Muslim Priest in Hindu Temple: ଏହି ହିନ୍ଦୁ ମନ୍ଦିରରେ ମୁସଲମାନ ପୂଜାରୀ କରନ୍ତି ମାଆଙ୍କ ପୂଜାର୍ଚ୍ଚନା, ପଛରେ ରହିଛି ଏହି କାରଣ!
Advertisement
Article Detail0/zeeodisha/odisha1650635

Muslim Priest in Hindu Temple: ଏହି ହିନ୍ଦୁ ମନ୍ଦିରରେ ମୁସଲମାନ ପୂଜାରୀ କରନ୍ତି ମାଆଙ୍କ ପୂଜାର୍ଚ୍ଚନା, ପଛରେ ରହିଛି ଏହି କାରଣ!

Shocking News: ଏହି ମନ୍ଦିରରେ ଧର୍ମକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ, ଏଠାରେ ସମସ୍ତ ଧର୍ମର ଲୋକେ ମାତାଙ୍କୁ ପୂଜା କରିବାକୁ ଯାଇଥାଆନ୍ତି । ଏହି ମନ୍ଦିର ରାଜସ୍ଥାନର ଯୋଧପୁର ଜିଲ୍ଲା ଗ୍ରାମାଞ୍ଚଳରେ ଅବସ୍ଥିତ।

ସୌ(ସୋସିଆଲ ମିଡିଆ)

Shocking News: ଆମ ଦେଶରେ ଏପରି ଅନେକ ହିନ୍ଦୁ ମନ୍ଦିର (Hindu Temple) ରହିଛି ଯାହାର ରୀତିନୀତି ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । ଆଜି ଆମେ ଏପରି ଏକ ହିନ୍ଦୁ ମନ୍ଦିର ବିଷୟରେ କହିବୁ ଯାହାର ପ୍ରଚଳିତ ରୀତିନୀତି ଶୁଣି ଆପଣ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ଯ ଏଠାରେ ଧର୍ମ ଅନୁଯାୟୀ ଧାର୍ମିକସ୍ଥଳୀ ଭିନ୍ନ ଭିନ୍ନ ହୋଇଥାଏ । ତେବେ ଆମେ କହିବାକୁ ଯାଉଥିବା ଏହି ମନ୍ଦିର ସମାଜରେ ସାମ୍ପ୍ରଦାୟିକ ସମନ୍ୱୟର ଏକ ଉତ୍ତମ ଉଦାହରଣ ଅଟେ । ମାଆ ଦୁର୍ଗାଙ୍କ ଏହି ମନ୍ଦିରରେ (Rajasthan Maa Durga Temple) ମୁସଲମାନ ପୁରୋହିତ (Priest) ମାଆଙ୍କ ପୂଜା କରିଥାଆନ୍ତି। ଏହି ମନ୍ଦିରରେ ଧର୍ମକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ, ଏଠାରେ ସମସ୍ତ ଧର୍ମର ଲୋକେ ମାତାଙ୍କୁ ପୂଜା କରିବାକୁ ଯାଇଥାଆନ୍ତି ।

କେଉଁଠାରେ ଅବସ୍ଥିତ ଏହି ମନ୍ଦିର-

ଏହି ମନ୍ଦିର ରାଜସ୍ଥାନର ଯୋଧପୁର (Rajasthan Jodhpur) ଜିଲ୍ଲା ଗ୍ରାମାଞ୍ଚଳରେ ଅବସ୍ଥିତ। ଭୋପାଳଗଡ଼ (Rajasthan Bhopalgarh) ଗାଁ ବାଗୋରିଆର (Bagoriya) ଉଚ୍ଚ ପାହାଡ଼ ଉପରେ ପ୍ରାୟ ୫୦୦ ପାହାଚ ଅତିକ୍ରମ କରିବା ପରେ ମା ଦୁର୍ଗାଙ୍କ ଏହି ମନ୍ଦିର ଅବସ୍ଥିତ । ମା’ଙ୍କ ଦର୍ଶନ ପାଇବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ସେଠାକୁ ଯାଇଥାଆନ୍ତି । ମା ଦୁର୍ଗାଙ୍କ (Maa Durga) ଏହି ମନ୍ଦିରର ପୁରୋହିତଙ୍କ ନାମ ଜଲାଲୁଦ୍ଦିନ ଖାନ ଅଟେ। ଯିଏ ଏକ ମୁସଲମାନ ଅଟନ୍ତି । ମନ୍ଦିରରେ ମୁସଲମାନ ପରିବାରର ସଦସ୍ୟମାନେ ପୀଢି ପରେ ପୀଢି ଏଠାରେ ମାଆଙ୍କ ପୂଜା ଆରାଧ୍ୟନା କରିଆସୁଛନ୍ତି । ମନ୍ଦିରର ପୁରୋହିତ ଜାଲାଲୁଦ୍ଦିନ ଖାନଙ୍କ (Jamaludin Khan) କହିବା ଅନୁଯାୟୀ, ଶହ ଶହ ବର୍ଷ ପୂର୍ବେ ତାଙ୍କ ପୂର୍ବପୁରୁଷମାନେ ପାକିସ୍ତାନରୁ ଏଠାକୁ ଆସିଥିଲେ। ପରେ ସେମାନେ ଏଠାରେ ବସବାସ କରିବା ଆରମ୍ଭ କରିଥିଲେ । ସେହି ଦିନଠାରୁ ପିଢି଼ ପରେ ପିଢି଼ ଏହି ମନ୍ଦିରରେ ମାଆ ଦୁର୍ଗାଙ୍କ ପୂଜା ମନ୍ଦିରରେ କରିଆସୁଛନ୍ତି । ବହୁ ପ୍ରାଚୀନ କାଳରୁ ଏହି ପରମ୍ପରା ଲାଗି ରହିଛି ।

ଏହା ବି ପଢନ୍ତୁ- Modern Shravan Kumar: କଳିଯୁଗର ଶ୍ରବଣ କୁମାର! ଏହି କାରଣ ପାଇଁ ପୁରୁଣା ସ୍କୁଟରରେ ମାଆଙ୍କୁ ବସାଇ କରାଉଛନ୍ତି ତୀର୍ଥଯାତ୍ରା

ଏହା ବି ପଢନ୍ତୁ-World Record: ବିଶ୍ୱ ରେକର୍ଡ କରିବା ପାଇଁ ଏହି ବ୍ୟକ୍ତି କଲେ ଏପରି କାମ, ଶୁଣିଲେ ଉଡ଼ିଯିବ ହୋ

ଣ ରହିଛି ଏହା ପଛର କାହାଣୀ

ଯେତେବେଳେ ସିନ୍ଧର ଏକ ମୁସଲମାନ ଗୋଷ୍ଠୀ ବ୍ୟବସାୟ ଲାଗି ଭାରତ ଆସିଥିଲେ ସେ ସମୟରେ ଜଣେ ମୁସଲମାନ ଏଠାରେ ରହିଯାଇଥିଲେ। ସେ ଭୋକ ଓ ଶୋଷରେ ମରିବାକୁ ଯାଉଥିଲେ କିନ୍ତୁ ଏହି ମନ୍ଦିରରେ ତାଙ୍କ ଜୀବନ ରକ୍ଷା ହୋଇଥିଲା। ମାଆ ଦୁର୍ଗାଙ୍କ ଏହି ଚମତ୍କାର ଦେଖିବା ପରେ ବ୍ୟବସାୟ ଜଣଙ୍କ ଆଉ ଫେରି ନଥିଲେ । ସେ ଏଠାରେ ରହି ମା ଦୁର୍ଗାଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ସେବେଠାରୁ ତାଙ୍କ ପିଢି ପରେ ପିଢି ଏଠାରେ ମାଆଙ୍କ ପୂଜା ଆାରଧ୍ୟନା କରିଆସୁଛନ୍ତି ।

ଏହା ବି ପଢନ୍ତୁ- Flight Attendant: ବିମାନ ଯାତ୍ରା ବେଳେ ଏହି ୫ ପ୍ରଶ୍ନର ମିଳିଥାଏ ମିଥ୍ୟା ଉତ୍ତର, ଜାଣନ୍ତୁ କ'ଣ

ଏହା ବି ପଢନ୍ତୁ-NATO କ’ଣ? ଯେଉଁଥିରେ ସାମିଲ ହେବାକୁ ଭାରତକୁ ମିଳିଛି ଏକ ଅଫର୍

ଏହା ବି ପଢନ୍ତୁ-Electricity Bill: ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୨ଟି ଉପାୟ