Melbourne in 1985: ୩୭ ବର୍ଷ ପରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦୁଇ କିମ୍ବଦନ୍ତି
Advertisement

Melbourne in 1985: ୩୭ ବର୍ଷ ପରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦୁଇ କିମ୍ବଦନ୍ତି

ନୂଆଦିଲ୍ଲୀ: ଗତକାଲି ରବିବାର ଚଳିତ ବିଶ୍ୱକପର ଏକ ହାଇ ଭୋଲଟେଜ ମ୍ୟାଚରେ ପାକିସ୍ତାନକୁ ୪ ଓ୍ୱିକେଟରେ ପରାସ୍ତ କରିଛି ଭାରତ। ଏହି ମ୍ୟାଚଟି ଖେଳାଯାଇଥିଲା ମେଲବର୍ଣ୍ଣ ଗ୍ରାଉଣ୍ଡ। ଏହି ବିଜୟ ହାସଲ ସହିତ ଅନେକ ସ୍ମୃତିକୁ ମଧ୍ୟ ମନେ ପକାଇ ଦେଇଛି ମେଲବର୍ଣ୍ଣ ଗ୍ରାଉଣ୍ଡ।

Melbourne in 1985: ୩୭ ବର୍ଷ ପରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦୁଇ କିମ୍ବଦନ୍ତି

Melbourne in 1985: ନୂଆଦିଲ୍ଲୀ: ଗତକାଲି ରବିବାର ଚଳିତ ବିଶ୍ୱକପର ଏକ ହାଇ ଭୋଲଟେଜ ମ୍ୟାଚରେ ପାକିସ୍ତାନକୁ ୪ ଓ୍ୱିକେଟରେ ପରାସ୍ତ କରିଛି ଭାରତ। ଏହି ମ୍ୟାଚଟି ଖେଳାଯାଇଥିଲା ମେଲବର୍ଣ୍ଣ ଗ୍ରାଉଣ୍ଡ। ଏହି ବିଜୟ ହାସଲ ସହିତ ଅନେକ ସ୍ମୃତିକୁ ମଧ୍ୟ ମନେ ପକାଇ ଦେଇଛି ମେଲବର୍ଣ୍ଣ ଗ୍ରାଉଣ୍ଡ। ତେବେ ଏହି ମ୍ୟାଚ ସମୟରେ ଦୁଇ କିମ୍ବଦନ୍ତୀ ତାରକ କ୍ରିକେଟର ରବି ଶାସ୍ତ୍ରୀ ଓ କୃଷ୍ଣମାଚାରୀ ଶ୍ରୀନ୍ତଙ୍କୁ ଏହି ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା। ଉଭୟ ଶାସ୍ତ୍ରୀ ଓ ଶ୍ରୀକାନ୍ତ ବିଶ୍ୱକପର ଷ୍ଟାର ସ୍ପୋର୍ଟସ ଭାଷ୍ୟକାର ଦଳରେ ରହିଛନ୍ତି। ଏହି ଦୁଇ ଜଣ ୧୯୮୫ରେ ଅଷ୍ଟ୍ରେଲିଆରେ ଆୟୋଜିତ ବିଶ୍ବ ଚାମ୍ପିଅନ୍‌ସିପ୍‌ (ବେନ୍‌ସନ୍‌ ଆଣ୍ଡ୍‌ ହେଜେସ୍‌) ବିଜେତା ଭାରତୀୟ ଦଳର ସଦସ୍ୟ ମଧ୍ୟ ଥିଲେ।

ରବି ଶାସ୍ତ୍ରୀ ତାଙ୍କର ବିଶ୍ୱ ଚାମ୍ପିଅନସିପ୍ ସହଯୋଗୀ ଶ୍ରୀକାନ୍ତଙ୍କୁ ଏମସିଜି ଗ୍ରାଉଣ୍ଡରେ ଭେଟିଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭାରତ ପାକ ମ୍ୟାଚ ପୂର୍ବରୁ ଉଭୟ ପରସ୍ପର ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହି ଯୋଡି ବିଶ୍ୱ ଚାମ୍ପିଅନସିପ୍ ବିଜୟ ସମ୍ପର୍କରେ ମନେ ପକାଇ ଦେଇଥିଲେ। ଭାରତର ପୂର୍ବତନ ପ୍ରଶିକ୍ଷକ ଏହି ପୋଷ୍ଟକୁ ଏକ କ୍ୟାପସନ୍ ଦେଇଛନ୍ତି ଫଟୋକୁ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି କି ଯେଉଁଥିରେ ୩୭ ବର୍ଷ ପରେ ମୋର ବିଶ୍ୱ ଚାମ୍ପିଅନସିପ ଦଳର ସଦସ୍ୟ ଶ୍ରୀକାନ୍ତଙ୍କ ସହିତ ମେଲବର୍ଣ୍ଣରେ ଏକାଠି ହେବା ସ୍ମରଣୀୟ ମୂହୁର୍ତ୍ତ ଲେଖିଛନ୍ତି।

ଶାସ୍ତ୍ରୀ ଏବଂ ଶ୍ରୀକାନ୍ତଙ୍କ ପ୍ରମୁଖ ଅବଦାନ ହିଁ ଭାରତକୁ ୧୯୮୫ ବିଶ୍ୱ ସିରିଜରେ ଏକ ପ୍ରସିଦ୍ଧ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା। ଶାସ୍ତ୍ରୀ ୧୮୨ ରନ୍ ସଂଗ୍ରହ କରି ୮ ୱିକେଟ୍ ନେଇଥିଲେ। ସେ ଟୁର୍ଣ୍ଣାମେଣ୍ଟର ଖେଳାଳି ଭାବରେ ମଧ୍ୟ ଅଡି କାର୍ ଜିତିଥିଲେ। ଅନ୍ୟପକ୍ଷରେ ଶ୍ରୀକାନ୍ତ ଭାରତକୁ ବ୍ଲାଷ୍ଟିଂ ଷ୍ଟାର୍ଟ ଅପ୍ ଫ୍ରଣ୍ଟ ଯୋଗାଇ ଦେଇଥିଲେ ଏବଂ ପାଞ୍ଚଟି ମ୍ୟାଚରେ ୨୩୮ ରନ୍ ସଂଗ୍ରହ କରିଥିଲେ।

ଏହି ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ ମଧ୍ୟ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯା‌ଇଥିଲା। ସେଥିରେ ବିଜେତା ଭାରତୀୟ ଦଳର ପ୍ରମୁଖ ଖେଳାଳି ଭାବେ ଶାସ୍ତ୍ରୀ ଶ୍ରେଷ୍ଠ ଖେଳାଳି ପୁରସ୍କାର ଭାବେ ଏକ ଅଡି କାର୍‌ ଜିତିଥିଲେ। ଏବେ ସେହି ୩୭ ବର୍ଷ ଦଳର ଦୁଇ ତାରକା ଶାସ୍ତ୍ରୀ ଓ ଶ୍ରୀକାନ୍ତ ମେଲ୍‌ବର୍ଣ୍ଣ ପଡ଼ିଆରେ ଏକାଠି ଫଟୋ ପୋଜ୍‌ ଦେବା ପୁରୁଣା ସ୍ମୃତିକୁ ରୋମନ୍ଥନ କରିଛି। ମୋର ବିଶ୍ବ ଚାମ୍ପିଅନ୍‌ସିପ ଦଳର ସଦସ୍ୟ ଶ୍ରୀକାନ୍ତଙ୍କ ସହ ୩୭ ବର୍ଷ ପରେ ମେଲ୍‌ବର୍ଣ୍ଣରେ ଏକାଠି ହେବା ସ୍ମରଣୀୟ ମୁହୂର୍ତ୍ତ ବୋଲି ଶାସ୍ତ୍ରୀ ଟ୍ବିଟ୍‌ କରି ଫ‌ଟୋର କ୍ୟାପ୍‌ସନ ରଖିଛନ୍ତି।

ସୂଚନାଯୋଗ୍ୟ, ୧୯୮୫ ବିଶ୍ବ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ଶାସ୍ତ୍ରୀ ପାକିସ୍ତାନ ବିପକ୍ଷରେ ୧୪୮ ବଲ୍‌ରୁ ଅପରାଜିତ ୬୩ ରନ୍‌ କରିବା ସାଙ୍ଗକୁ ଶ୍ରୀକାନ୍ତ (୬୭ ରନ୍‌)ଙ୍କ ସହ ପ୍ରଥମ ୱିକେଟ୍‌ରେ ୧୦୩ ରନ୍‌ର ଭାଗୀଦାରି କରିଥିଲେ। ଯାହା ବଳରେ ଭାରତ ୮ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରି ବେନ୍‌ସନ୍‌ ଆଣ୍ଡ୍‌ ହେଜେସ୍‌ ଟ୍ରଫି କରାୟତ କରିଥିଲା

ଅଧିକ ପଢନ୍ତୁ: ଭାରତଠୁ ହାରିବା ପରେ ଡ୍ରେସିଂ ରୁମରେ ବାବର ଆଜମଙ୍କ ଜୋରଦାର ସ୍ପିଚ୍, ମ୍ୟାଚର ଭିଲେନ ପାଲଟିଥିବା ଏହି ଖେଳାଳିଙ୍କୁ କହିଲେ ଏସବୁ କଥା