Reliance Plan: ଜିଓର ଜବରଦସ୍ତ ପ୍ଲାନ୍, ୫୪୦ଜିବି ଡାଟା ସହ ମାଗଣା କଲ୍ ସେବା !
Advertisement
Article Detail0/zeeodisha/odisha2150149

Reliance Plan: ଜିଓର ଜବରଦସ୍ତ ପ୍ଲାନ୍, ୫୪୦ଜିବି ଡାଟା ସହ ମାଗଣା କଲ୍ ସେବା !

Reliance Plan: ଯଦି ଆପଣ ସିନେମା ଦେଖିବାକୁ ଭଲ ପାଆନ୍ତି ତେବେ ଆପଣ ଏହି ପ୍ୟାକରେ ଜିଓ ସିନେମାର ସବସ୍କ୍ରିପସନ୍ଧ୍ୟ ପାଇପାରିବେ । 

Reliance Plan: ଜିଓର ଜବରଦସ୍ତ ପ୍ଲାନ୍, ୫୪୦ଜିବି ଡାଟା ସହ ମାଗଣା କଲ୍ ସେବା !

Reliance Plan: ରିଲାଏନ୍ସ ଜିଓ ପ୍ରିପେଡ୍ ପ୍ଲାନ୍ ଗୁଡିକରେ ଅଦ୍ୟତନ କରାଯାଇଛି । ଭାରତର ସର୍ବ ବୃହତ୍ତ ଟେଲିକମ୍ ସଂସ୍ଥା ରିଲାଏନ୍ସ ଜିଓ ନୂଆ ପ୍ଲାନ ଗୁଡିକରେ ଗ୍ରାହକଙ୍କ ପାଇଁ ଅନେକ ପ୍ରକାରର ସୁବିଧା ଉପଲବ୍ଧ କରାଇଛି । ଆଜି ଆମେ ଆପଣଙ୍କୁ ରିଲାଏନ୍ସ ଜିଓର ଏକ ଜବରଦସ୍ତ ଅଫର ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ଉପଭୋକ୍ତାଙ୍କୁ ଅଧିକ ଲାଭ ମିଳିବ । ଏହା କେବଳ ଦୈନିକ କଲ୍ କିମ୍ୱା  ଡାଟା ନୁହେଁ ବରଂ ଏହି ପ୍ଲାନରେ ଆପଣ OTT ସେବାର ଲାଭ ଉଠାଇପାରିବେ । ଓଟିଟି ମନୋରଞ୍ଜନ ସୁବିଧା ଅତିରିକ୍ତ ରିଚାର୍ଜ ବିନା ଆପଣ ପାଇପାରିବେ । ତେବେ ଆସନ୍ତୁ ଏହି ପ୍ଲାନର ସବିଶେଷ ତଥ୍ୟ ଜାଣିବା ।

ଦୀର୍ଘକାଳୀନ ରିଚାର୍ଜ ପ୍ଲାନରେ ଜିଓ ଏକ ଗ୍ରାହକଙ୍କୁ ଡବଲ ଖୁସି ଦେଇଥାଏ । ଅଧିକ ସମୟର ବୈଧତା ସହିତ ପ୍ରତିଦିନ ପର୍ଯ୍ୟାପ୍ତ ଡାଟା ଏବଂ କଲିଂ ସୁବିଧା ପ୍ରଦାନ କରିଥାଏ କମ୍ପାନୀ । ଆପଣ ୨୫୪୫ ଟଙ୍କା ରିଚାର୍ଜ କରି ଆପଣ ପ୍ରତିଦିନ ୧.୫ GB ପର୍ଯ୍ୟନ୍ତ ଡାଟା ସୁବିଧା ପାଇପାରିବେ । ଯଦି ଆମେ ସମୁଦାୟ ଡାଟା ଲାଭକୁ ଦେଖିବା, କମ୍ପାନୀ ଏଥିରେ ଆପଣଙ୍କୁ ସମୁଦାୟ ୫୪୦ ଜିବି ଡାଟା ପ୍ରଦାନ କରୁଛି । ହାଇ ସ୍ପିଡ୍ ଡାଟା ସୀମା ଶେଷ ହେବା ପରେ, ଇଣ୍ଟରନେଟ୍ ସ୍ପିଡ୍ 64 Kbps ପର୍ଯ୍ୟନ୍ତ ରହିଥାଏ । ଏହି ଯୋଜନାରେ ଗ୍ରାହକମାନେ ଅସୀମିତ 5G ଡାଟାର ଲାଭ ମଧ୍ୟ ଉଠାଇପାରିବେ । କିନ୍ତୁ ଏଥିପାଇଁ ଉପଭୋକ୍ତାଙ୍କର 5G ସକ୍ଷମ ମୋବାଇଲ୍ ଥିବା ଆବଶ୍ୟକ ।

ଜିଓର ୨୫୪୫ ଟଙ୍କା ରିଚାର୍ଜ ପ୍ଲାନରେ ଆପଣ ପ୍ରତିଦିନ ୧୦୦ SMS ମାଗଣାରେ ପଠାଇପାରିବେ । ୩୩୬ ଦିନ ପର୍ଯ୍ୟନ୍ତ ଅସୀମିତ ଉଭୟ ଲୋକାଲ୍ ଏବଂ ଏସଟିଡି ନମ୍ୱରକୁ କଲ୍ କରିପାରିବେ । ଜିଓର ଏହି ପ୍ଲାନରେ ମାଗଣା OTT ଆପ୍ JioTV, JioCinema ର ମେମ୍ୱରସିପ୍ ପାଇପାରିବେ । ଆହୁରି ମଧ୍ୟ, JioCloud ମେମ୍ୱରସିପ୍ ମଧ୍ୟ ଏହି ପ୍ଲାନରେ ଅନ୍ତର୍ଭୁକ୍ତ ହୋଇ ରହିଛି ।

ଯଦି ଆପଣ ଚଳଚ୍ଚିତ୍ର ଦେଖିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଇଁ ଏହି ପ୍ଲାନ୍ ସର୍ବୋତ୍ତମ । ଏହି ପ୍ୟାକରେ JioCinema ର ସବସ୍କ୍ରିପସନ୍ ମଧ୍ୟ ପାଇପାରିବେ ଯାହା ଯୋଜନାର ବୈଧତା ୩୩୬ଦିନ ପର୍ଯ୍ୟନ୍ତ ରହିଛି । କ୍ରିକେଟ୍ ମ୍ୟାଚ୍ ସହିତ ସମସ୍ତ OTT ସୁବିଧାର ଲାଭ ଉଠାଇପାରିବେ । ଏଠାରେ ଧ୍ୟାନ ଦିଅନ୍ତୁ ଯେ, କମ୍ପାନୀ ଏଥିରେ ଜିଓ ସିନେମା ପ୍ରିମିୟମର ସବସ୍କ୍ରିପସନ୍ ଅନ୍ତର୍ଭୂକ୍ତ କରେ ନାହିଁ । ଅଧିକ ସୂଚନା ପାଇଁ ଆପଣ ରିଲାଏନ୍ସ ଜିଓର ଅଫିସିଆଲ୍ ୱେବସାଇଟ୍ ମଧ୍ୟ ଭିଜିଟ୍ କରିପାରିବେ ।

Also Read- Rahu-Ketu Gochar 2024: ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ପ୍ରଭାବରୁ ୩ରାଶିକୁ ବଡ଼ ସଙ୍କଟ

Also Read- ଉତ୍କଳ ସିନେ ଚାମ୍ବର ଅଫ କମର୍ସର ରକ୍ତଦାନ ଶିବିର