୨୦୦୦ ଟଙ୍କିଆ ନୋଟ୍ ଉପରେ RBI ଦେଲା ବଡ଼ ଅପଡେଟ୍, ଡାକଘରେ ମିଳିବ ବଦଳାଇବା ସୁବିଧା
Advertisement
Article Detail0/zeeodisha/odisha1940209

୨୦୦୦ ଟଙ୍କିଆ ନୋଟ୍ ଉପରେ RBI ଦେଲା ବଡ଼ ଅପଡେଟ୍, ଡାକଘରେ ମିଳିବ ବଦଳାଇବା ସୁବିଧା

2000 Note RBI Update: ୨୦୦୦ ଟଙ୍କିଆ ବ୍ୟାଙ୍କ ନୋଟ୍ ଜମା କିମ୍ବା ବଦଳାଇବାର ସୁବିଧା ଆରବିଆଇ ଦ୍ୱାରା ୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଏହାକୁ ନେଇ ଆରବିଆଇ ଏକ ବଡ଼ ଅପଡେଟ୍ ଦେଇଛି ।

RBI's big update on Rs 2000 notes

RBI's big update on Rs 2000 notes: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ୨୦୦୦ ଟଙ୍କିଆ ନୋଟ୍ ଉପରେ ଏକ ବଡ଼ ଘୋଷଣା କରିଛି । ଆରବିଆଇ କହିଛି ଯେ ୨୦୦୦ ଟଙ୍କା ବ୍ୟାଙ୍କ ନୋଟର ଆଇନଗତ ଟେଣ୍ଡର ଜାରି ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦ ମଇ ୨୦୨୩ ରେ ପ୍ରଥମେ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଥିଲା । ବ୍ୟାଙ୍କ ନୋଟ୍ ଜମା କିମ୍ବା ବଦଳାଇବାର ସୁବିଧା ପ୍ରଥମେ ଦେଶର ସମସ୍ତ ବ୍ୟାଙ୍କ ଶାଖାଗୁଡ଼ିକରେ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଉପଲବ୍ଧ ଥିଲା, ଯାହା ପରେ ୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଏହାର ଅବଧି ବୃଦ୍ଧି କରାଯାଇଥିଲା । ଆରବିଆଇ ବର୍ତ୍ତମାନ ଏହାର ବିଜ୍ଞପ୍ତି ଜାରି କରି ଆଉ ଏକ ନୂଆ ଅପଡେଟ୍ ଦେଇଛି ।

ଆରବିଆଇ ଏହା ମଧ୍ୟ କହିଛି ଯେ ଜମା କିମ୍ବା ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସୁବିଧା ଆରବିଆଇର ୧୯ଟି କାର୍ଯ୍ୟାଳୟରେ ଉପଲବ୍ଧ ରହିଛି । ଏହା ସମେତ ଡାକଘର ମାଧ୍ୟମରେ ୨୦୦୦ ଟଙ୍କା ନୋଟ୍ ପଠାଇବାର ସୁବିଧା ନେବାକୁ ଜନସାଧାରଣଙ୍କୁ ଆରବିଆଇ ଅନୁରୋଧ କରାଯାଇଛି । ଏହା ବ୍ୟାଙ୍କ ନୋଟ୍ ଜମା କରିବାକୁ ଆରବିଆଇ କାର୍ଯ୍ୟାଳୟକୁ ଯାଉଥିବା ଲୋକଙ୍କୁ ଆରମ ଦେବ । 

ଯେକୌଣସି ଡାକଘର ମାଧ୍ୟମରେ ଜମା କରାଯାଇପାରିବ ନୋଟ୍
ଆରବିଆଇ କହିଛି ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ପାଇଁ ଆରବିଆଇର କାଉଣ୍ଟରରେ ୨୦୦୦ ଟଙ୍କା ନୋଟ୍ ଗ୍ରହଣ କରାଯାଉଛି । ଏହା ବ୍ୟତୀତ ଲୋକମାନେ ଇଣ୍ଡିଆନ୍ ପୋଷ୍ଟ ମାଧ୍ୟମରେ ଦେଶର ଯେକୌଣସି ଡାକଘରରୁ ଆରବିଆଇର କୌଣସି ପ୍ରଦାନକାରୀ କାର୍ଯ୍ୟାଳୟକୁ ୨୦୦୦ ଟଙ୍କା ନୋଟ୍ ପଠାଇ ପାରିବେ । କେବଳ ଏହି ଲୋକମାନଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ ।

୯୭ ପ୍ରତିଶତ ଫେରି ଆସିଛି ନୋଟ୍ 
ଯେତେବେଳେ ୨୦୦୦ ବ୍ୟାଙ୍କ ନୋଟ୍ ପ୍ରତ୍ୟାହାର ଘୋଷଣା କରାଯାଇଥିଲା, ସେତେବେଳେ ୨୦୨୩ ମସିହା ମେ' ୧୯ ରେ ମୋଟ ୨୦୦୦ ବ୍ୟାଙ୍କ ନୋଟ୍ ମୂଲ୍ୟ ୩.୫୬ ଲକ୍ଷ କୋଟି ଥିଲା, ଯାହା ୩୧ ଅକ୍ଟୋବର ୨୦୨୩ ରେ ୦.୧୦ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି । ଅର୍ଥାତ୍ ୧୯ ମଇ ୨୦୨୩ ସୁଦ୍ଧା, ୨୦୦୦ ଟଙ୍କିଆ ମୋଟ ନୋଟର ୯୭% ରୁ ଅଧିକ ବ୍ୟାଙ୍କ ନୋଟଗୁଡିକ ବ୍ୟାଙ୍କୁ ଫେରିଛି ।