Trending Photos
CBI News: ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଲମାନ ରେହମାନ ଖାନଙ୍କୁ ରୱାଣ୍ଡାରୁ ଭାରତକୁ ଆଣିଛି ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବା ସିବିଆଇ। ଏଥିପାଇଁ ସେ ଇଣ୍ଟରପୋଲ ଓ ଏନଆଇଏର ସହାୟତା ଲୋଡିଥିଲା। ଏନେଇ ଏହି ଦୁଇ ତଦନ୍ତକାରୀ ଅନୁଷ୍ଠାନ ସହିତ ଆଲୋଚନା ମଧ୍ୟ ଆରମ୍ଭ କରିଥିବା ସୂଚନା ରହିଛି। ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଅପରାଧିକ ଷଡଯନ୍ତ୍ର ମାମଲାରେ RC 28/2023 / NIA / DLI ରେଜିଷ୍ଟ୍ରେସନ୍ କରିଥିଲା। ଆତଙ୍କବାଦୀ ସଂଗଠନର ସଦସ୍ୟ ହୋଇ ଆତଙ୍କବାଦୀ ସଂଗଠନ ତଥା ଅସ୍ତ୍ରଶସ୍ତ୍ର ଆଇନ ଏବଂ ବିସ୍ଫୋରକ ପଦାର୍ଥ ଆଇନ ସହ ଜଡିତ ଅପରାଧକୁ ସହାୟତା ପ୍ରଦାନ କରିଥିଲା। ଆନ୍ତର୍ଜାତୀୟ ସ୍ତରରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବା (LeT) ର ସଦସ୍ୟ ହୋଇ ବେଙ୍ଗାଲୁରୁ ସହରରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ଯୋଗାଇବାରେ ଏହା ସାହାଯ୍ୟ କରିଥିଲା। ବେଙ୍ଗାଲୁରୁ ସହରର ହେବଲ ପୋଲିସ ଷ୍ଟେସନରେ ଏକ FIR 149/2023 ମଧ୍ୟ ପଞ୍ଜିକୃତ ହୋଇଥିଲା।
ଏନଆଇଏର ଅନୁରୋଧ କ୍ରମେ ଗତ ଅଗଷ୍ଟ ୨ ତାରିଖରେ ଇଣ୍ଟରପୋଲରୁ ଏହି ବ୍ୟକ୍ତିଙ୍କ ବିରୋଧରେ ସିବିଆଇ ଏକ ରେଡ ନୋଟିସ ପାଇଥିଲା। ଏହି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଖୋଜିବା ପାଇଁ ଏହା ବିଶ୍ୱର ସମସ୍ତ ଆଇନ ପ୍ରଣୟନକାରୀ ସଂସ୍ଥାକୁ ପଠାଯାଇଥିଲା। ପରବର୍ତ୍ତୀ ସମୟରେ, ଏହି ବ୍ୟକ୍ତି INTERPOL ନ୍ୟାସନାଲ ସେଣ୍ଟ୍ରାଲ ବ୍ୟୁରୋ - କିଗାଲୀ ସହିତ ଘନିଷ୍ଠ ସହଯୋଗରେ ରୁୱାଣ୍ଡାରେ ଠାବ ହୋଇଥିଲେ।
ସିବିଆଇ ଦ୍ୱାରା ନୋଟିସ ଜାରି ହୋଇଥିବା ବରକତ ଅଲି ଖାନଙ୍କୁ ଇଣ୍ଟରପୋଲ ମାଧ୍ୟମରେ ସାଉଦି ଆରବରେ ଠାବ କରାଯାଇଥିଲା। ଏଥିରେ ସିବିଆଇର ଏକ ଟିମ ଗତ ୧4 ତାରିଖରେ ସାଉଦି ଆରବ ଗସ୍ତ କରି ତାଙ୍କୁ ଗିରଫ କରାଯାଇଥିଲା। ଏହି ଆତଙ୍କୀ ବିରୋଧରେ ବିସ୍ଫୋଟକ ସାମଗ୍ରୀ ଯୋଗାଇବା ଏବଂ ଦଙ୍ଗା କରିବା ଭଳି ଗୁରୁତର ଅଭିଯୋଗ ରହିଥିଲା। ସିବିଆଇ ପକ୍ଷରୁ ଏହି ଆତଙ୍କୀ ବିରୋଧରେ ୨୦୨୨ ମସିହା ଡିସେମ୍ବର ୬ ତାରିଖରେ ରେଡ ନୋଟିସ ଜାରି କରିଥିଲା।