Ratan Tata: ଟାଟା ଗ୍ରୁପ୍ର ଚେୟାରମ୍ୟାନ୍ ରତନ ଟାଟାଙ୍କୁ ‘ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ-୨୦୨୧’ ରେ ସମ୍ମାନିତ କରାଯାଇଛି।ମୁମ୍ବାଇ ସ୍ଥିତ ରତନ ଟାଟାଙ୍କ ବାସଭବନରେ ରତନ ଟାଟାଙ୍କୁ ସମ୍ମାନିତ କରିଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ(Achyuta Samanta)।
Trending Photos
Ratan Tata: ଟାଟା ଗ୍ରୁପ୍ର ଚେୟାରମ୍ୟାନ୍ ରତନ ଟାଟାଙ୍କୁ ‘ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ-୨୦୨୧’ ରେ ସମ୍ମାନିତ କରାଯାଇଛି।ମୁମ୍ବାଇ ସ୍ଥିତ ରତନ ଟାଟାଙ୍କ ବାସଭବନରେ ରତନ ଟାଟାଙ୍କୁ ସମ୍ମାନିତ କରିଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ(Achyuta Samanta)। ଏହି ସମ୍ମାନ ପ୍ରଦାନ କରିବା ସମୟରେ ଟାଟା ଗ୍ରୁପ୍ର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ ଓ ତିନି ଥର ଗ୍ରାମି ପୁରସ୍କାର ବିଜେତା ରିକି କେଜ୍(Ricky kej) ଉପସ୍ଥିତ ଥିଲେ।
A fulfilling moment as Shree @RNTata2000 Ji accepts the esteemed KISS Humanitarian Award. My childhood ties with Tata Group have deeply inspired my admiration for his leadership and philanthropy. His commitment to community development alongside corporate leadership is exemplary. pic.twitter.com/CSkLdJOHUN
— Achyuta Samanta (@achyuta_samanta) April 22, 2024
ରତନ ଟାଟାଙ୍କ ସମାଜସେବା ଓ ନେତୃତ୍ବ ପିଲାଟି ଦିନରୁ ମୋତେ ପ୍ରଭାବିତ କରିଛି, ଆଜି ଏହି ସମ୍ମାନ ପ୍ରଦାନ କରି ନିଜକୁ ଗୌରବାନ୍ବିତ ମନେ କରୁଥିବା ଶ୍ରୀ ସାମନ୍ତ(Sri Samanta) କହିଛନ୍ତି। ସାମାଜିକ ବିକାଶ ପ୍ରତି ପ୍ରତିବଦ୍ଧତା ଓ କର୍ପୋରେଟ ନେତୃତ୍ୱ କ୍ଷେତ୍ରରେ ସେ ସୃଷ୍ଟି କରିଥିବା ଉଦାହରଣ ପାଇଁ ତାଙ୍କୁ କିସ୍(KISS) ହ୍ୟୁମାନିଟାରିଆନ୍ ସମ୍ମାନ ପ୍ରଦାନ କରାଯାଇଛି। ପୂର୍ବରୁ ବିଶ୍ୱର ବହୁ ରାଷ୍ଟ୍ରନେତା, ନୋବେଲ୍ ବିଜେତା ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତେବେ ଏହି ସମ୍ମାନରେ ସମ୍ମାନିତ ହେବା ପରେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ରତନ ଟାଟା।