟ ରହିଛି। ଜୀ ବିଜନେସର ସହଭାଗିତାରେ ଏହି ପୁରସ୍କାର ପ୍ରସ୍ତୁତ କରାଯାଉଛି ଏବଂ SME ଇକୋସିଷ୍ଟମକୁ ଏହା ପ୍ରେରଣାଦାୟୀ କରିବ ବୋଲି ଆଶା କରାଯାଉଛି।

ଏହି ଉନ୍ମୋଚନ ସମ୍ପର୍କରେ ସୂଚନା ଦେଇ SAP ଭାରତୀୟ ଶାଖାର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ କୁଲମିତ ବାୱା କହିଛନ୍ତି ଯେ "ଭାରତରେ SAP ର ଯାତ୍ରା ସର୍ବଦା ଦେଶ ଗଠନରେ ନିଜକୁ ସାମିଲ କରିଛି।  ଏହା ପ୍ରାୟ ୩ ଶହ ମିଲିୟନରୁ ଅଧିକ ଭାରତୀୟଙ୍କ ଉପରେ ମହତ୍ୱ ପୂର୍ଣ୍ଣ ପ୍ରଭାବ ପକାଇଛି। ଭାରତର ମଧ୍ୟ-ବଜାରର ମିଳିତ ଶକ୍ତି ଏବଂ ସେମାନଙ୍କର ବିକାଶକୁ ପ୍ରୋତ୍ସାହିତ କରିଆସୁଛି। ଭବିଷ୍ୟତର କର୍ମଜୀବୀ ବିକାଶ ପାଇଁ ଏକ ବୈଷୟିକ ଭାଗିଦାରୀ ଭାବରେ କାର୍ଯ୍ୟ କରିବା, SME ସମ୍ପ୍ରଦାୟର ଜଣେ ବିଶ୍ୱସ୍ତ ପରାମର୍ଶଦାତା କିମ୍ବା ଦେଶର ନବସୃଜନ ବ୍ୟବସ୍ଥାକୁ ଆଗକୁ ନେବାରେ ସେମାନଙ୍କର ଶକ୍ତି ବୃଦ୍ଧି ଏବଂ ଇନ୍ଧନ ଦେଉଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସମସ୍ତ ବ୍ୟବସାୟ କ୍ଷେତ୍ରରେ ସଫଳ ବ୍ୟବସାୟୀମାନଙ୍କୁ ଚିହ୍ନିବା ଏବଂ ସମ୍ମାନ ଦେବା ଯେଉଁମାନେ ନୂତନ ଭାରତକୁ ବିକାଶ ଦିଗରେ ଆଗେଇ ନେଉଛନ୍ତି ବୋଲି ସେ କହିଥିଲେ।

ଏଠାରେ କହି ରଖୁ କି ଡେୟାର ଟୁ ଡ୍ରିମର ଏହା ଚତୁର୍ଥ ସଂସ୍କରଣ। ଏହି ସଂସ୍କରଣରେ ସଫଳ ବ୍ୟବସାୟୀମାନଙ୍କୁ ସମ୍ବର୍ଦ୍ଧିତ କରିବାର ସମୟ, ଯେଉଁମାନେ ଏକ ସଂକଟମୟ ପରିସ୍ଥିତି ମଧ୍ୟରେ ନିଜକୁ ସଫଳ ବ୍ୟବସାୟୀ ଭାବେ ପ୍ରତିଷ୍ଠା କରିପାରିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ବ୍ୟବସାୟୀମାନେ ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିକୁ ସାମ୍ନା କରିବା ଓ ପ୍ରତିକୂଳ ପରିସ୍ଥିତିରେ ନିଜ ବ୍ୟବସାୟର ଲାଭ ସହିତ ଦେଶର ଅଗ୍ରଗତିରେ ନିଜକୁ ସାମିଲ କରିପାରିଛନ୍ତି। 

ସେହିପରି ଏସଏପି ଉପମହାଦେଶୀୟ ଶାଖାର ଉପସଭାପତି ରାଜୀବ ସିଂହ କହିଛନ୍ତି କି ଭାରତୀୟ ଏମଏସଏମଇ ଓ ଏହାର ବ୍ୟାବସାୟିକ ନେତା କେବଳ ଭାରତୀୟ ବ୍ୟବସାୟ କରିବା ପାଇଁ ନୁହେଁ, ବରଂ ସ୍ୱଚ୍ଛଳ ଭାବେ ବଞ୍ଚିବାର ଧାରା ମଧ୍ୟ ସୃଷ୍ଟି କରିଥାଆନ୍ତି ବୋଲି ସେ କହିଥିଲେ। ଏହି ବ୍ୟବସାୟ ମଧ୍ୟରେ ୨୭ ପ୍ରତିଶତ ଖଦି ବ୍ୟବସାୟ ରହିଛି ଯେଉଁଥିରେ ଭଲ ଉନ୍ନତି ହୋଇଥାଏ ବୋଲି ସେ କହିଥିଲେ। ଭାରତ ଏବେ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛି। ଆସନ୍ତା ବର୍ଷ ବ୍ୟବସାୟ କ୍ଷେତ୍ରରେ ଏକ ବଡ଼ ଲମ୍ଫ ମାରିବାକୁ ଆମେ ପ୍ରସ୍ତୁତ ହେଉଛୁ ବୋଲି ସେ କହିଥିଲେ। 

ଚଳିତ ବର୍ଷର ଥିମ 'ଅଗଲି ବଡ଼ି ଛଲାଙ୍ଗ' ଉପରେ ନେତମାନେ ଖୁବଶୀଘ୍ର ଆଲୋଚନା କରିବେ। ଉଦ୍ୟୋଗ ଜଗତର ଦିଗ୍ଗଜ, ଜଣାଶୁଣା ତଥା ପ୍ରତିଷ୍ଠିତ ବିଚାରକ ତଥା ଅନୁଭବୀ, ଅଭିଜ୍ଞମାନେ ଗୋଟିଏ ଛାତ ତଳେ ଏକାଠି ହେବେ। ଏହି ପୁରସ୍କାର ବିତରଣ ଉତ୍ସବ ଆସନ୍ତା ନଭେମ୍ବର ୧୬ ତାରିଖରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଏହି ଏଡ଼ିସନରେ ଲିଡରସିପ ଲେକଚର, ଡିବେଟ ଓ ପ୍ୟାନେଲ ଡିସକସନ ଏମଏସଏମଇ ପାଇଁ ୨୦୪୭ରେ ଭାରତ ନେତୃତ୍ୱ ନେବାର ରାସ୍ତା ପରିସ୍କାର ହେବ। 

ଜୀ ବିଜନେସର ମ୍ୟାନେଜିଂ ଏଡ଼ିଟର ଅନୀଲ ସିଂଘଓ୍ୱି କହିଥିଲେ କି ଭାରତକୁ ଭାରତ ସହିତ ଯୋଡିବା କ୍ଷେତ୍ରରେ ଏମଏସଏମଇର ସଫଳତା ଇଣ୍ଡିଆ ଇଙ୍କରେ କୁହାଯାଇଥିବା କାହାଣୀ ମଧ୍ୟରୁ ଗୋଟିଏ. ଏସଏପିର ସହଯୋଗରେ ଆରମ୍ଭ କରାଯାଇଥିବା ଡେୟାର ଟୁ ଡ୍ରିମ ଯୋଜନା ଏହାର ପ୍ରମାଣ। SAP ସହିତ ମିଳିତ ଭାବରେ ଡେୟାର ଟୁ ଡ୍ରିମ୍ ପଦକ୍ଷେପ ଏହି ଅସାଧାରଣ କାହାଣୀର ଏକ ସାକ୍ଷ୍ୟ ଯାହା ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗୀମାନଙ୍କ ମାଧ୍ୟମରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ସଶକ୍ତ କରିଥାଏ। ଏହା ସହିତ ଆମେ ଆଶା କରୁଛୁ ଯେ ଶୁଣାଯାଇଥିବା ସ୍ୱର ଅଧିକ ସ୍ୱୀକୃତି ଏବଂ ପ୍ରଶଂସା ପାଇବ ବୋଲି ସେ କହିଥିଲେ।

ଏହି ପୁରସ୍କାର ପ୍ରଦାନ ଉତ୍ସବରେ ୧୨ଟି ବର୍ଗରେ ୫୦ରୁ ଅଧିକ ପୁରସ୍କାର ପ୍ରଦାନ କରାଯିବ। ଜୁରି ପ୍ୟାନେଲରେ ଇଣ୍ଡଷ୍ଟ୍ରିର ବିଶିଷ୍ଟ ବ୍ୟକ୍ତିତ୍ୱ ଅନ୍ତର୍ଭୁକ୍ତ ରହିବେ। ନବସୃଜନ, ପ୍ରଯୁକ୍ତିବିଦ୍ୟା, ଡିଜିଟାଲ୍ ପରିବର୍ତ୍ତନ ଏବଂ ଗ୍ରାହକଙ୍କୁ ଜିତିବାରେ ଅଗ୍ରଣୀ ଥିବା ନେତାମାନଙ୍କୁ ସେମାନେ ପୁରସ୍କାର ପ୍ରଦାନ କରିବେ। ଡେୟାର ଟୁ ଡ୍ରିମ୍ ପୁରସ୍କାର ଇନୋଭେସନକୁ ନେଇ ଉତ୍ସବ ପାଳନ କରେ ଏବଂ ଅନ୍ୟମାନଙ୍କୁ ସେମାନଙ୍କର ସ୍ୱପ୍ନକୁ ସାକାର କରିବାକୁ ପ୍ରେରଣା ଦିଏ। ଯଦି ଆପଣ ଜଣେ ଅଭିନବ ନେତା ଯିଏ ବ୍ୟବସାୟକୁ ନୂତନ ଉଚ୍ଚତାକୁ ନେଇଛନ୍ତି, ତେବେ ଧ୍ୟାନ ଦେବାର ସମୟ। ବିଶ୍ୱ ସହିତ ଆପଣଙ୍କର ଯାତ୍ରା ବାଣ୍ଟିବା ଏବଂ ନିଜକୁ ଏକ ଉଦାହରଣ ଭାବରେ ଦେଖିବା ପାଇଁ ଏହା ଏକ ଭଲ ସୁଯୋଗ। ଏଥିପାଇଁ ଆପଣ ନିଜକୁ ଏଥିରେ ସାମିଲ କରିପାରିବେ। ଆପଣ ଏଠାରେ ନୋମିନେସନ କରିପାରିବେ। 

ସମଗ୍ର ବିଶ୍ୱକୁ ଆପଣଙ୍କ ସୃଜନଶୀଳତା ତଥା ପ୍ରେରଣାଦାୟୀ ଯାତ୍ରା ସମ୍ପର୍କରେ ଅବଗତ କରାଇବାର ସମୟ ଆସିଯାଇଛି। ଆପଣଙ୍କୁ ସମଗ୍ର ବିଶ୍ୱରେ ଏଭଳି ଜଣେ ଇନୋଭେଟିବ ଲିଡର ଭାବେ ଦେଖାଯିବ, ଯାହାଙ୍କର ବ୍ୟବସାୟ ମାନଦଣ୍ଡ ନିର୍ଦ୍ଧାରଣ କରୁଥିବ। ଅଧିକ ଜାଣିବା ପାଇଁ ଆପଣ ଡେୟାର ଟୁ ଡ୍ରିମ ଇନୋବେସନ ଓ୍ୱେବସାଇଟ dare to dream awards 2023 କୁ ଯାଆନ୍ତୁ ଓ ନାମାଙ୍କନ କରିବା ପାଇଁ ଆସନ୍ତା ୨୯ ତାରିଖ ପୂର୍ବରୁ ଆପଣଙ୍କ ନାମାଙ୍କନ ଦାଖଲ କରନ୍ତୁ। Start your nomination process. 

SAP କଣ
SAP ହେଉଛି ପ୍ରତିଟି ବ୍ୟବସାୟକୁ ଆଗକୁ ନେବାପାଇଁ ସହାୟତା ଯୋଗାଉଥିବା ଏକ ସଂଗଠନ। ଏସଏପି ହେଉଛି ଆପ୍ଲିକେସନ ସଫ୍ଟଓ୍ୱେୟାର ମାର୍କେଟରେ କିଙ୍ଗ। ବିଭିନ୍ନ ବର୍ଗରେ ରହିଥିବା କମ୍ପାନୀକୁ ସର୍ବଶ୍ରେଷ୍ଟ ବନାଇବାରେ ଏସଏପି ସହଯୋଗର ହାତବଢାଇଥାଏ। ସମଗ୍ର ବିଶ୍ୱରେ ୮୭ ପ୍ରତିଶତ ଗ୍ଲୋବାଲ କମର୍ସ ଏସଏପି ସିଷ୍ଟମ ସହିତ ସମ୍ପୃକ୍ତ ରହିଥାଏ। ଏସଏପିର ମେସିନ ଲର୍ଣ୍ଣିଂ, ଇଣ୍ଟରନେଟ ଅଫ ଥିଙ୍ଗସ, ଆଡଭାନସଡ ଆନାଲିଟିକାଲ ଟେକ୍ନୋଲୋଜି କାରବାର ଉପରେ ସ୍ଥିରତା ଉପରେ ମଧ୍ୟ ସହଯୋଗ କରିଥାଏ। ଏପରିକି ଏସଏପି ଲୋଗୋ ଏବଂ ଅନୁଷ୍ଠାନକୁ ମଜବୁତ କରିବା ଦିଗରେ ମଧ୍ୟ ଦିଗଦର୍ଶନ ପ୍ରଦାନ କରିଥାଏ। www.sap.com.

zee business କଣ
ZEE BUSINESS ହେଉଛି ଭାରତର ଏକ ନମ୍ବର ହିନ୍ଦି ବ୍ୟବସାୟିକ ଚ୍ୟାନେଲ। ଏହା ଏକ ଲାଭପ୍ରଦ ଚ୍ୟାନେଲ। ଏଥିରେ କେବଳ ଭାରତର ବ୍ୟବସାୟ ସମ୍ବନ୍ଧିତ ଖବର ଗୁଡ଼ିକ ପ୍ରସାରଣ କରାଯାଏ। ଏହି ଚ୍ୟାନେଲଟି ୨୪x୭ ଫର୍ମାଟରେ ଖବର ପରିବେଷଣ କରିଥାଏ। ଦେଶରେ ବ୍ୟବସାୟକୁ ନେଇ ପରିବର୍ତ୍ତନ ଏହି ଚ୍ୟାନେଲରେ ପ୍ରଦର୍ଶିତ ହୋଇଥାଏ। ବଜାର ଉତ୍ଥାନ, ପତନ, ଷ୍ଟାର୍ଟଅପ ଆଦି ସମ୍ପର୍କରେ ଖବର ପରିବେଷଣ କରିଥାଏ। ଆମ ଦ୍ୱାରା ପ୍ରଦର୍ଷିତ କାର୍ଯ୍ୟକ୍ରମ ଗୁଡ଼ିକ  ସବୁଠାରୁ ପ୍ରଥମେ ରହିଥାଏ।  ବିଶ୍ୱ ବଜାରରୁ ଘରୋଇ ଫ୍ରାଞ୍ଚାଇଜ୍ ପର୍ଯ୍ୟନ୍ତ, ବହୁ ପ୍ରଭାବଶାଳୀ ପ୍ରସଙ୍ଗଠାରୁ ଆରମ୍ଭ କରି ଆପଣଙ୍କ ଟଙ୍କା କେଉଁଠାରେ ରହିବା ପର୍ଯ୍ୟନ୍ତ ଅନେକଗୁଡ଼ିଏ ବିଷୟକୁ ଅନ୍ତର୍ଭୁକ୍ତ କରିଥାଏ। ଆମର ଲେନ୍ସ ଆପଣଙ୍କୁ ସୂଚିତ କରେ, ଆପଣଙ୍କୁ ସଶକ୍ତ କରେ।
Visit: http://www.zeebiz.com

#DaretoDream #TheNextBigLeap