RBI Rules: ଭୁଲରେ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେଲେ ଏପରି ଫେରିପାଇବେ ଟଙ୍କା, ଜାଣନ୍ତୁ ସରଳ ଟିପ୍ସ
Advertisement

RBI Rules: ଭୁଲରେ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେଲେ ଏପରି ଫେରିପାଇବେ ଟଙ୍କା, ଜାଣନ୍ତୁ ସରଳ ଟିପ୍ସ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓମ୍ବିଡସନ୍ ସ୍କିମ୍, ୨୦୨୧-୨୨ ର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ଆରବିଆଇ (RBI) ଉଲ୍ଲେଖ କରିଛି ଯେ ବର୍ଷକ ମଧ୍ୟରେ ଗ୍ରହଣ କରାଯାଇଥିବା ଅଧିକାଂଶ ଅଭିଯୋଗ ଡିଜିଟାଲ ପେମେଣ୍ଟ ଓ କାରବାର ପଦ୍ଧତି ସହିତ ଜଡିତ ଥିଲା । ଯଦିଓ ଆମେ ଟଙ୍କା ଟ୍ରାନ୍ସଫର କରିବା ସମୟରେ ଅନେକ ସତର୍କତ

ସୌ: ସୋସିଆଲ ମିଡିଆ

RBI Rules For Money Transfer: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓମ୍ବିଡସନ୍ ସ୍କିମ୍, ୨୦୨୧-୨୨ ର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ଆରବିଆଇ (RBI) ଉଲ୍ଲେଖ କରିଛି ଯେ ବର୍ଷକ ମଧ୍ୟରେ ଗ୍ରହଣ କରାଯାଇଥିବା ଅଧିକାଂଶ ଅଭିଯୋଗ ଡିଜିଟାଲ ପେମେଣ୍ଟ ଓ କାରବାର ପଦ୍ଧତି ସହିତ ଜଡିତ ଥିଲା । ଯଦିଓ ଆମେ ଟଙ୍କା ଟ୍ରାନ୍ସଫର କରିବା ସମୟରେ ଅନେକ ସତର୍କତା ଅବଲମ୍ବନ କରୁ, ତଥାପି  ବେଳେବେଳ ତ୍ରୁଟି ଘଟିପାରେ । ଯଦି ଗୋଟିଏ ନମ୍ବର ମଧ୍ୟ ଭୁଲ୍ ହୁଏ, ତେବେ ଆପଣଙ୍କ କଷ୍ଟ ଉପାର୍ଜିତ ଟଙ୍କା ଭୁଲ ଆକାଉଣ୍ଟକୁ ଚାଲି ଯିବ ।

ଯେତେବେଳେ ବି ଆପଣ ଜାଣିବେ ଯେ ଆପଣଙ୍କର ଟଙ୍କା ଭୁଲ ଆକାଉଣ୍ଟକୁ ଚାଲି ଯାଇଛି, ସେତେବେଳେ ଆପଣଙ୍କ ମନକୁ ପ୍ରଥମ କଥା ଆସିବ ଜଯେ ଏହି ଟଙ୍କାକୁ କିପରି ଫେରସ୍ତ ପାଇ ପାରିବେ । ଏଥିପାଇଁ ଆପଣଙ୍କୁ କିଛି ଷ୍ଟେପ୍ ଫଲ୍ଲୋ କରିବାକୁ ପଡିବ ।

ବ୍ୟାଙ୍କ ଅଫ୍ ବରୋଦା ୱେବସାଇଟ୍ ଅନୁଯାୟୀ, ଭୁଲ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେଲେ ପ୍ରଥମେ କାମ ହେଉଛି ଏହା ବିଷୟରେ ବ୍ୟାଙ୍କକୁ ଅବଗତ କରାଇବା । ଆପଣ ବ୍ୟାଙ୍କର ଗ୍ରାହକ ସେବା ନମ୍ବରକୁ କଲ କରି ଆପଣ ତୁରନ୍ତ ଏହା କରିପାରିବ । ଆପଣଙ୍କୁ ସେମାନଙ୍କୁ କଲ କରି କାରବାରର ସମସ୍ତ ବିବରଣୀ ଦେବାକୁ ପଡିବ । ଏହାର ପ୍ରତିବଦଳରେ ବ୍ୟାଙ୍କ ଆପଣଙ୍କୁ ଏକ ଅନୁରୋଧ କିମ୍ବା ଅଭିଯୋଗ ନମ୍ବର ପ୍ରଦାନ କରିବ ।

ଏହା ବ୍ୟତୀତ ଆପଣ ବ୍ୟାଙ୍କର ଗ୍ରାହକ ସେବା ବିଭାଗକୁ ଏକ ଇମେଲ ପଠାଇ ଭୁଲରେ ଟ୍ରାନ୍ସଫର ବିଷୟରେ ସୂଚନା ମଧ୍ୟ ଦେଇପାରିବେ । ଏହାର ଅର୍ଥ ଆପଣଙ୍କ ବ୍ୟାଙ୍କ ସହିତ ଜଡିତ ସମସ୍ତ ଯୋଗାଯୋଗର ଲିଖିତ ଦଲିଲ ଉପଲବ୍ଧ ହେବ ।

ଅନ୍ୟ ଏକ ଉପାୟ ମଧ୍ୟ ଅଛି । ଆପଣ ବ୍ୟାଙ୍କର ହୋମ ଶାଖା ଭିଜିଟ୍ କରି ମ୍ୟାନେଜରଙ୍କ ସହ କଥା ହୋଇ ଭୁଲ ଟ୍ରାନ୍ସଫରର ଏକ ଅଫିସିଆଲି ନୋଟିଫିକେସନ ସବମିଟ୍ କରିପାରିବେ ।

ଆକାଉଣ୍ଟକୁ ଟଙ୍କା ଫେରସ୍ତ ହୋଇଥାଏ କି?
ମନେରଖନ୍ତୁ ଯେ ଯଦି ପ୍ରଦାନ କରାଯାଇଥିବା ଆକାଉଣ୍ଟ ନମ୍ବର ଭୁଲ ଅଟେ କିମ୍ବା ଆକ୍ଟିଭ ନାହିଁ, ତେବେ ତୁରନ୍ତ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଫେରସ୍ତ ହେବ । ବ୍ୟାଙ୍କ ଅଫ୍ ବରୋଦା ୱେବସାଇଟ୍ ଅନୁଯାୟୀ, ଯଦି ସବିଶେଷ ତଥ୍ୟ ବୈଧ ଓ ଟଙ୍କା ଟ୍ରାନ୍ସଫର ହୋଇଯାଇଛି, ତେବେ ଏହାକୁ ଫେରସ୍ତ ପାଇବା ସମ୍ପୂର୍ଣ୍ଣ ଭାବେ ଟଙ୍କା ମିଳିଥିବା ଆକାଉଣ୍ଟ ହୋଲ୍ଡରଙ୍କ ଉପରେ ନିର୍ଭର ରହିବ।

ଏହା ବି ପଢ଼ନ୍ତୁ:  Train Ticket Refund Rules: ଟ୍ରେନ୍ ମିସ୍ ହେଲେ ବି ନୋ-ଟେନସନ୍, ତଥାପି ଫେରସ୍ତ ପାଇବେ ଟଙ୍କା, ଜାଣନ୍ତୁ କିପରି?

ଏହା ବି ପଢନ୍ତୁ: Gautam Adani: ବଡ଼ ଖୁଲାସା କଲେ ଗୌତମ ଆଦାନୀ, କହିଲେ- କିଏ ଅଟନ୍ତି ତାଙ୍କର ପ୍ରେରଣା ଓ ଆଦର୍ଶ?