Sambalpur violence: ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ସ୍ଥଗିତ
Advertisement

Sambalpur violence: ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ସ୍ଥଗିତ

Sambalpur violence: ସମ୍ବଲପୁରରେ ଆଜି ପୁଣି ଥରେ ସହରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ସାରା ଜିଲ୍ଲାରେ ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ । ତେବେ ଆଜି ସମଗ୍ର ଜିଲ୍ଲାରେ ବ୍ରଡ଼ ବ୍ୟାଣ୍ତ ଓ ଲିଜ ଲାଇନ ସେବା ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ । 

ସୌ(ସୋସିଆଲ ମିଡିଆ)

Sambalpur violence: ସମ୍ବଲପୁର (Sambalpur) ସହରରେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଥିଲେ ସୁଦ୍ଧା ଆଜି ପୁଣି ଥରେ ସହରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ (sambalpur internet service suspended) ରଖାଯାଇଛି । ସାରା ଜିଲ୍ଲାରେ ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ । ତେବେ ଆଜି ସମଗ୍ର ଜିଲ୍ଲାରେ ବ୍ରଡ଼ ବ୍ୟାଣ୍ତ ଓ ଲିଜ ଲାଇନ ସେବା ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ତେବେ ପରସ୍ଥିତିକୁ ଦୃଷ୍ଟିରେ ରଖି ସୋସିଆଲ ମିଡ଼ିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି । ତେବେ ଏହାକୁ ମିଶାଇ ଜିଲ୍ଲାରେ ଲଗାତର ୮ ଦିନ ଧରପି ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ସେପଟେ ଧୀରେ ଧୀରେ ସ୍ବାଭାବିକ ହେଉଛି ସମ୍ବଲପୁର ସହରରେ ଜୀବନଯାତ୍ରା। ବର୍ତ୍ତମାନ ଜନସାଧାରଣଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ଲାଗି ବାହାରକୁ ଆସୁଥିବା ଦେଖିବାକୁ ମିଳୁଛି । ଗତକାଲି ପ୍ରଥମ ଥର ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରାୟ ୧୧ ଘଣ୍ଟା ଧରି କର୍ଫ୍ୟୁ (curfew) କୋହଳ କରାଯାଇଥିଲା ।

ପ୍ରକାଶ ଥାଉ କି, ହନୁମାନ ଜୟନ୍ତୀ ବାଇକ ରାଲିରେ ପଥର ମାଡ଼ ଘଟଣା ପରେ ହିଂସା ରୋକିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ (Internet service suspended) କରିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ଏହାବ୍ୟତୀତ ଫେସବୁକ, ଇଣ୍ଟାଗ୍ରାମ ଓ ଟୁଇଟର ଆଦିରେ ପୋଷ୍ଟ ଉପରେ ମଧ୍ଯ କଟକଣା ଜାରି କରାଯାଇଥିଲା । ସୂଚନାଯୋଗ୍ୟ, ଆସନ୍ତା ୨ ଦିନରେ କର୍ଫ୍ୟୁ (curfew) ଆହୁରୀ କୋହଳ କରିବା ନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ତେବେ ହନୁମାନ ଜୟନ୍ତୀ (Hanuman jayanti) ବାଇକ ଶୋଭାଯାତ୍ରା ସମୟରେ ହୋଇଥିବା ଟେକା, ପଥର ମାଡ଼ ଘଟଣା ଓ ୧୪ ତାରିଖରେ ଦୋକାନ ଭଙ୍ଗାରୁଜା ଓ ପୋଡା଼ଜଳା ଘଟଣାରେ ବର୍ତ୍ତମାନ ସୁଦ୍ଧା ୮୫ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ କେତେକ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି । ତେବେ ଏମାନଙ୍କୁ ଧରିବା ଲାଗି ପୋଲିସ ଛାନଭିନ ଜାରି ରଖିଛି ।

ଏହା ମଧ୍ଯ ପଢନ୍ତୁ-Odisha News: ବହୁ ବିବାଦ ପରେ ବଦଳିଲେ କୋଇଡ଼ା ବିଡି଼ଓ ପଲ୍ଲବୀରାଣୀ ରାଜ

ସୂଚନାଯୋଗ୍ୟ, ଗତ ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ (Hanuman Jayanti) ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁର (Sambalpur) ସହରରେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍‌ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଅତିରିକ୍ତ ଏସ୍ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣା ପରଠାରୁ ସମ୍ବଲପୁରରେ ଉତ୍ତେଜନା ଲାଗି ରହିଥିଲା। ଉତ୍ତ୍ୟକ୍ତ ଲୋକମାନେ ଦୋକାନ ପୋଡ଼ା ଜଳା କରିବା ସହ ଭଙ୍ଗା ରୁଜା କରିଥିଲେ। ଏହାକୁ ଦୃଷ୍ଟିରେ ସମ୍ବଲପୁରରେ ଇଣ୍ଟରନେଟ୍ ସେବାକୁ  (Internet service) ବନ୍ଦ କରିଦିଆଯାଇଥିଲା।

ଏହା ମଧ୍ଯ ପଢନ୍ତୁ-Weather update: ତତଲା କଡ଼େଇରେ ଭାଜି ହେଉଛି ସାରା ଓଡି଼ଶା, ୬ ଜିଲ୍ଲାକୁ ହିଟ୍ ୱେବ ୱାର୍ଣ୍ଣିଂ ଜାରି

ଏହା ମଧ୍ଯ ପଢନ୍ତୁ-Bamboo Made Handicraft: ଲୋପ ହେବାକୁ ବସିଲାଣି ବାଉଁଶ ଶିଳ୍ପ, କୌଳକି ବୃତ୍ତି ଛାଡ଼ି ଅନ୍ୟ କାର୍ଯ୍ୟ କରୁଛନ୍ତି କାରିଗର