Road Network in India: '୯ ବର୍ଷରେ ୫୯% ବୃଦ୍ଧି ପାଇଛି ଭାରତର ରୋଡ଼ ନେଟୱାର୍କ; ଆମେରିକା ପରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଭାରତ'
Advertisement
Article Detail0/zeeodisha/odisha1758344

Road Network in India: '୯ ବର୍ଷରେ ୫୯% ବୃଦ୍ଧି ପାଇଛି ଭାରତର ରୋଡ଼ ନେଟୱାର୍କ; ଆମେରିକା ପରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଭାରତ'

India Road Network: ସଡ଼କ ସଂଯୋଗ କ୍ଷେତ୍ରରେ ଚୀନ ଭଳି ଦେଶକୁ ପଛରେ ପକାଇ ଦେଇଛି ଭାରତ। ଏବେ ସଡ଼କ ସଂଯୋଗ ମାମଲାରେ ଯୁକ୍ତରାଷ୍ଟ୍ର ଆମେରିକା ପରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। 

 

Road Network in India: '୯ ବର୍ଷରେ ୫୯% ବୃଦ୍ଧି ପାଇଛି ଭାରତର ରୋଡ଼ ନେଟୱାର୍କ; ଆମେରିକା ପରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଭାରତ'

Road Connectivity in India: ରୋଡ ନେଟୱାର୍କ ମାମଲା ଚୀନ ଭଳି ଦେଶକୁ ପଛରେ ପକାଇ ଦେଇଛି ଭାରତ। ଏବେ ସଡ଼କ ସଂଯୋଗ ମାମଲାରେ ଯୁକ୍ତରାଷ୍ଟ୍ର ଆମେରିକା ପରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ବିଗତ ୯ ବର୍ଷ ମଧ୍ୟରେ ଦେଶରେ ହୋଇଥିବା ସଡକ ବିକାଶ ସମ୍ପର୍କରେ ଅବଗତ କରାଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ବିଗତ ୯ ବର୍ଷ ମଧ୍ୟରେ ଦେଶର ସଡକ ନେଟୱାର୍କ ୫୯% ବୃଦ୍ଧି ପାଇଛି। 

ଦେଶରେ ବର୍ତ୍ତମାନ ରହିଛି ୧,୪୫,୨୪୦ କିମି ଲମ୍ବା ସଡ଼କ ନେଟୱାର୍କ
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ସଡକ ନେଟୱାର୍କ ବୃଦ୍ଧି ପାଇ ୧ ଲକ୍ଷ ୪୫ ହଜାର ୨୪୦ କିଲୋମିଟର ହୋଇଛି। ଯାହା ଗତ ୨୦୧୩-୧୪ ବର୍ଷରେ ମୋଟ ୯୧ ହଜାର ୨୮୭ କିଲୋମିଟର ରହିଥିଲା। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ମୋଦି ସରକାରଙ୍କ ୯ ବର୍ଷର ସଫଳତା ଉପରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏକଥା କହିଛନ୍ତି।

Also Raed: Truck Driver AC: ଏଣିକି ଏସି ହାୱା ପାଇବେ ଟ୍ରକ ଚାଳକ, ଡ୍ରାଇଭର କ୍ୟାବିନ ମଧ୍ୟରେ ଏସି ଲଗାଇବା ହେବା ବାଧ୍ୟତାମୂଳକ

 

ବିଗତ ୯ ବର୍ଷରେ ସଡକ କ୍ଷେତ୍ରରେ ୭ ବିଶ୍ୱ ରେକର୍ଡ କରିଛି ଭାରତ 
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ବିଗତ ୯ ବର୍ଷ ମଧ୍ୟରେ ଭାରତ ସଡକ କ୍ଷେତ୍ରରେ ସାତଟି ବିଶ୍ୱ ରେକର୍ଡ କରିଛି। ଏନେଇ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଆମେରିକା ପରେ ଭାରତ ସଡକ ସଂଯୋଗ କ୍ଷେତ୍ରରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ଟୋଲ ଆୟ ବୃଦ୍ଧି ପାଇ ୪୧ ହଜାର ୩୪୨ କୋଟି ଟଙ୍କା ହୋଇଛି। ଯାହା ୨୦୧୩-୧୪ ବର୍ଷରେ ୪୭୭୦ କୋଟି ଟଙ୍କା ରହିଥିଲା।

୨୦୩୦ ପର୍ଯ୍ୟନ୍ତ ୧.୩ ଲକ୍ଷ କୋଟିରେ ପହଞ୍ଚିବ ଟୋଲ୍ ରାଜସ୍ୱ
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୨୦୩୦ ପର୍ଯ୍ୟନ୍ତ ଟୋଲ୍ ରାଜସ୍ୱ ୧.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଟୋଲ୍ ପ୍ଲାଜା ଠାରେ ଅପେକ୍ଷା କରିବାର ସମୟକୁ ୪୭ ସେକେଣ୍ଡ ହ୍ରାସ କରିବାରେ FASTag ବ୍ୟବହାର ବହୁତ ସହାୟକ ହୋଇଛି। ଏହାକୁ ୩୦ ସେକେଣ୍ଡ ଠାରୁ କମ୍ କରିବାକୁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି।

ଏଣିକି ଟ୍ରକ କ୍ୟାବିନ୍ ଠାରେ ଲାଗିବ ଏସି,  ୨୦୨୫ ବର୍ଷରୁ ବାଧ୍ୟତାମୂଳକ ହୋଇଯିବ, ଗାଡି଼ ଚାଳକକଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ହେବ ସହାୟକ 
ଆସନ୍ତା ୨୦୨୫ ବର୍ଷରୁ ଟ୍ରକ୍ ଡ୍ରାଇଭର ବସୁଥିବା କ୍ୟାବିନ ଶୀତତାପ ନିୟନ୍ତ୍ରିତ ହେବ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ମଙ୍ଗଳବାର ଏ ସମ୍ପର୍କରେ ଘୋଷଣା କରି ସାରିଛନ୍ତି। ଦେଶର ଆନୁଷଙ୍ଗୀକ ଯୋଗାଣ କ୍ଷେତ୍ରରେ ଖର୍ଚ୍ଚ ହ୍ରାସ କରିବା, ଦୀର୍ଘ ଯାତ୍ରା ସମୟରେ ଟ୍ରକ ଚାଳକଙ୍କ ସ୍ୱାସ୍ଥ୍ୟ ଉପରେ ହେଉଥିବା ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ଏବଂ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। 

Also Read: Highway Toll Rules: କେଉଁ ପରିସ୍ଥିତିରେ ରାଜପଥରେ ଟୋଲ ଟ୍ୟାକ୍ସ ଦେବେ ନାହିଁ ଗାଡି ଚାଳକ? ଜାଣନ୍ତୁ NHAI ନିୟମ

FASTag ବ୍ୟବହାରରୁ ଦ୍ୱିଗୁଣିତ ହୋଇଛି ସରକାରଙ୍କ ଆୟ, ଟୋଲ ସଂଗ୍ରହ ୫ ବର୍ଷରେ ବୃଦ୍ଧି ପାଇ ହୋଇଛି ୫୦ ହଜାର ୮୫୫ କୋଟି 
ଚଳିତ ବର୍ଷର ପ୍ରଥମ ୬ ମାସ ଅର୍ଥାତ୍ ଜୁନ୍ ୧୯ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାର FASTag ବ୍ୟବହାରରୁ ୨୮ ହଜାର ୧୮୦ କୋଟି ଟଙ୍କାର ରାଜସ୍ୱ ପାଇଥିଲେ। ଗତ ୨୦୨୧ ବର୍ଷରୁ ୨୦୨୨ ମଧ୍ୟରେ  FASTag ଦ୍ୱାରା ସଂଗୃହତୀ ରାଜସ୍ୱରେ ୪୬ ପ୍ରତିଶତ ହୋଇଛି। ଏହି ରାଜସ୍ୱ ପରିମାଣ ୩୪ ହଜାର ୭୭୮ କୋଟିରୁ  ୫୦ ହଜାର ୮୫୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି।