Jammu Kashmir Encounter: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ୫ ସୈନିକ ସହିଦ; ଜାରି ରହିଛି ଅପରେସନ୍ ତ୍ରିନେତ୍ର
Advertisement

Jammu Kashmir Encounter: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ୫ ସୈନିକ ସହିଦ; ଜାରି ରହିଛି ଅପରେସନ୍ ତ୍ରିନେତ୍ର

Rajouri Encounter: ରାଜୋରୀର ଖେସାରୀ ପାହାଡ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ଚାଲିଛି । ଏହି ମିଳିତ ଅପରେସନରେ ୫ ଜଣ ସୌନିକ ପ୍ରାଣ ହରାଇଛନ୍ତି ।

ସୌ: ସୋସିଆଲ ମିଡିଆ

Jammu Kashmir Encounter: ଜମ୍ମୁ କାଶ୍ମୀରର ରଜୋରିରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ଏପର୍ଯ୍ୟନ୍ତ ପାଞ୍ଚଜଣ ସୌନିକ ସହିଦ ହୋଇଛନ୍ତି । ଭାରତୀୟ ସେନା ଶୁକ୍ରବାର ଦିନ କହିଛି ଯେ ରାଜୋରୀ ସେକ୍ଟରରେ ଚାଲିଥିବା ଅପରେସନ୍ ତ୍ରିନେତ୍ରରେ ଗୁରୁତର ଆହତ ହୋଇଥିବା ତିନିଜଣ ସୌନିକ ଦୁର୍ଭାଗ୍ୟବଶତଃ ସକାଳେ ପ୍ରାଣ ହରାଇଥିଲେ । ଏହା ପୂର୍ବରୁ ସକାଳେ ଦୁଇ ସୌନିକ ସହିଦ ହୋଇଥିଲେ । ସେନା ହେଲିକପ୍ଟର ମଧ୍ୟ ଘଟଣାସ୍ଥଳରେ ଉଡୁଥିବା ଦେଖିବାକୁ ମିଳିଛି । ଜମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂ ଓ ଏଡିଜିପି ଜାମ୍ମୁ ମୁକେଶ ସିଂ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ସେନାର ଉତ୍ତର କମାଣ୍ଡ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ ଗତ ମାସରେ ଜମ୍ମୁ ଅଞ୍ଚଳର ଭଟା ଧୁରିୟାନର ଟୋଟା ଗାଲି ଅଞ୍ଚଳରେ ଏକ ସେନା ଟ୍ରକ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ଏହାର ସୌନ୍ୟମାନେ ନିରନ୍ତର ଖୁଫିଆ ଅପରେସନ୍ କରୁଛନ୍ତି । ରାଜୋରୀ ସେକ୍ଟରର କାଳନ୍ଦୀ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଏହି ମିଳିତ ଅପରେସନ ୩ ମେ'ରେ ଆରମ୍ଭ କରାଯାଇଥିଲା ବୋଲି ବୟାନରେ କୁହାଯାଇଛି ।

 

ଅନେକ ଆତଙ୍କବାଦୀଙ୍କ ନିହତ ହେବାର ରହିଛି ଆଶଙ୍କା
ଆହତ ଅଧିକାରୀମାନେ ମେଜର ପଦବୀରେ ଅଛନ୍ତି । ପରେ ଆହତ ତିନି ଜଣ ଯବାନ ଆଘାତରେ ଯୋଗୁଁ ମୃତ୍ୟୁ ବରଣ କରିଥିଲେ । ନିକଟସ୍ଥ ଅଞ୍ଚଳରୁ ଅତିରିକ୍ତ ଦଳ ଏନକାଉଣ୍ଟର ସାଇଟକୁ ପଠାଯାଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଏକ ଦଳ ଫସି ରହିଛନ୍ତି । ଏହି ବୟାନରେ କୁହାଯାଇଛି ଯେ ଆତଙ୍କବାଦୀ ଗୋଷ୍ଠୀରେ ମଧ୍ୟ ହତାହତ ହେବାର ସମ୍ଭାବନା ରହିଛି ଓ ଅପରେସନ ଚାଲିଛି । ଏହି ସମୟରେ ପୁଞ୍ଚ ଆକ୍ରମଣ ପାଇଁ PAFF ଦାୟୀ ବୋଲି ଦାବି କରିଛି ।

ଭାରତ ଗସ୍ତରେ ଅଛନ୍ତି ପାକିସ୍ତାନର ବୌଦେଶିକ ମନ୍ତ୍ରୀ 
ଆତଙ୍କବାଦୀଙ୍କୁ ନେଇ ଏହି ସୌନିକମାନେ ସହିଦ ହୋଇଛନ୍ତି, ଯେଉଁ ସମୟରେ ପାକିସ୍ତାନର ବୌଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଏସସିଓ ବୌଠକରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଆସିଛନ୍ତି । ଏହି ସମୟରେ ଭାରତର ବୌଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆତଙ୍କବାଦ ବିଷୟରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଆର୍ଥିକ ସହାୟତା କରିବାର ସମସ୍ତ ପଦ୍ଧତି ବନ୍ଦ କରାଯିବା ଉଚିତ୍ । ଆମେ ଦୃଢ ଭାବରେ ବିଶ୍ୱାସ କରୁ ଯେ ଆତଙ୍କବାଦ କଦାପି ଯଥାର୍ଥ ହୋଇପାରିବ ନାହିଁ, ସୀମରେ  ଆତଙ୍କବାଦ ସମେତ ଏହାର ସମସ୍ତ ରୂପରେ ବିଲୋପ ହେବା ଆବଶ୍ୟକ । ଆତଙ୍କବାଦକୁ ଅଣଦେଖା କରିବା ଆମର ସୁରକ୍ଷା ସ୍ୱାର୍ଥ ପାଇଁ କ୍ଷତିକାରକ ହେବ ।

ଦୁଃଖ ପ୍ରକାଶ କରିଛନ୍ତି ଓମାର ଅବଦୁଲ୍ଲା 
ଜମ୍ମୁ-କଶ୍ମୀରର ପୂର୍ବତନ ସିଏମ୍ ଓମାର ଅବଦୁଲ୍ଲା ସୌନିକମାନଙ୍କ ଶହୀଦ ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ଏହି ଦୁଃଖଦ ଖବର ନେଇ ଟୁଇଟ୍ କରିଛନ୍ତି, ଯେଉଁଠାରେ ଭାରତୀୟ ସେନା କର୍ମଚାରୀ କରିବା ସମୟରେ ପ୍ରାଣ ହରାଇଛନ୍ତି । ସେ ଲେଖିଛନ୍ତି ଆତଙ୍କବାଦ ହେଉଛି ଏକ ଅଭିଶାପ ଯାହାକି ଦଶନ୍ଧି ଧରି ଜମ୍ମୁ କାଶ୍ମୀରରେ ଅନେକ ଜୀବନକୁ ନଷ୍ଟ କରିଦେଇଛି ଓ ଏହାକୁ ଦୃଢ ନିନ୍ଦା କରାଯିବା ଉଚିତ୍ । ଆଜି ଆମେ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି ।