Shocking News: ଚର୍ଚ୍ଚାରେ ମୂଷାଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ
Advertisement

Shocking News: ଚର୍ଚ୍ଚାରେ ମୂଷାଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ

Uttar Pradesh News: ମଥୁରା ପୋଲିସ ଶେରଗଡ ଏବଂ ରାଜପଥରୁ ୫୮୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ସେଥିମଧ୍ୟରୁ ଶେରଗଡ ଅଞ୍ଚଳରୁ ୩୮୬ କିଲୋଗ୍ରାମ ଏବଂ ଗତ ୨୦୧୮ ବର୍ଷରେ ରାଜପଥ ଥାନା ଅଞ୍ଚଳରୁ ୧୯୫ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ହୋଇଥିବା ଗଞ୍ଜେଇକୁ ଅଦାଲତରେ ହାଜର କରିବାକୁ ଏଡିଜେ କୋର୍ଟ ପୋଲିସକୁ ଆଦେଶ ଦେଇଥିଲା।

Shocking News: ଚର୍ଚ୍ଚାରେ ମୂଷାଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ

Strange Act of Rat: ମୂଷାଙ୍କ ଦ୍ୱାରା କରାଯାଉଥିବା ଅଜବ କାରନାମା ବାବଦରେ ଆପଣ ଜାଣିଥିବେ। ହେଲେ ସଦ୍ୟ ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରେ ଯେଉଁ ଘଟଣା ଘଟିଛି ସେ ବିଷୟରେ ଆପଣ କେବେ ଶୁଣି ନାହାଁନ୍ତି। ଏଠାରୁ ଏଭଳି ଖବର ଆସିଛି ଯାହାକୁ ଆପଣ ସହଜେ ବିଶ୍ୱାସ କରିପାରିବେ ନାହିଁ। ଉତ୍ତର ପ୍ରଦେଶର ଏକ ଅଦାଲତରେ ମଥୁରା ପୋଲିସ ଦେଇଥିବା ବିବୃତ୍ତି ବର୍ତ୍ତମାନ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ପୋଲିସ ଅଦାଲତରେ କହିଛି ଯେ ଥାନାରେ ରଖାଯାଇଥିବା ୫୮୧ କିଲୋଗ୍ରାମ ଗଞ୍ଜେଇକୁ ମୂଷା ଖାଇଯାଇଛି। ଏହି ରିପୋର୍ଟ ଏଡ଼ିଜେ ଅଦାଲତରେ ଉପସ୍ଥାପନ କରାଯାଇଛି। 

ମଥୁରା ପୋଲିସ (Mathura Police) ଶେରଗଡ ଏବଂ ରାଜପଥରୁ ୫୮୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ସେଥିମଧ୍ୟରୁ ଶେରଗଡ ଅଞ୍ଚଳରୁ ୩୮୬ କିଲୋଗ୍ରାମ ଏବଂ ଗତ ୨୦୧୮ ବର୍ଷରେ ରାଜପଥ ଥାନା ଅଞ୍ଚଳରୁ ୧୯୫ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ହୋଇଥିବା ଗଞ୍ଜେଇକୁ ଅଦାଲତରେ ହାଜର କରିବାକୁ ଏଡିଜେ କୋର୍ଟ (ADJ Court) ପୋଲିସକୁ ଆଦେଶ ଦେଇଥିଲା। ହେଲେ ପୋଲିସ ଅଦାଲତରେ ଗଞ୍ଜେଇ ଉପସ୍ଥାପନ କରିନଥିଲା। ବରଂ ଏକ ରିପୋର୍ଟ ଦେଇଥିଲା। ଯେଉଁଥିରେ କୁହାଯାଇଛି ଯେ ୫୮୧ କିଲୋଗ୍ରାମ ଗଞ୍ଜେଇର କିଛି ଅଂଶ ମୂଷା (Rat) ଖାଇ ଯାଇଥିଲେ। ଅନ୍ୟପଟେ ଅବଶିଷ୍ଟ ଗଞ୍ଜେଇକୁ ପୋଡ଼ି ଦିଆଯାଇଥିଲା। ପୋଲିସ ଦେଇଥିବା ବିବୃତ୍ତି ଶୁଣିବା ପରେ ସମସ୍ତଙ୍କ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ବର୍ତ୍ତମାନ ୨୬ ନଭେମ୍ବରରେ କୋର୍ଟ ଏହା ସହ ଜଡିତ ପ୍ରମାଣ ଉପସ୍ଥାପନ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

Also Read: Shocking News: ପୋଲିସ ନୁହେଁ ଥାନା ସୁରକ୍ଷା ଦାୟିତ୍ୱରେ ଅଛନ୍ତି ବିଲେଇ

 

ମଥୁରା ପୋଲିସର ଏହି ବିବୃତ୍ତି ସାମ୍ନାକୁ ଆସିବା ପର ଠାରୁ ଏହି ଘଟଣା ଥଣ୍ଡା ହେବାର ନାମ ନେଉନାହିଁ। ଏହି ମାମଲାରେ ପୋଲିସ ଅଦାଲତରେ କେଉଁ ପ୍ରମାଣ ଉପସ୍ଥାପନ କରିବ ତାହା ଉପରେ ରହିଛି ନଜର। ହାଇୱେ ଇନ୍ସପେକ୍ଟର ଛୋଟେଲାଲ କହିଛନ୍ତି ଯେ ଗତ ୭ ଅକ୍ଟୋବରରେ ବର୍ଷା ହେତୁ ଥାନା ପରିସରରେ ପାଣି ଜମି ଯାଇଥିଲା। ବର୍ଷା କାରଣରୁ ଅନେକ ଗଞ୍ଜେଇ ନଷ୍ଟ ହୋଇଯାଇଥିଲା। ପୋଲିସ କହିଛି ଯେ ବର୍ଷା ଜଳ ଦ୍ୱାରା ନଷ୍ଟ ହୋଇଥିବା ଗଞ୍ଜେଇ ଏବେ ଥାନାରେ ପଡ଼ରହିଛି। ଯଦି ମିଡିଆ ରିପୋର୍ଟ କଥା ବିଚାରକୁ ନିଆଯାଏ, ତାହେଲେ ଏହାର ମୋଟ ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କା ହେବ। କିଛି ବର୍ଷ ପୂର୍ବେ ବିହାରରୁ ମଧ୍ୟ ସମାନ ଖବର ଆସିଥିଲା। ​​ଯେଉଁଥିରେ କୁହାଯାଇଥିଲା ଯେ କୋଟି କୋଟି ଟଙ୍କା ମୂଲ୍ୟର ମଦ ମୂଷା ପିଇ ଯାଇଥିଲା।