India-Russia Bilateral Relations: ଭାରତ ସହ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଋଷୀୟ ରାଷ୍ଟ୍ରଦୂତ ଡେନିସ ଆଲିପୋଭ। ତାଙ୍କ କହିବା ଅନୁସାରେ ପ୍ରତିବନ୍ଧକ ମାଧ୍ୟମରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତ-ଋଷିଆ ମଧ୍ୟରେ ରହିଥିବା ସମ୍ପର୍କରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି।
Trending Photos
Russian Ambassador Denis Alipov on US: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆସନ୍ତା ୨୪ ତାରିଖରେ ୨ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଯୁଦ୍ଧ ଆରମ୍ଭ ହେବା ପର ଠାରୁ ଭାରତ-ଋଷିଆ ମଧ୍ୟରେ ସମ୍ପର୍କ ଅନେକ ପ୍ରକାରର ପରୀକ୍ଷାର ସାମ୍ନା କରିଛି। ୟୁକ୍ରେନ ସହ ଯୁଦ୍ଧ ଜାରି ରହିଥିବା ସମୟରେ ଋଷିଆ ଅନେକ ଥର କହିସାରିଛି ଭାରତ ସହ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଯୁକ୍ତରାଷ୍ଟ୍ର ଆମେରିକା ବିଭିନ୍ନ ଉପାୟରେ ବିଗାଡ଼ିବାରେ ଲାଗିଛି। ଏପିରିକି ୟୁକ୍ରେନ ମଧ୍ୟ ଭାରତ-ଋଷିଆ ମଧ୍ୟରେ ରହିଥିବା ମଜବୁତ ସମ୍ପର୍କକୁ ଏକ ସକରାତ୍ମକ ଦୃଷ୍ଟିକୋଣରେ ଦେଖୁନାହିଁ।
ଭାରତ ସହ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଋଷିଆ (India-Russia Bilateral Relations) ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ଏନେଇ ଋଷିଆ ପକ୍ଷରୁ କୁହାଯାଇଛି ଯେ ଆମେରିକା (USA) କାରଣରୁ ଭାରତ ସହ ରହିଥିବା ମଜବୁତ ବନ୍ଧୁତାରେ ଫାଟ ସୃଷ୍ଟି ହୋଇପାରେ। ଏକଥା ଋଷୀୟ ରାଷ୍ଟ୍ରଦୂତ ଡେନିସ ଆଲିପୋଭ (Russian Ambassador Denis Alipov) କହିଛନ୍ତି। ଋଷୀୟ ରାଷ୍ଟ୍ରଦୂତଙ୍କ କହିବା ଅନୁସାରେ ପ୍ରତିବନ୍ଧକ ମାଧ୍ୟମରେ ଯୁକ୍ତରାଷ୍ଟ୍ର ଆମେରିକା (Russian Ambassador Denis Alipov on USA) ଭାରତ-ଋଷିଆ ମଧ୍ୟରେ ରହିଥିବା ସମ୍ପର୍କରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଯଦିଓ ଆମେରିକା ବର୍ତ୍ତମାନ ସମୟରେ ଭାରତ ଲାଗି ଏକ ନିର୍ଭରଯୋଗ୍ୟ ଏବଂ ବିଶେଷ ବନ୍ଧୁ ହୋଇପାରିଛି, ହେଲେ ଏହାର ଉଦ୍ଦେଶ୍ୟ ଭଲ ନୁହେଁ।
Also Read: ଋଷିଆକୁ ପୃଥକ କରିବା ପାଇଁ ହେଉଥିବା ପ୍ରୟାସକୁ ସମର୍ଥନ କରିବ ନାହିଁ ଭାରତ: ଋଷୀୟ ରାଷ୍ଟ୍ରଦୂତ
ଋଷୀୟ ରାଷ୍ଟ୍ରଦୂତ ଡେନିସ ଆଲିପୋଭ ଆହୁରି କହିଛନ୍ତି ଭାରତ ଲାଗି ଋଷିଆ ଏକ ନିର୍ଭରଯୋଗ୍ୟ, ସଚ୍ଚୋଟ, ଉଦ୍ଦେଶ୍ୟମୂଳକ ବନ୍ଧୁ ହୋଇପାରିଛି। ଭାରତୀୟ ସାମାଜିକ-ଅର୍ଥନୈତିକ ବିକାଶରେ ସେତେବେଳର ସୋଭିଏତ ସଂଘର ପ୍ରମୁଖ ଅବଦାନ ହେତୁ ଏପରି ଏକ ପ୍ରତିଛବି ପ୍ରଥମେ ସୃଷ୍ଟି ହୋଇଥିଲା। ଯାହା ବର୍ତ୍ତମାନ ମଧ୍ୟ ଜାରି ରହିଛି।
ଅନ୍ୟ ପାଶ୍ଚାତ୍ୟ ଦେଶ ଭଳି ଋଷିଆ କେବେ କୌଣସି ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରି ନାହିଁ। ବରଂ ଅନ୍ୟ ଦେଶ ସହ ଋଷିଆ ସର୍ବଦା ସମ୍ମାନଜନକ, ବିଶ୍ୱାସନୀୟ ସମ୍ପର୍କ ବଜାୟ ରଖିଛି। ହେଲେ ତପାପି ଆମେ ଏକତ୍ର ହୋଇ କାର୍ଯ୍ୟ କରିବାକୁ ଏବଂ ବିନାଶକାରୀ ଏକପାଖିଆ ଆଭିମୁଖ୍ୟ ଦ୍ୱାରା ସୃଷ୍ଟି ହୋଇଥିବା ବାଧାବିଘ୍ନକୁ ଦୂର କରିବାର ଉପାୟ ଖୋଜିବାକୁ ଅପେକ୍ଷା କରିଛୁ।
ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବ ଭାରତକୁ ଅନ୍ତର୍ଭୂକ୍ତ କରିବା ସପକ୍ଷରେ ମତ ରଖିଛନ୍ତି ଡେନିସ ଆଲିପୋଭ। ଋଷୀୟ ରାଷ୍ଟ୍ରଦୂତ ଜାତିସଂଘ ଏବଂ ଏହାର ବିଭିନ୍ନ ସଂସ୍ଥାରେ ସଂସ୍କାର ଆଣିବାକୁ ଅନୁରୋଧ କରିଥିଲେ। ତାଙ୍କ କହିବା ଅନୁସାରେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବରେ ଭାରତ ବିଶ୍ୱର ସଂଖ୍ୟାଗରିଷ୍ଠ ଅର୍ଥାତ ମୁଖ୍ୟତଃ ଦକ୍ଷିଣ ଦେଶର ସ୍ୱାର୍ଥ ଉପରେ ପର୍ଯ୍ୟବେସିତ ଏକ ଏଜେଣ୍ଡା ସହିତ ଭାରସାମ୍ୟ ରକ୍ଷା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରେ।