Russian Women: ଶିଶୁ ଜନ୍ମ କରିବା ପାଇଁ ଏହି ଦେଶରେ ପହଞ୍ଚିଲେ ହଜାର ହଜାର ଋଷୀୟ ମହିଳା, ଜାଣନ୍ତୁ କ'ଣ ରହିଛି କାରଣ
Advertisement

Russian Women: ଶିଶୁ ଜନ୍ମ କରିବା ପାଇଁ ଏହି ଦେଶରେ ପହଞ୍ଚିଲେ ହଜାର ହଜାର ଋଷୀୟ ମହିଳା, ଜାଣନ୍ତୁ କ'ଣ ରହିଛି କାରଣ

Russian Women: ମହିଳାମାନେ ପ୍ରସବ ପୂର୍ବରୁ ଆର୍ଜେଣ୍ଟିନାରେ ପହଞ୍ଚିଥିଲେ । ସେମାନଙ୍କର ପାଖରେ ଟୁରିଷ୍ଟ ଭିସା ଥିଲା । କିନ୍ତୁ ସେମାନେ କୁଆଡେ ଯିବେ, ଆର୍ଜେଣ୍ଟିନାରେ ସେମାନେ କ’ଣ କରିବେ? ଅଧିକାରୀମାନେ ଏହି ପ୍ରଶ୍ନର ଉତ୍ତର ପାଇଲେ ନାହିଁ । ଋଷର ଏହି ୬ ଜଣ ମହିଳାଙ୍କ ପାଖରେ କୌଣସି ରିଟର୍ଣ୍ଣ ଟିକେଟ ମଧ୍ୟ ନଥିଲା । ଏହି ବିଷୟ ଆର୍ଜେଣ୍ଟିନାର ଇମିଗ୍ରେସନ୍ ବିଭାଗର ଚିନ୍ତା ବଢ଼ାଇ ଦେଇଛି ।

Russian Women: ଶିଶୁ ଜନ୍ମ କରିବା ପାଇଁ ଏହି ଦେଶରେ ପହଞ୍ଚିଲେ ହଜାର ହଜାର ଋଷୀୟ ମହିଳା, ଜାଣନ୍ତୁ କ'ଣ ରହିଛି କାରଣ

Russian Women: ଅନେକ ଘଣ୍ଟାର ଉଡ଼ାଣ ପରେ ଆର୍ଜେଣ୍ଟିନା (Argentina) ର ରାଜଧାନୀ ବୁଏନୋସ୍ ଆଇରେସ (Buenos Aires) ରେ ପହଞ୍ଚିଥିବା ୬ ଜଣ ଋଷୀୟ ମହିଳା (Russian Women) ଙ୍କୁ ବିମାନବନ୍ଦରରେ ଇମିଗ୍ରେସନ୍ ଅଧିକାରୀମାନେ ଅଟକାଇ ଥିଲେ । ମହିଳାମାନେ ପ୍ରସବ ପୂର୍ବରୁ ଆର୍ଜେଣ୍ଟିନାରେ ପହଞ୍ଚିଥିଲେ । ସେମାନଙ୍କର ପାଖରେ ଟୁରିଷ୍ଟ ଭିସା ଥିଲା । କିନ୍ତୁ ସେମାନେ କୁଆଡେ ଯିବେ, ଆର୍ଜେଣ୍ଟିନାରେ ସେମାନେ କ’ଣ କରିବେ? ଅଧିକାରୀମାନେ ଏହି ପ୍ରଶ୍ନର ଉତ୍ତର ପାଇଲେ ନାହିଁ । ଋଷର ଏହି ୬ ଜଣ ମହିଳାଙ୍କ ପାଖରେ କୌଣସି ରିଟର୍ଣ୍ଣ ଟିକେଟ ମଧ୍ୟ ନଥିଲା । ଏହି ବିଷୟ ଆର୍ଜେଣ୍ଟିନାର ଇମିଗ୍ରେସନ୍ ବିଭାଗ (Migration Department of Argentina) ର ଚିନ୍ତା ବଢ଼ାଇ ଦେଇଛି ।

ହଠାତ୍ ପୂରା ଘଟଣା ସ୍ପଷ୍ଟ ହେବାକୁ ଲାଗିଲା । ବାସ୍ତବରେ ଅନେକ ଋଷୀୟ ନାଗରିକ (Russian Citizens) ଆର୍ଜେଣ୍ଟିନାରେ ନିଜ ସନ୍ତାନ (Argentina) କୁ ଜନ୍ମ ଦେବାକୁ ଚାହାଁନ୍ତି । ଆର୍ଜେଣ୍ଟିନାରେ ଜନ୍ମ ହୋଇଥିବା ଶିଶୁ ସହଜରେ ସେଠାରେ ନାଗରିକ ହୋଇଯାଆନ୍ତି । ଏହା ଯୋଗୁଁ ଗତ ଏକ ବର୍ଷ ମଧ୍ୟରେ ବୁଏନୋସ୍ ଆଇରେସ (Buenos Aires) ରେ ନବଜାତ ଶିଶୁଙ୍କ ସହ ଋଷୀୟ ମହିଳା ଓ ଋଷୀୟ ଦମ୍ପତିମାନେ ଦେଖାଯାଉଛନ୍ତି । କାଫେ, ପାର୍କ, ବସ୍ ଏବଂ ଘରୋଇ କ୍ଲିନିକରେ ଅନେକ ଋଷୀୟ ନାଗରିକଙ୍କୁ ଦେଖିବା ଓ ଋଷୀୟ ଭାଷା ଶୁଣିବା ସ୍ୱାଭାବିକ ହୋଇପଡ଼ିଛି ।

ଗର୍ଭବତୀ ଋଷୀୟ ମହିଳାମାନେ ବୁଏନୋସ୍ ଆଇରେସର ସାନେଟେରିଓ ଫିନ୍ସିଏଟୋ କ୍ଲିନିକାଲରେ ସର୍ବଦା ଦେଖାଯାଏ । କ୍ଲିନିକ୍ ଅଧିକାରୀ ଗୁଇଲେର୍ମୋ କାପୁୟା କୁହନ୍ତି, ଏହା ଏକ ଟ୍ରେଣ୍ଡରେ ପରିଣତ ହେବ ବୋଲି ଆମେ କଳ୍ପନା କରିନାହୁଁ । ଗତ ତ୍ରୈମାସିକରେ ଏହି ସଂଖ୍ୟା ବହୁତ ବୃଦ୍ଧି ପାଇଛି । ଡିସେମ୍ବର ୨୦୨୨ରେ କ୍ଲିନିକରେ ୨୦୦ ଶିଶୁ ଜନ୍ମ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଋଷୀୟ ଥିଲେ । ଦକ୍ଷିଣ ଆମେରିକୀୟ ଦେଶରେ ପହଞ୍ଚିଥିବା ଅଧିକାଂଶ ଋଷୀୟମାନେ ସ୍ପାନିଶ୍ ଭାଷା କହିପାରନ୍ତି ନାହିଁ । ଅଧିକାଂଶ ଋଷ ନାଗରିକ ପ୍ରଥମ ଥର ପାଇଁ ଆର୍ଜେଣ୍ଟିନାରେ ପହଞ୍ଚିଛନ୍ତି । ମାଇଗ୍ରେସନ୍ ଏଜେନ୍ସିର ନିର୍ଦ୍ଦେଶକ ଫ୍ଲୋରେନ୍ସିଆ କାରିଜାନୋ କହିଛନ୍ତି ଯେ, ଋଷର ନାଗରିକଙ୍କ ଆଗମନ ବର୍ତ୍ତମାନ ଏକ ଟ୍ରେଣ୍ଡରେ ପରିଣତ ହୋଇଛି । କେବଳ ଗତ ତିନିମାସ ମଧ୍ୟରେ ୫,୮୦୦ ଋଷ ନାଗରିକ ଗର୍ଭବତୀ ମହିଳା (Russian Women) ଙ୍କ ସହ ଆର୍ଜେଣ୍ଟିନାରେ ପହଞ୍ଚିଛନ୍ତି ।

ଅଧିକ ପଢ଼ନ୍ତୁ:-ମୋବାଇଲ୍ ସିମ୍ କାର୍ଡ ସହ ଜଡ଼ିତ ନିୟମରେ ସରକାର କଲେ ବଡ଼ ପରିବର୍ତ୍ତନ, ଜାଣନ୍ତୁ ଏବେ କେଉଁ ଗ୍ରାହକଙ୍କୁ ମିଳିବନି SIM

ଅଧିକ ପଢ଼ନ୍ତୁ:-ଭୁଲ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି କି ଟଙ୍କା? ଚିନ୍ତା କରନ୍ତୁନି, ଫେରି ପାଇବେ ଆପଣଙ୍କ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

ଏହା ବି ପଢ଼ନ୍ତୁ-ଯିଏ ଥିଲେ କେବେ ବାନ୍ଧବୀ ସେ ଏମିତି ହେଲେ ସଉତୁଣୀ…ୟୁଟ୍ୟୁବର୍ ଅରମାନ୍ ମଲିକଙ୍କ ଧୋକା ଯୋଗୁଁ ଭାଙ୍ଗି ପଡ଼ିଥିଲେ ପ୍ରଥମ ପତ୍ନୀ

ଅଧିକାଂଶ ଋଷୀୟ ମହିଳା ଆମଷ୍ଟରଡାମ୍, ଇସ୍ତାନବୁଲ ଏବଂ ଆଡିସ୍ ​​ଆବାବାରୁ କନେକ୍ଟିଂ ବିମାନ ନେଇ ବୁଏନୋସ୍ ଆଇରେସରେ ପହଞ୍ଚନ୍ତି । ମାଇଗ୍ରେସନ ନିର୍ଦ୍ଦେଶକଙ୍କ ଅନୁଯାୟୀ, ପ୍ରତ୍ୟେକ ବିମାନରେ ୧୪ରୁ ୧୫ ଗର୍ଭବତୀ ମହିଳା ଅଛନ୍ତି । ୨୦୦୩ରୁ ଆର୍ଜେଣ୍ଟିନାରେ ରହୁଥିବା ଋଷର ଜନ୍ମିତ ଅନୁବାଦକ ଏଲିନା ଶକିଟେନକୋଭା କୁହନ୍ତି, ପ୍ରାୟ ୯୦ ପ୍ରତିଶତ ମହିଳା ଭଲ ଭବିଷ୍ୟତ ଖୋଜିବା ପାଇଁ ଏଠାକୁ ଆସନ୍ତି । ଅନେକ ମାମଲା ଅଛି ଯେତେବେଳେ ଜଣେ ମହିଳା ଜାଣିବାକୁ ପାଆନ୍ତି କି ସେ ଏକ ପୁତ୍ର ସନ୍ତାନ ଜନ୍ମ କରିବେ । ତା’ପରେ ସେ ଆର୍ଜେଣ୍ଟିନା ଆସିବାକୁ ସ୍ଥିର କରେ । ଶକିଟେନକୋଭା ଋଷୀୟ ମା'ମାନଙ୍କୁ ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରନ୍ତି ।

ୟୁକ୍ରେନ ଯୁଦ୍ଧ ଯୋଗୁଁ ଋଷ ସାମରିକ ସେବାକୁ ବାଧ୍ୟତାମୂଳକ କରିଛି । ଗତ ଏକ ବର୍ଷ ମଧ୍ୟରେ ଋଷ ଦେଶର ଅନେକ ଅଞ୍ଚଳରୁ ଯୁବକମାନଙ୍କୁ ସେନାରେ ନିଯୁକ୍ତ କରିଛି । ଋଷୀୟ ମା'ମାନଙ୍କ ବିଷୟରେ ଶକିଟେନକୋଭା କୁହନ୍ତି, ସେମାନେ ମୋତେ କୁହନ୍ତି ଯେ ମୁଁ ମୋ ପୁଅକୁ ଜୀବନ୍ତ ଦେଖିବାକୁ ଚାହୁଁଛି, ମୁଁ ଶାନ୍ତି ଚାହୁଁଛି ଏବଂ ମୋ ପୁଅ ପାଇଁ ଏକ ଭଲ ଭବିଷ୍ୟତ ଚାହୁଁଛି ।