Cuttack News: ମାଟି ଖୋଳିବା ବେଳ ତଳୁ ବାହାରିଲା ପୁଳା ପୁଳା ପାଞ୍ଚଶହ ଟଙ୍କିଆ ନୋଟ୍, ବିଡ଼ା ବିଡ଼ା ଟଙ୍କା ଦେଖି ବେହୋସ୍ ହେଲା ଶ୍ରମିକ!
Advertisement

Cuttack News: ମାଟି ଖୋଳିବା ବେଳ ତଳୁ ବାହାରିଲା ପୁଳା ପୁଳା ପାଞ୍ଚଶହ ଟଙ୍କିଆ ନୋଟ୍, ବିଡ଼ା ବିଡ଼ା ଟଙ୍କା ଦେଖି ବେହୋସ୍ ହେଲା ଶ୍ରମିକ!

Cuttack News In Odia: ମାଟି ଖୋଳୁ ଖୋଳୁ ବାହାରୁଛି ଟଙ୍କା (Money) । ତାହା ପୁଣି ପାଞ୍ଚ ଶହ ଟଙ୍କିଆ ନୋଟ୍ । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏହି ଘଟଣାକୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରିପାରନ୍ତି ନାହିଁ । ତେବେ, ଏଭଳି ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳରେ (Banki)।

 Cuttack News: ମାଟି ଖୋଳିବା ବେଳ ତଳୁ ବାହାରିଲା ପୁଳା ପୁଳା ପାଞ୍ଚଶହ ଟଙ୍କିଆ ନୋଟ୍, ବିଡ଼ା ବିଡ଼ା ଟଙ୍କା ଦେଖି ବେହୋସ୍ ହେଲା ଶ୍ରମିକ!

Cuttack News In Odia: ମାଟି ଖୋଳୁ ଖୋଳୁ ବାହାରୁଛି ଟଙ୍କା (Money) । ତାହା ପୁଣି ପାଞ୍ଚ ଶହ ଟଙ୍କିଆ ନୋଟ୍ । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।  ଏହି ଘଟଣାକୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରିପାରନ୍ତି ନାହିଁ ।  ତେବେ, ଏଭଳି ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ଦେଖିବାକୁ ମିଳିଛି କଟକ (Cuttack )ଜିଲ୍ଲାର ବାଙ୍କୀ ଅଞ୍ଚଳରେ (Banki)। ମାଟି କାମ କରୁଥିବା ଶ୍ରମିକ ଜଣକ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମାଟି ଖୋଳୁଥିବା ବେଳେ ମାଟି ଭିତରୁ ଏପରି ଅନେକ ୫୦୦ ଟଙ୍କିଆ ନୋଟ୍ (500 rupee note)ଦେଖି ସେ କାମ ଅଧାରୁ ବନ୍ଦ କରିଦେଇଥିଲେ । 

ସୂଚନା ଅନୁସାରେ,କଟକ ଜିଲ୍ଲା ବାଙ୍କୀ ତହସିଲଦାରଙ୍କ ସରକାରୀ ବାସଭବନ ମରାମତି କାର୍ଯ୍ୟ ଚାଲିଥିବା ବେଳେ ବାହାରିଲା ଟଙ୍କା। କଟକ ଜିଲ୍ଲା ବାଙ୍କୀ ତହସିଲଦାରଙ୍କ ସରକାରୀ ବାସଭବନ ମରାମତି ଓ ରଙ୍ଗକାର୍ଯ୍ୟ ଚାଲିଥିବା ବେଳେ ମାଟିତଳୁ ଟଙ୍କା ଠାବ ହୋଇଛି। କ୍ୱାର୍ଟର ପଛ ପାଚେରୀ ମଧ୍ୟରେ ଥିବା କଦଳୀ ଗଛକୁ କାଟି ମାଟି ଖୋଳି ଥିଲେ ଶ୍ରମିକ। ମାଟି ଖୋଳୁଥିବା ବେଳେ ବାହାରି ଥିଲା ବହୁ ପାଞ୍ଚ ଶହ ଟଙ୍କିଆ ନୋଟ(500 rupee note)। ନୋଟ ବାହାରିବା (500 rupee note)ଦେଖି ଶ୍ରମିକମାନେ ନୋଟକୁ ଆଣି ବାହାରେ ରଖିଥିଲେ।

Also Read: Akshaya Tritiya 2023: ବିବାହରେ ହେଉଛି କି ବିଳମ୍ବ ? ତେବେ ଅକ୍ଷୟ ତୃତୀୟାରେ କରନ୍ତୁ ଏହି କାମ, ଦୂର ହେବ ସମସ୍ୟା

Also Read: Akshaya Tritiya 2023: ଅକ୍ଷୟ ତୃତୀୟାରେ ରାଶି ଅନୁସାରେ କିଣନ୍ତୁ ଏହି ସବୁ ଜିନିଷ, ବର୍ଷିବ ଧନ...

Also Read: Akshaya Tritiya 2023: ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଶୁଭ କାମ, ବର୍ଷସାରା ହେବ ଧନର ବର୍ଷା!

Also Read: Amritpal Singh Arrest: ଗୁରୁଦ୍ବାରକୁ ଯାଇଥିଲା ଶରଣ ପଶିବାକୁ, ହେଲେ ମାଡି ବସିଲା ପୋଲିସ୍

ମିଳିଥିବା ପାଞ୍ଚ ଶହ ଟଙ୍କିଆ ନୋଟ (500 rupee note)ପ୍ରାୟ ୧୦ହଜାର ଟଙ୍କାର ହେବ ବୋଲି କହିଛନ୍ତି ଟଙ୍କା ପାଇଥିବା ଶ୍ରମିକ। ପରେ ଏହି ଟଙ୍କାକୁ ସେମାନେ ଠିକାଜଦାରଙ୍କୁ ଜମା ଦେଇଛନ୍ତି। ଟଙ୍କା ବାହାରିବା ପରେ କାର୍ଯ୍ୟ ବନ୍ଦ ହୋଇଛି। ଏହା ପାଞ୍ଚଶହ ଟଙ୍କିଆ ନୋଟ ନୂଆ ହୋଇଥିବାରୁ ଟଙ୍କା କିଏ ଓ କାହିଁକି ପୋତିଲା ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ଥିବା ତହସିଲଦାର ଟଙ୍କାକୁ ପୋତିଥିବା ସନ୍ଦେହ କରାଯାଉଛି। ଆଜି ଛୁଟିଥିବାରୁ ତହସିଲଦାର ଅନୁପସ୍ଥିତ ଥିବାରୁ ତାଙ୍କ ପ୍ରତିକ୍ରିୟା ଜଣାପଡ଼ିନାହିଁ ।  ଅନ୍ୟ ପକ୍ଷରେ ଏତେ ଟଙ୍କା ମାଟି ଭିତରକୁ କେମିତି ଆସିଲା ତାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ, ଆସନ୍ତାକାଲି (ସୋମବାର) ଥିବାରୁ ଏହି ଘଟଣା ନେଇ ସ୍ଥାନୀୟ ତହସିଲଦାର ପ୍ରତିକ୍ରିୟା ଦେବେ ବୋଲି ସମସ୍ତେ ଆଶା ରଖିଛନ୍ତି । 

Also Read: Bhadrak News: ଯାତ୍ରା ପେଣ୍ତାଲରେ ବୃଦ୍ଧଙ୍କ ମୁଣ୍ତରେ ହାତ ମାରି ଫସିଲେ ଆଇଟମ୍ ଡ୍ୟାନ୍ସର, ଥାନାକୁ ହେବେ ଘୋଷଡା !

Also Read: Husband And Wife Relationship: ସ୍ୱାମୀ-ସ୍ତ୍ରୀଙ୍କ ପ୍ରେମ ସମ୍ପର୍କକୁ ଆହୁରି ନିବିଡ଼ କରିବ ଏହି ସବୁ ଟିପ୍ସ

Also Read: Happy birthday Manoj Bajpayee: ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ମନୋଜ ବାଜପେୟୀ, ଆଜି ଏତିକି କୋଟିର ମାଲିକ

Also Read: Atiq Wife Shaista Parveen: ଟେନସନ ଦେଉଛି ଅତିକ୍ ର ପତ୍ନୀ, ସୁଟର ଗ୍ୟାଙ୍ଗ ସହ ରଚୁଛି ଏହି ଷଡ଼ଯନ୍ତ୍ର !