Indian Currency Notes: ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ ସମ୍ବନ୍ଧରେ ଆସିଲା ବଡ଼ ଖବର; ପୁଣି ଚାଲିବ ସମାନ ନୋଟ୍!
Advertisement
Article Detail0/zeeodisha/odisha1687315

Indian Currency Notes: ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ ସମ୍ବନ୍ଧରେ ଆସିଲା ବଡ଼ ଖବର; ପୁଣି ଚାଲିବ ସମାନ ନୋଟ୍!

Old Indian Bank Note revival: ନିକଟରେ କଥିତ ରୂପରେ  ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ଚିଠି ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ବଦଳାଇବା ସମ୍ବନ୍ଧରେ କୁହାଯାଇଛି। 

Indian Currency Notes: ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ ସମ୍ବନ୍ଧରେ ଆସିଲା ବଡ଼ ଖବର; ପୁଣି ଚାଲିବ ସମାନ ନୋଟ୍!

Old indian notes revival: ଗତ ୨୦୧୬ ବର୍ଷରେ ସମଗ୍ର ଦେଶରେ ହୋଇଥିବା ନୋଟ୍ ବନ୍ଦୀ ପରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ସମ୍ବନ୍ଧରେ ଅନେକ ପ୍ରକାରର ଖବର ସାମ୍ନାକୁ ଆସୁଛି। ଯଦି ଆପଣ ମଧ୍ୟ ସେହି ସମୟରେ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ବଦଳାଇ ନଥିଲେ, ତାହେଲେ ବର୍ତ୍ତମାନ ଆପଣଙ୍କ ଆଉ ଏକ ସୁଯୋଗ ରହିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ବଡ ସୂଚନା ବାହାରକୁ ଆସୁଛି। କ'ଣ ଆପଣ ଆପଣଙ୍କ ଘରେ ପୁରୁଣା ନୋଟ୍ ରଖିଛନ୍ତି? ଯଦି ହଁ, ତାହେଲେ ଜାଣିରଖନ୍ତୁ ଯେ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ସମ୍ବନ୍ଧରେ କ’ଣ କହିଛନ୍ତି ସରକାର।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ଚିଠି ସୋସିଆଲ ମିଡିଆ ମାଧ୍ୟମରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଚିଠିରେ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ବଦଳାଇବା ସମ୍ବନ୍ଧରେ କୁହାଯାଇଛି। ଭାଇରାଲ ହୋଇଥିବା ଚିଠିରେ ଦାବି କରାଯାଇଛି ଯେ ଆରବିଆଇ ବିଦେଶୀ ନାଗରିକଙ୍କ ପାଇଁ ଭାରତୀୟ ବିମୁଦ୍ରୀକରଣ ମୁଦ୍ରା ନୋଟ ବଦଳାଇବାର ସୁବିଧାକୁ ଆହୁରି ଆଗକୁ ବଢାଇଛି।

Also Read: 500 Rupee Note: ଆପଣଙ୍କ ପାଖରେ ରହିଛି କି ୫୦୦ ଟଙ୍କିଆ ନୋଟ? ଜାଣିନିଅନ୍ତୁ ଆରବିଆଇ ନୂଆ ନିୟମ

ଜାଣନ୍ତୁ କ'ଣ ରହିଛି ସତ୍ୟତା?

ଯେତେବେଳେ ଏହି ସୋସିଆଲ ମିଡ଼ିଆ ପୋଷ୍ଟ ଉପରେ ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ଏହାର ସତ୍ୟତା ସାମ୍ନାକୁ ଆସିଥିଲା। ଏହାର ଗମ୍ଭୀରତାକୁ ନଜର ଦେଖି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ  ପ୍ରେସ ଇନଫରମେସନ ବ୍ୟୁରୋ ଫ୍ୟାକ୍ଟ ଚେକ୍ ଟିମ୍ ଏହି ମାମଲାର ଅନୁସନ୍ଧାନ କରି ଏହାର ସତ୍ୟତା ପ୍ରକାଶ କରିଥିଲା। ପିଆଇବି ଫ୍ୟାକ୍ଟ ଚେକ୍ ଟିମ୍ ଏହି ଭାଇରାଲ୍ ପୋଷ୍ଟ ଉପରେ ଫ୍ୟାକ୍ଟ-ଚେକ୍ କରିଥିଲା। ପିଆଇବି ଫ୍ୟାକ୍ଟ ଚେକ୍ କରି  କହିଛି ଯେ ବିଦେଶୀ ନାଗରିକଙ୍କ ପାଇଁ ପୁରୁଣା ୫୦୦ ଟଙ୍କିଆ ନୋଟ କିମ୍ବା ୧୦୦୦ ଟଙ୍କିଆ ନୋଟ ବିନିମୟର ସୁବିଧା ଆଗକୁ ବଢାଯାଇଥିବା ନେଇ ଯେଉଁ ଦାବି କରାଯାଉଛି ତାହା ମିଥ୍ୟା।

ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେଉଥିବା ଏହି ଦାବି ସମ୍ପର୍କରେ ଟ୍ୱିଟ୍ କରି ପିଆଇବି ପକ୍ଷରୁ କୁହାଯାଇିନ୍ତି ଯେ ବିଦେଶୀ ନାଗରିକଙ୍କ ପାଇଁ ଭାରତୀୟ ବିମୁଦ୍ରୀକରଣ ମୁଦ୍ରା ନୋଟ ବିନିମୟ କରିବାର ସୁବିଧା ଗତ ୨୦୧୭ ବର୍ଷରୁ ଶେଷ ହୋଇସାରିଛି। ବର୍ତ୍ତମାନ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ବିନିମୟ ସମ୍ବନ୍ଧରେ ସେପରି କୌଣସି ଆଦେଶ ଜାରି ହୋଇନାହିଁ।

Also Read: RBI Rules: ଚିରାଫଟା ନୋଟ ପରିବର୍ତ୍ତେ ମିଳିବ ନୂଆ ନୋଟ, ଜାଣନ୍ତୁ କ'ଣ କହୁଛି ଆରବିଆଇ ନିୟମ

 

ନିକଟ ଅତୀତରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୫୦୦ ଟଙ୍କିଆ ନୋଟ୍ ସମ୍ବନ୍ଧରେ ଏକ ନୂତନ ଗାଇଡଲାଇନ୍ସ ଜାରି କରାଯାଇଥିଲା। ଯଦି ଆପଣଙ୍କ ପାଖରେ ୫୦୦ ଟଙ୍କିଆ ନୋଟ୍ ରହିଛି କିମ୍ବା ଆପଣ ନିଜ ଘରେ ୫୦୦ ଟଙ୍କିଆ ନୋଟ୍ ରଖିଛନ୍ତି, ତାହେଲେ ଏହି ଖବର ଆପଣଙ୍କ ବେଶ ଉପଯୋଗୀ। ସମଗ୍ର ଦେଶରେ ବିମୁଦ୍ରୀକରଣ ପରେ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ବିଷୟରେ ଅନେକ ପ୍ରକାରର ଖବର ଗଣମାଧ୍ୟମରେ ପ୍ରସାରିତ ହେଉଛି। ହେଲେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କେଉଁ ନୂଆ ଗାଇଡଲାଇନ ଜାରି କରାଯାଇଛି ସେ ସମ୍ପର୍କରେ ଜାଣିନିଅନ୍ତୁ। 

ଭାରତୀୟ ରିଜର୍ବ ବ୍ୟାଙ୍କ (Reserver Bank of India) ଆରବିଆଇ (RBI) ପକ୍ଷରୁ ୧୦୦, ୨୦୦, ୫୦୦, ୨୦୦୦ ଟଙ୍କାର ନୋଟ୍ ଜାରି କରାଯାଇଥାଏ। ବିଭିନ୍ନ ସମୟରେ ଏପରି ଘଟଣା ଘଟିଥାଏ ଯେତେବେଳେ ଆମେ ଏଟିଏମ କାଉଣ୍ଟର ଠାରେ ଟଙ୍କା ଉଠାଇବା ପରେ ଅନେକ ଥର ଆମକୁ ଏଭଳି ଧରଣର ନୋଟ୍ ମିଳିଥାଏ, ଯାହା କୌଣସି ଠାରେ ବ୍ୟବହାର ହୋଇପାରିନଥାଏ। ହେଲେ ଏବେ ଆପଣ ସେହି ଚିରା ଫଟା ନୋଟ୍ ସହଜରେ ବଦଳାଇ ପାରିବେ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଆପଣ ଆପଣଙ୍କର ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ଚିରା ଫଟା ନୋଟ୍ ବଦଳାଇ ପାରିବେ।