Road Accident: ଶ୍ରମିକଙ୍କ ଉପରେ ଚଢିଗଲା ଇନୋଭା, ଘଟଣାସ୍ଥଳରେ ଆଖି ବୁଝିଲେ ୫
Advertisement
Article Detail0/zeeodisha/odisha1599974

Road Accident: ଶ୍ରମିକଙ୍କ ଉପରେ ଚଢିଗଲା ଇନୋଭା, ଘଟଣାସ୍ଥଳରେ ଆଖି ବୁଝିଲେ ୫

Road Accident: ଦୋଳ ପୂର୍ଣ୍ଣିମାରେ ବଡ଼ ଦୁର୍ଘଟଣା । ଚାହୁଁ ଚାହୁଁ ଚାଲିଗଲା ୫ ଜୀବନ । ସଡ଼କ ଦୁର୍ଘଟଣାରେ(road accident) ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ପିଆଇଜି ଚଣ୍ତିଗଡକୁ ସ୍ଥାନାନ୍ତର କରାଯାଇଛି । ତେବେ, ସମସ୍ତ ମୃତକ ପ୍ରବାସୀ ଶ୍ରମିକ(migrant laborers )ବୋଲି ସୂଚନା ମିଳିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident: ଦୋଳ ପୂର୍ଣ୍ଣିମାରେ ବଡ଼ ଦୁର୍ଘଟଣା । ଚାହୁଁ ଚାହୁଁ ଚାଲିଗଲା  ୫ ଜୀବନ । ସଡ଼କ ଦୁର୍ଘଟଣାରେ(road accident) ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ପିଆଇଜି ଚଣ୍ତିଗଡକୁ ସ୍ଥାନାନ୍ତର କରାଯାଇଛି । ତେବେ, ସମସ୍ତ ମୃତକ ପ୍ରବାସୀ ଶ୍ରମିକ(migrant laborers )ବୋଲି ସୂଚନା ମିଳିଛି । ଆଜି ସକାଳେ ହିମାଚଳ ପ୍ରଦେଶର ଧରମପୁର ନିକଟରେ(himachals dharampur) ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ମୃତମାନେ ହେଲେ, ଗୁଦୁ ଯାଦବ(ଚମ୍ପରନ୍ ବିହାର),ରାଜ ବର୍ମା (ଚମ୍ପରନ୍ ,ବିହାର), ନିପୁ ନିଶାଦ(ଚମ୍ପରନ୍ ,ବିହାର),ମୋତି ଲାଲ ଯାଦବ(କୁଶୀନଗର ,ୟୁପି) ଓ ସନି ଦେବଲ (ୟୁପି) ।

ସୂଚନା ଅନୁସାରେ, ଆଜି ସକାଳେ ସମୟରେ ହିମାଚଳର କାଲ୍କା-ଶିମଲା ଜାତୀୟ ରାଜପଥ କଡ଼ର ୯ ଜଣ ଶ୍ରମିକ ସାଙ୍ଗ ହୋଇ କାମ କରିବାକୁ ଯାଉଥିଲା। ଏହି ସମୟରେ  ସୋଲାନରୁ ଦ୍ରୃତଗତିରେ ଆସୁଥିବା ଏକ ଇନୋଭା ଗାଡିଟି ପାରୱାନୋ (Parwanoo) ଅଭିମୁଖେ ଯାଉଥିଲା । କିନ୍ତୁ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡିଟି ଶ୍ରିମିକଙ୍କ ଉପରେ ଚଢିଯାଇଥିଲା।  ପରେ କାରଟି ଏକ ଡିଭାଇଡରରେ ପିଟି ହୋଇଯାଇଥିଲା । ଫଳରେ, ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ୪ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ହେଲେ ଗୁରୁତରଙ୍କ ଅବସ୍ଥା ଅବସ୍ଥା ସଙ୍କଟା ପନ୍ନ ଥିବାରୁ ସେମାନଙ୍କୁ ପିଆଜି ଚଣ୍ତିଗଡକୁ ସ୍ଥାନାନ୍ତର କରାଯାଇଥିଲା । ଏବଂ ମୃତଦେହ ଗୁଡିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସମସ୍ତ ମୃତକଙ୍କ ଘର ବିହାର ଓ ୟୁପି ବୋଲି ଜଣାପଡିଛି । ଦୁର୍ଘଟଣା ପରେ ବିଧାୟକ ବିନୋଦ ସୁଲତାନପୁରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ । ଏବଂ ମେଡିକାଲ ଯାଇ ଗୁରୁତରଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। 

Also Read : Dola Purnima 2023: ଆଜିଠାରୁ ବଦଳିବ ଏହି ୪ ରାଶିର ଲୋକଙ୍କ ଭାଗ୍ୟ ,ରହିଛି ଧନରାଜ ଯୋଗ

Also Read : Jajpur News: ଲଜ୍ଜା! ବାପାକୁ ହତ୍ୟା କରି ମାଆକୁ ଦୁଷ୍କର୍ମ କଲା ପୁଅ

ନିକଟରେ ଏଭଳି ଏକ ଛାତିଥରା ଦୁର୍ଘଟଣା ତାମିଲନାଡୁରେ ଘଟିଛି । ଏଥିରେ  ୫ ଜଣଙ୍କର (Five die)ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ, କିଭଳି ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ ଆରମ୍ଭ କରିଛି । ମୃତକମାନେ ହେଲେ ମହାଲକ୍ଷ୍ମୀ, ମଣି ଓରଫ କାଣ୍ତାଇ, କୁଞ୍ଜାମାଲ,ଶାନ୍ତି ଓ କବିତା। ସୂଚନା ଅନୁସାରେ,ତାମିଲନାଡୁ ଅଞ୍ଚଳର ଡ୍ରାଇଭର ପି.ରବି ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ କୁରୁର ଜିଲ୍ଲାରେ ଥିବା ଏକ ମନ୍ଦିରକୁ (ସୋମବାର)ଆଜି ସକାଳୁ ଦର୍ଶନ ପାଇଁ ପହଞ୍ଚିଥିଲେ । ଦର୍ଶନ ସୁରୁଖୁରରେ ସାରି ଘର ଅଭିମୁଖେ ଫେରୁଥିଲେ। କିନ୍ତୁ ଜାଣିନ ଥିଲେ ଘରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ସହ ଏତେ ବଡ ସଡକ ଦୁର୍ଘଟଣା ଘଟିବ । ଏବଂ ତାଙ୍କର ଏହା ଶେଷ ଯାତ୍ରା ହେବ । ଜାତୀୟ ରାଜପଥରେ ଘରକୁ ଫେରୁଥିବା ବେଳେ ତିରୁଚେଙ୍ଗଡେ(Tiruchengode) ନିକଟରେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା(Road Accident in Tamil Nadu) ।  ଘଟଣାସ୍ଥଳରେ  ହିଁ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ,ଡାକ୍ତରଖାନା ନେବା ବାଟରେ ଆଖି ବୁଜିଥିଲେ ପି ରବିଙ୍କ ସ୍ତ୍ରୀ କବିତା । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ପି.ରବି ଓ ତାଙ୍କ ୪ ବର୍ଷର ପୁଅ ଲକ୍ଷ୍ମଣକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।