ନୂଆ ବର୍ଷ ପୂର୍ବରୁ ପେଟିଏମ କର୍ମଚାରୀଙ୍କୁ ଝଟକା... ୧୦୦୦ ରୁ ଅଧିକ କର୍ମଚାରୀ ଛଟେଇ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha2028533

ନୂଆ ବର୍ଷ ପୂର୍ବରୁ ପେଟିଏମ କର୍ମଚାରୀଙ୍କୁ ଝଟକା... ୧୦୦୦ ରୁ ଅଧିକ କର୍ମଚାରୀ ଛଟେଇ, ଜାଣନ୍ତୁ କାରଣ

 Paytm layoffs: ବିଜୟ ଶେଖର ଶର୍ମାଙ୍କ କମ୍ପାନୀ ପେଟିଏମରେ ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୧୦ ପ୍ରତିଶତ କର୍ମଜୀବୀ ପ୍ରଭାବିତ ହୋଇଛନ୍ତି। ଅତୀତରେ ଫିଣ୍ଟେକ୍ କମ୍ପାନୀଗୁଡିକରେ ହୋଇଥିବା ଛଟେଇରେ ଏବେ ପେଟିଏମ ନାମ ମଧ୍ୟ ଯୋଡ଼ି ହୋଇଛି ।

ନୂଆ ବର୍ଷ ପୂର୍ବରୁ ପେଟିଏମ କର୍ମଚାରୀଙ୍କୁ ଝଟକା... ୧୦୦୦ ରୁ ଅଧିକ କର୍ମଚାରୀ ଛଟେଇ, ଜାଣନ୍ତୁ କାରଣ

 Paytm layoffs: ବର୍ଷ ୨୦୨୩ ଶେଷ ହେବାକୁ ଆଉ କେବଳ ୬ ଦିନ ବାକି ଅଛି ଏବଂ ନୂତନ ବର୍ଷ ଅର୍ଥାତ୍ ୨୦୨୪ କୁ ସ୍ୱାଗତ କରିବା ପାଇଁ ସାରା ଦେଶରେ ଜୋରଦାର ପ୍ରସ୍ତୁତି ଚାଲିଛି । ଅନେକ ଛୋଟ ଏବଂ ବଡ କମ୍ପାନୀରେ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ଉତ୍ସବର ପରିବେଶ ଦେଖିବାକୁ ମିଳିଛି, କିନ୍ତୁ ଅନଲାଇନ୍ ପେମେଣ୍ଟ (Online payment) ସେବା ଯୋଗାଉଥିବା ଏକ ବଡ଼ କମ୍ପାନୀ ପେଟିଏମ, ନୂତନ ବର୍ଷ ଆରମ୍ଭ ପୂର୍ବରୁ ଏହାର କର୍ମଚାରୀମାନଙ୍କୁ ଏକ ବଡ଼  ଝଟକା ଦେଇଛି । ବାସ୍ତବରେ, ପେଟିଏମର ପ୍ୟାରେଣ୍ଟ୍ କମ୍ପାନୀ ୱାନ୍ ୯୭ କମ୍ୟୁନିକେସନ୍ ୧୦୦୦ ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି।

ବିଜନେସ୍ ଟୁଡେରେ ପ୍ରକାଶିତ ଇଟି ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୩ ଶେଷ ପୂର୍ବରୁ ହିଁ ପେଟିଏମ୍ ବଡ଼ ଛଟେଇ କରିଛି ଏବଂ ଏକ ସମୟରେ ୧୦୦୦ ରୁ ଅଧିକ କର୍ମଚାରୀଙ୍କୁ ପେଟିଏମ୍ ଲେ ଅଫ୍ କରି ବାହାର କରି ଦିଆଯାଇଛି। କଷ୍ଟ କଟିଂ ଏବଂ ବ୍ୟବସାୟକୁ ଶୃଙ୍ଖଳିତ କରିବା ପ୍ରକ୍ରିୟାର ଏକ ଅଂଶ ଭାବରେ ପେଟିଏମ୍ ଏହି ବଡ଼ ଛଟେଇ କରିଛି । ଏହା ସହିତ, ଏହା ମଧ୍ୟ ସୂଚିତ କରାଯାଇଛି ଯେ ଆଗାମୀ ଦିନରେ ଏଭଳି ଅଧିକ ନିଷ୍ପତ୍ତି ନିଆଯାଇପାରେ । ରିପୋର୍ଟ ଅନୁଯାୟୀ, ଗତ କିଛି ମାସ ମଧ୍ୟରେ ଏହି ଛଟେଇ ହୋଇଛି ।

ବିଜୟ ଶେଖର ଶର୍ମାଙ୍କ କମ୍ପାନୀ ପେଟିଏମ୍ ରେ ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ୱାରା ପେଟିଏମ୍ ର ୧୦% କାର୍ଯ୍ୟ ପ୍ରଭାବିତ ହୋଇଛି।ଅତୀତରେ ଫିଣ୍ଟେକ୍ କମ୍ପାନୀଗୁଡିକରେ ହୋଇଥିବା ଛଟେଇରେ ଏବେ ପେଟିଏମ ନାମ ମଧ୍ୟ ଯୋଡ଼ି ହୋଇଛି । ରିପୋର୍ଟ ଅନୁଯାୟୀ, ପେଟିଏମରେ ଏହି ଛଟେଇ କାରଣରୁ କମ୍ପାନୀର ଋଣ ବ୍ୟବସାୟ ସହ ଜଡିତ ବିଭାଗ ଅଧିକ ପ୍ରଭାବିତ ହୋଇଛି।

ଏଥିପାଇଁ ନିଆଯାଇଥିଲା ଛଟେଇ ନିଷ୍ପତ୍ତି
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷରେ କର୍ମଚାରୀଙ୍କ ମୂଲ୍ୟ ୧୦ ରୁ ୧୫ ପ୍ରତିଶତ ହ୍ରାସ କରିବାକୁ ପେଟିଏମ୍ ଲକ୍ଷ୍ୟ ରଖିଛି। ସେ କହିଛନ୍ତି କି ଛଟେଇ ଦ୍ୱାରା ପ୍ରଭାବିତ ହୋଇଥିବା ଅଧିକାଂଶ ପୋଷ୍ଟଗୁଡିକୁ କୃତ୍ରିମ ବୁଦ୍ଧିମତା (ଏଆଇ) ଦ୍ୱାରା ପୁନଃସ୍ଥାପିତ କରଯାଇଛି।  ମୁଖପାତ୍ର ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ବର୍ଷରେ ପେଟିଏମ୍ ପେମେଣ୍ଟ ବ୍ୟବସାୟରେ କର୍ମଚାରୀଙ୍କ ସଂଖ୍ୟା ୧୫,୦୦୦ ବୃଦ୍ଧି କରାଯାଇପାରେ ।

Also Read- କାଲିମେଳାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଜବତ ହେଲା ବିପୁଳ ମାଓ ସାମଗ୍ରୀ

Also Read- ପୁରୀ ଶ୍ରୀମନ୍ଦିର ପାଇଁ ହେବ ନୂଆ ବାଟାଲିୟନ, ୧୧୯୦ ନିଯୁକ୍ତି ସୁଯୋଗ