Ramadan 2024: ଆଜିଠୁ ରମଜାନ୍, ଜାଣନ୍ତୁ କାହିଁକି ଓ କେମିତି କରାଯାଏ ପାଳନ
Advertisement

Ramadan 2024: ଆଜିଠୁ ରମଜାନ୍, ଜାଣନ୍ତୁ କାହିଁକି ଓ କେମିତି କରାଯାଏ ପାଳନ

Ramadan 2024: ସୋମବାର ସନ୍ଧ୍ୟାରେ ଚାନ୍ଦ ଦେଖି ଏହି ପବିତ୍ର ମାସର ଆରମ୍ଭ କରିଛନ୍ତି ମୁସଲମାନ ଭାଇ ଓ ଭଉଣୀ । ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ଏହା ଏପ୍ରିଲ ୯ରେ ସରିବ । ଏହି ସମୟ ମଧ୍ୟରେ ରମଜାନ ମାସ ସାରା ମୁସଲମାନ ଭାଇ ଓ ଭଉଣୀ ମାନେ ଦିନ ତମାମ ଉପବାସ ରହି ବ୍ରତ ପାଳନ କରନ୍ତି, ଏହାକୁ ‘ରୋଜା’ କୁହାଯାଏ ।

Ramadan 2024: ଆଜିଠୁ ରମଜାନ୍, ଜାଣନ୍ତୁ କାହିଁକି ଓ କେମିତି କରାଯାଏ ପାଳନ

Ramadan 2024: ମଙ୍ଗଳବାରଠାରୁ ଆରମ୍ଭ ହେଉଛି ପବିତ୍ର ରମଜାନ ମାସ । ସୋମବାର ସନ୍ଧ୍ୟାରେ ଚାନ୍ଦ ଦେଖି ଏହି ପବିତ୍ର ମାସର ଆରମ୍ଭ କରିଛନ୍ତି ମୁସଲମାନ ଭାଇ ଓ ଭଉଣୀ । ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ଏହା ଏପ୍ରିଲ ୯ରେ ସରିବ । ଏହି ସମୟ ମଧ୍ୟରେ ରମଜାନ ମାସ ସାରା ମୁସଲମାନ ଭାଇ ଓ ଭଉଣୀ ମାନେ ଦିନ ତମାମ ଉପବାସ ରହି ବ୍ରତ ପାଳନ କରନ୍ତି, ଏହାକୁ ‘ରୋଜା’ କୁହାଯାଏ ।

ସୋମବାର ସନ୍ଧ୍ୟାରେ ଚନ୍ଦ୍ର ଦେଖିବା ପରେ ପ୍ରଥମ ତାରାୱିହ ନମାଜ ପାଠ କରାଯାଇଥିଲା । ମଙ୍ଗଳବାର ମୁସଲମାନ ଭାଇ ଓ ଭଉଣୀ ମାନେ ପ୍ରଥମ ‘ରୋଜା’ ରଖି ନମାଜ ପାଠ କରିବେ । ଉପବାସ କରୁଥିବା ଲୋକମାନେ ଏକ ମାସ ଧରି ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ ପାଳନ କରଥାଆନ୍ତି I ଏହି ସମୟରେ ବିଭିନ୍ନ ମସଜିଦ ଗୁଡିକରେ ଏକାଠି ହୋଇ ମୁସଲମାନ ଭାଇମାନେ ସମୂହ ନମାଜ ପାଠ କରିଥାନ୍ତି I ବ୍ରତ ଶେଷରେ ସନ୍ଧ୍ୟା ବେଳେ ‘ଇଫତାର’ ପାଳନ କରାଯାଏ I ଏହି ମାସଟି ଭଲ କାର୍ଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ ବୋଲି କୁହାଯାଏ I ରମଜାନ ମାସ ସାରା ଉପବାସ ରହି ଦିନକୁ ୩ ଥର ନମାଜ ପାଠ କରିବା ସହ ନିଜ ପରିବାର ତଥା ଜଗତର ମଙ୍ଗଳ କାମନା କରିଥାଆନ୍ତି ମୁସଲମାନ ସମ୍ପ୍ରଦାୟ । ରମଜାନ ମାସ ଏପ୍ରିଲ ୯ ତାରିଖରେ ସରିବାକୁ ଥିବାବେଳେ ୧୦ ତାରିଖ ଦିନ ଇଦ-ଉଲ-ଫିତର ପାଳନ କରାଯିବ ।

କାହିଁକି କରାଯାଏ ପାଳନ ?

ଇସଲାମୀୟ ମତାନୁଯାୟୀ, ମୁସଲମାନ ଧର୍ମଗୁରୁ ପୈଗେମ୍ବର ମହମ୍ମଦ ସାଲ ୬୧୦ରେ ପବିତ୍ର ପୁସ୍ତକ ‘କୁରାନ’ ଉପରେ ଜ୍ଞାନ ପ୍ରାପ୍ତ କରିଥିଲେ I ରମଜାନ ମାସର ୨୭ତମ ରାତିରେ ଶାବ-ଇ-କଦର କୁରାନ୍ ପ୍ରକାଶ ପାଇଥିଲା। ସେଥିପାଇଁ ଏହି ମାସରେ ‘ତାରାୱିହ’ ପ୍ରାର୍ଥନାରେ ମାସ ସାରା କୁରାନ୍ ପାଠ କରାଯାଏ I ଯେଉଁମାନେ କୁରାନ ପଢି ପାରନ୍ତି ନାହିଁ, ସେମାନେ ‘କୁରାନ’ ଶୁଣି ବ୍ରତ ପାଳନ କରିଥାନ୍ତି I କୁହାଯାଏ, ଯଦି ରମଜାନ ମାସରେ ପବିତ୍ର ହୃଦୟର ସହ ଆଲ୍ଲାଙ୍କୁ ପ୍ରାର୍ଥନା କରାଯାଏ,ତେବେ ଆଲ୍ଲା ସମସ୍ତ ପ୍ରାର୍ଥନା ପୂରଣ କରିଥାଆନ୍ତି I ଏହାସହ ସମସ୍ତ ପାପ ମଧ୍ୟ କ୍ଷମା କ୍ଷୟ ହୋଇଥାଏ  I

ଭାରତ ସମେତ ଓଡ଼ିଶାର ବିଭିନ୍ନ ମସଜିଦ ଗୁଡିକରେ ପବିତ୍ର ରମଜାନ ମାସର ଆୟୋଜନ କରାଯାଇଛି I ଏହାବାଦ ବିଭିନ୍ନ ସ୍ଥାନରେ ସନ୍ଧ୍ୟାରେ ଇଫତାର ର ମଧ୍ୟ ଆୟୋଜନ କରାଯାଇଛି I ଏଠାରେ ସମସ୍ତେ ଏକାଠି ହୋଇ ‘ରୋଜା’ ଭାଙ୍ଗିବେ I