ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ରେବନ୍ତ ରେଡ୍ଡୀ
Advertisement

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ରେବନ୍ତ ରେଡ୍ଡୀ

Revanth Reddy Takes Oath: ତେଲେଙ୍ଗାନାର ନିର୍ବାଚନ ଫଳାଫଳ ବାହାରିବା ପରେ ଆଜି ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡୀ । ଶପଥ ଗ୍ରହଣ କରିବା ସମୟରେ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ରେବନ୍ତ ରେଡ୍ଡୀ

Revanth Reddy Takes Oath: ଆଜି ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡୀ । ହାଇଦ୍ରାବାଦର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ (lal bahadur shastri stadium)ରେ ଆଜି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ ରେବନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଭଟି ବିକ୍ରମାର୍କା ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ରେବନ୍ତ ନେଡ୍ଡୀ ୨୦୧୪ ମସିହାରେ କଂଗ୍ରେସରୁ ଲଢି ପ୍ରଥମ କଂଗ୍ରେସ ମୁଖ୍ୟମନ୍ତ୍ରୀ ହେବାରେ ସଫଳ ହୋଇଥିଲେ ।

ଶପଥଗ୍ରହଣ ସମାରୋହରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ (Sonia gandhi), ପ୍ରିୟଙ୍କା ଗାନ୍ଧି, ଏଆଇସିସିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ  ୨୦୧୪ ମସିହାରେ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ୪୬.୪୫% ଭୋଟରେ କୋଡାଙ୍ଗାଲ ଆସନରୁ ଜିତିଥିଲେ  ରେବନ୍ତ ରେଡ୍ଡୀ। ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ରେବନ୍ତ ୨୦୧୭ ମସିହାରେ ଟିଡିପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ।

Also Read- Peepal leaf Remedies: ଆପଣଙ୍କ ଭାଗ୍ୟ ବଦଳାଇଦେବ ଏହି ପତ୍ର, ଏମିତି କରନ୍ତୁ ବ୍ୟବହାର

Also Read- ମଣିଷ ସ୍ୱରକୁ କିପରି ଅନୁକରଣ କରେ ଶୁଆ ? ଗଳାରେ ଏପରି କଣ ଥାଏ?