Luna-25 Mission: ଚନ୍ଦ୍ର ପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହେଲା ଲୁନା-୨୫: କ'ଣ ହେବ ଚନ୍ଦ୍ରାୟନ-୩ ସ୍ଥିତି?
Advertisement
Article Detail0/zeeodisha/odisha1833216

Luna-25 Mission: ଚନ୍ଦ୍ର ପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହେଲା ଲୁନା-୨୫: କ'ଣ ହେବ ଚନ୍ଦ୍ରାୟନ-୩ ସ୍ଥିତି?

Russia Moon Mission 2023: ଦୀର୍ଘ ୪୭ ବର୍ଷ ପରେ ଋଷିଆ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା  ଚନ୍ଦ୍ର ଅଭିଯାନ ଲୁନା-୨୫ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସ୍ୱାଭାବିକ ଅବତରଣ କରିବାର ବିଫଳ ହୋଇଛି।

Luna-25 Mission: ଚନ୍ଦ୍ର ପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହେଲା ଲୁନା-୨୫: କ'ଣ ହେବ ଚନ୍ଦ୍ରାୟନ-୩ ସ୍ଥିତି?

Russian Space Agency Roskosmos: ଋଷିଆ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଚନ୍ଦ୍ର ଅଭିଯାନକୁ ଲାଗିଛି ଜବରଦସ୍ତ ଝଟକା। ଋଷୀୟ ମହାକାଶ ଯାନ ଲୁନା-୨୫ ନିୟନ୍ତ୍ରଣ ହରାଇ ଚନ୍ଦ୍ର ପୃଷ୍ଠରେ ଖସି ପଡିଥିବା ନେଇ ରବିବାର ଜଣାଇଛି ଋଷୀୟ ସ୍ପେସ୍ ଏଜେନ୍ସି ରସକୋମୋସ୍। ବିଗତ ୪୭ ବର୍ଷ ମଧ୍ୟରେ ଋଷିଆ ପକ୍ଷରୁ ଲୁନା-୨୫ ନାମରେ ପ୍ରଥମ ଚନ୍ଦ୍ର ଅଭିଯାନ କାର୍ଯ୍ୟକାରୀ ହୋଇଥିଲା। ଏହି ଘଟଣା ଲୁନା-୨୫ କକ୍ଷପଥରେ ଅବତରଣ କରିବାରେ ରହିଥିବା ସମସ୍ୟା ରସକୋମୋସ୍ ଜାଣିବା ପରେ ଘଟିଛି।

ଚନ୍ଦ୍ର ପୃଷ୍ଠରେ ଲୁନା-୨୫ ଗତବିଧି (Luna-25 Movement on Moon Surface) ବାବଦରେ ଜାଣିବା ପାଇଁ ଋଷୀୟ ସ୍ପେସ୍ ଏଜେନ୍ସି ରସକୋମୋସ୍ (Russian Space Agency Roskosmos) ପକ୍ଷରୁ ଗତ ୧୯-୨୦ ତାରିଖରେ କରାଯାଇଥିବା ପ୍ରୟାସ ଅସଫଳ ରହିଥିଲା। ଏନେଇ ରସକୋମୋସ୍ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଲୁନା-୨୫ ମହାକାଶ ଯାନ (Luna-25 Spacecraft) ଏକ ଅପ୍ରତ୍ୟାଶିତ କକ୍ଷପଥକୁ ଚାଲି ଯାଇଥିଲା। ଚନ୍ଦ୍ର ପୃଷ୍ଠରେ ଧକ୍କା ହେବା କାରଣରୁ ଲୁନା-୨୫ (Luna-25 Collision on Moon Surface) କାର୍ଯ୍ୟ କରିବା ପ୍ରକ୍ରିୟାରେ ସମସ୍ୟା ଉପୁଜିଥିଲା।

ଋଷୀୟ ସ୍ପେସ୍ ଏଜେନ୍ସି (Russian Space Agency) ପକ୍ଷରୁ ଆହୁରି କୁହାଯାଇଛି ଚନ୍ଦ୍ର ପୃଷ୍ଠରେ ଲୁନା-୨୫ ଅବତରଣ (Luna-25 Landing on Moon Surface) କରିବା ବେଳେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଗଷ୍ଟ ୨୧ ତାରିଖ ପାଇଁ ଯୋଜନା ହୋଇଥିବା ଟଚ୍ ଡାଉନ୍ ପୂର୍ବରୁ ମିଶନ୍ କଣ୍ଟ୍ରୋଲ୍ ଶନିବାର ଦିନ ୧୧:୦୦ ସମୟରେ ମହାକାଶ ଯାନ ପ୍ରି-ଲ୍ୟାଣ୍ଡିଂ କକ୍ଷପଥକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା।

ଅପରେସନ୍ ସମୟରେ ଅଟୋମେଟିକ୍ ଷ୍ଟେସନ୍ ଠାରେ ଏକ ଅସ୍ୱାଭାବିକ ପରିସ୍ଥିତି ଘଟିଥିଲା। ଯାହା ନିର୍ଦ୍ଦିଷ୍ଟ ମାନଦଣ୍ଡ ସହିତ ଅବତରଣ କରିବାକୁ ଅନୁମତି ଦେଇ ନଥିଲା। ଶନିବାର ଦିନ ୧୧:୫୭ ସମୟରେ ଲୁନା-୨୫ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ବୋଲି ରସ୍କୋମୋସ ଏକ ସଂକ୍ଷିପ୍ତ ବିବୃତ୍ତିରେ କହିଛି। କ'ଣ ଲୁନା-୨୫ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାରେ ବିଫଳ ହୋଇଛି ସେ ସମ୍ପର୍କରେ ତଦନ୍ତ କରାଯିବ ବୋଲି ଋଷୀୟ ସ୍ପେସ୍ ଏଜେନ୍ସି ପକ୍ଷରୁ କୁହାଯାଇଛି। ଅବତରଣ କରିବାରେ କୌଣସି ବୈଷୟିକ ତ୍ରୁଟି ରହିଥିଲା ନାଁ ଅନ୍ୟ କୌଣସି ଦୁର୍ଘଟଣା କାରଣରୁ ଏପରି ସମସ୍ୟା ଉପୁଜିଥିଲା ସେ ନେଇ ରସ୍କୋମୋସ କୌଣସି ପ୍ରତିକ୍ରିୟା ରଖିନାହିଁ। 

ଋଷୀୟ ଚନ୍ଦ୍ର ଅଭିଯାନକୁ ଲାଗିଲା ଜବରଦସ୍ତ ଝଟକା
ବିଗତ ୪୭ ବର୍ଷ ପରେ ଋଷିଆ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ସମ୍ମାନଜନକ ଚନ୍ଦ୍ର ଅଭିଯାନକୁ (Russian Lunar Mission) ଲାଗିଛି ଜବରଦସ୍ତ ଝଟକା। ଶୀତଳ ଯୁଦ୍ଧ ସମୟରେ ମହାକାଶ ଅଭିଯାନ କ୍ଷେତ୍ରରେ ତତ୍କାଳୀନ ସୋଭିଏତ ସଂଘ ବର୍ତ୍ତମାନ ଋଷିଆ (Russian Space Mission during Cold War) ବିଶ୍ୱରେ ଏକ ପ୍ରମୁଖ ଶକ୍ତି ରହିଥିଲା। ମାତ୍ର ଏବେ ଲୁନା-୨୫ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାରେ ବିଫଳ ହେବା ପରେ ଋଷିଆ ପାଖରେ ରହିଥିବା ସେହି ସାମର୍ଥ୍ୟ ହ୍ରାସ ପାଇଥିବାର ଜଣାପଡୁଛି। ସର୍ବପ୍ରଥମେ ୧୯୫୭ ମସିହାରେ ସ୍ଫୁଟନିକ-୧ ନାମରେ ଋଷିଆ ପୃଥିବୀ ପରିକ୍ରମା କରିବା ପାଇଁ ପ୍ରଥମ ଉପଗ୍ରହ (Russian Satellite  Sputnik 1) ଉତକ୍ଷେପଣ କରିଥିଲା। ସୋଭିଏତ୍ ମହାକାଶଚାରୀ ୟୁରୀ ଗାଗାରିନ (Soviet Astronomer Yuri Gagarin) ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଥିଲେ (First Astronomer of World) ଯିଏ ୧୯୬୧ ମସିହାରେ ମହାକାଶ ଯାତ୍ରା (Russian Astronomer Space Mission) କରିଥିଲେ। ଅନ୍ୟପଟେ ୧୯୭୬ ମସିହାରେ କାର୍ଯ୍ୟକାରୀ ହୋଇଥିବା ଲୁନା-୨୪ (Russian Lunar Mission Luna-24) ପର ଠାରୁ ଋଷିଆ ପକ୍ଷରୁ କୌଣସି ଚନ୍ଦ୍ର ଅଭିଯାନ (Russian Moon Mission) କାର୍ଯ୍ୟକାରୀ କରାଯାଇ ନଥିଲା। ଅନ୍ୟପଟେ ୨୦୨୩ ଅଗଷ୍ଟ ୨୧ ତାରିଖରେ ଲୁନା-୨୫ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସ୍ୱାଭାବିକ ଅବତରଣ (Russian Lunar Mission Luna-25 Landing on South Pole of Moon) କରିବାର ଥିଲା।

କ'ଣ ହେବ ଚନ୍ଦ୍ରାୟନ-୩ ସ୍ଥିତି?
ଲୁନା-୨୫ (Luna-25) ଏବଂ ଚନ୍ଦ୍ରାୟନ-୩ (Chandrayaan-3) କାର୍ଯ୍ୟକାରୀ କରି ଉଭୟ ଭାରତ-ଋଷିଆ ପରସ୍ପର ବିରୋଧରେ ଦୌଡ଼ୁଥିଲେ। ଭାରତୀୟ ଚନ୍ଦ୍ର ଅଭିଯାନ (Lunar Mission of India) ଚନ୍ଦ୍ରୟାନ-୩ ମହାକାଶଯାନ ଚଳିତ ସପ୍ତାହରେ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ (Chandrayaan-3 Landing on South Pole of Moon) କରିବାର ରହିଛି। ଅନ୍ୟପଟେ ଚୀନ୍ (China) ଏବଂ ଯୁକ୍ତରାଷ୍ଟ୍ର ଆମେରିକା (USA) ସେମାନଙ୍କର ଚନ୍ଦ୍ର ଅଭିଯାନ ପୂର୍ବରୁ କାର୍ଯ୍ୟକାରୀ କରି ସାରିଛନ୍ତି। ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (Indian Space Research Organisation) ପକ୍ଷରୁ କହିଛି ଯେ ଚନ୍ଦ୍ରାୟନ-୩ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୦୬:୦୪ ସମୟରେ ସ୍ୱାଭାବିକ ଅବତରଣ କରିବାକୁ ଚେଷ୍ଟା କରିବ।