Expensive Popcorn Bill: ସିନେପ୍ରେମୀଙ୍କ ହୋସ୍ ଉଡାଉଛି ଏହି ପପକର୍ଣ୍ଣ ବିଲ୍
Advertisement

Expensive Popcorn Bill: ସିନେପ୍ରେମୀଙ୍କ ହୋସ୍ ଉଡାଉଛି ଏହି ପପକର୍ଣ୍ଣ ବିଲ୍

Expensive Popcorn Bill: ସିନେମା ଟିକେଟ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଲୋକମାନେ ଏହି କାରଣରୁ ପ୍ରେକ୍ଷାଳୟରୁ ଦୂରେଇ ଯାଉଛନ୍ତି, ଭାଇରାଲ୍ ପପ୍କର୍ଣ୍ଣ ବିଲ୍ ଦେଖି ଲୋକମାନେ କହିଛନ୍ତି - ଟିକେଟ୍ ପାଇଁ ଟଙ୍କା ରଖ, ତେବେ ସିଲିଣ୍ଡର ଆସିବ ।

Expensive Popcorn Bill: ସିନେପ୍ରେମୀଙ୍କ ହୋସ୍ ଉଡାଉଛି ଏହି ପପକର୍ଣ୍ଣ ବିଲ୍

Expensive Popcorn Bill: ପ୍ରାୟତଃ ଅନେକ ଲୋକମାନେ ଛୁଟି ଦିନ ଗୁଡିକରେ ନିଜ ପରିବାର କିମ୍ୱା ସାଙ୍ଗଙ୍କ ସହ ସିନେମା (Film) ଦେଖି ଯିବାକୁ ପସନ୍ଦ କରନ୍ତି । ସିନେମା ଦେଖିବା ସମୟରେ ପପକର୍ଣ୍ଣ ଖାଇବାରେ ଥାଏ ନିଆରା ମଜା । ତେଣୁ ପ୍ରାୟତଃ ପ୍ରତ୍ୟକ ସିନେମା ହଲ୍ ନିକଟରେ ପପକର୍ଣ୍ଣ (Popcorn) ଖୁବ୍ ସହଜରେ ମିଳିଥାଏ । ସିନେମା ଦେଖା ଶେଷ ସହିତ ପପକର୍ଣ୍ଣ ମଧ୍ୟ ଶେଷ ହୋଇଥାଏ । ତେବେ ବର୍ତ୍ତମାନ କିନ୍ତୁ ଏହି ପପକର୍ଣ୍ଣକୁ ନେଇ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି କରିଥିବା ପୋଷ୍ଟ୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । କାରଣ ସେ ଯେଉଁ ବିଲ୍ ସେୟାର କରିଛନ୍ତି ତାହା ଦେଖିଲେ ଜଣେ ସାଧାରଣ ବ୍ୟକ୍ତିଙ୍କ ମୁଣ୍ଡ ଘୁରାଇ ଦେବ । କାରଣ ଆପଣଙ୍କ ପକେଟ୍ (Pocket) ଖାଲି କରିବାକୁ ଗୋଟିଏ ପପକର୍ଣ୍ଣ ବିଲ୍ ହିଁ ଯଥେଷ୍ଟ ।

କୋଭିଡ ସମୟରୁ ଓଟିଟି ପ୍ଲାଟଫର୍ମ (OTT Platform) ଅନେକଙ୍କର ପସନ୍ଦ ହୋଇଯାଇଛି । ବର୍ତ୍ତମାନ ଏପରି ପରିସ୍ଥିତି ହେଲାଣି ଲୋକମାନେ ଡିଜିଟାଲ୍ ଷ୍ଟ୍ରିମିଂ ପ୍ଲାଟଫର୍ମରେ ସେମାନଙ୍କର ପ୍ରିୟ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରୁଛନ୍ତି । ଏହା ଖୁବ୍ ସୁବିଧା ସହିତ ସିନେମା ହଲ ପ୍ରତି ଲୋକଙ୍କ ମନରେ ଦୂରତା ଭରିଛି । କାରଣ ସିନେମା ହଲରେ ଟିକେଟ୍ କାଟିବାଠାରୁ ଆରମ୍ଭ କରି ଭିଡରେ ସିନେମା ଦେଖିବା ଏବଂ ହଲ ମଧ୍ୟରେ ମିଳୁଥିବା ଖାଦ୍ୟ ଏବଂ ପାନୀୟ ବ୍ୟୟବହୁଳ ହେବା ବର୍ତ୍ତମାନ କିଛି ସିନେପ୍ରେମୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏଭଳି ପରିସ୍ଥିତିରେ ଲୋକମାନେ ଘରେ ରହି ବିଭିନ୍ନ OTT ପ୍ଲାଟଫର୍ମରେ ଇଚ୍ଛା ମୁତାବକ ଚଳଚ୍ଚିତ୍ର ଉପଭୋଗ କରୁଛନ୍ତି । ବର୍ତ୍ତମାନ ମଲ୍ଟିପ୍ଲେକ୍ସ ପ୍ରେକ୍ଷାଳୟ (Multiplex Theatre)ରେ ଉପଲବ୍ଧ ସ୍ନାକ୍ସର ଏକ ବିଲ୍ ଟ୍ୱିଟରରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଦେଖି ଲୋକମାନେ ଖୁବ୍ ଆଶ୍ଚର୍ଯ୍ୟ ହେବା ସହ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି।

ଗତ ଦୁଇ ଦିନ ତଳେ ଅର୍ଥାତ ଜୁଲାଇ ୨ ତାରିଖ ରବିବାର ଦିନ ତ୍ରିଦୀପ କେ ମଣ୍ଡଳ ନାମକ ଜଣେ ସୋସିଆଲ ମିଡିଆ ୟୁଜର ତାଙ୍କ ଟ୍ୱିଟରରେ ଏକ ଚଳଚ୍ଚିତ୍ର ଥିଏଟର ବିଲ୍ ସଂଲଗ୍ନ କରି କ୍ୟାପସନରେ ମନ କଥା ଲେଖିଛନ୍ତି  । ମାତ୍ର ୫୫ ଗ୍ରାମ ପପକର୍ଣ୍ଣର ଦାମ ୪୬୦ଟଙ୍କା । କେବଳ ସେତିକି ନୁହେଁ ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ, ୬ଶହ ଏମଏଲ ବୋତଲ ଥଣ୍ଡା ପାନୀୟର ମୂଲ୍ୟ ୩୬୦ ଟଙ୍କା । ତେବେ ଦୁଇଟି ସାମଗ୍ରୀକୁ ମିସାଇଲେ ମୋଟ ମୂଲ୍ୟ ହେଉଛି ୮୨୦ ଟଙ୍କା ।  ଆପଣ ଏବେ ଜାଣିବାକୁ ଚାହୁଁଥିବେ ଏପରି ମହଙ୍ଗା ବିଲ୍ କେଉଁ ପ୍ରେକ୍ଷାଳୟରେ ରହିଛି । ତେବେ ଆପଣଙ୍କୁ କହିରଖୁଛୁ ଯେ, ଏହି ରସିଦଟି ନୋଏଡା ସ୍ଥିତ ମଲ୍ ଅଫ୍ ଇଣ୍ଡିଆ (Mall of India) PVR ର ଥିଲା । ଏହା ମଧ୍ୟ ଜଣାପଡିଛି ଯେ, ଚଳଚ୍ଚିତ୍ର ଟିକେଟ୍ ମୂଲ୍ୟ ଏହି ବିଲରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ । ଯଦି ଏହି ଦରକୁ ଆପଣ ଦେଖିବେ ତେବେ ଆପଣ ଅନୁମାନ କରିପାରୁଥିବେ ଯେ  OTT ପ୍ଲାଟଫର୍ମର ଏକ ବର୍ଷର ମେମ୍ୱରସିପ ହେବା ଅପେକ୍ଷା ଥରେ ଥିଏଟରରେ ଚଳଚ୍ଚିତ୍ର ଦେଖିବା ଅତ୍ୟନ୍ତ ମହଙ୍ଗା ।  ପରିବାର ଏବଂ ବନ୍ଧୁମାନଙ୍କ ସହିତ ଚଳଚ୍ଚିତ୍ର ଦେଖିବା ବର୍ତ୍ତମାନ ଅସମ୍ଭବ ହୋଇପଡିଛି |

ଟ୍ୱିଟରରେ ଏହି ପୋଷ୍ଟଟି ଅପଲୋଡ ହେବା ପରେ ଆଖି ପିଛୁଳାକେ ଭାଇରାଲ୍ ହୋଇଯାଇଥିଲା । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, 'ଆଶ୍ଚର୍ଯ୍ୟର କଥା ଏହା ଯେ, ଲୋକମାନେ ଏହିସବୁ କାରଣରୁ ଥିଏଟରକୁ ଯାଇ ସିନେମା ଦେଖିବାକୁ ପସନ୍ଦ କରୁନାହାନ୍ତି । ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, 'ଚଳଚ୍ଚିତ୍ର ଦେଖିବା ପାଇଁ ମଲ୍ଟିପ୍ଲେକ୍ସକୁ ଲୋକ ସିନେମା ଦେଖିବାକୁ ଯାଆନ୍ତି ମଧ୍ୟାହ୍ନ ଭୋଜନ କିମ୍ୱା ରାତ୍ରୀ ଭୋଜନ କରିବା ପାଇଁ ନୁହେଁ । ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଏହି ବଜେଟରେ ଘରର ଗ୍ୟାସ୍ ଆସିଯିବ । ତେବେ ଏ ଏପର୍ଯ୍ୟନ୍ତ ପୋଷ୍ଟଟିକୁ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ୨୦ ହଜାରରୁ ଅଧିକ ଲୋକେ ଏହି ପୋଷ୍ଟରେ ରିଆକ୍ସନ ଦେଇଛନ୍ତି ।

Also read- Camel Attack: ମାଲିକାଣୀକୁ ଭୟଙ୍କର ମୃତ୍ୟୁ ଦେଲା ଓଟ, ହାତକୁ ଚୋବାଇବା ସହ...