Special Train: ହୋଲି ଉପଲକ୍ଷେ ଗଡ଼ିବ ୫ଟି ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ ରୁଟ୍ ଓ ସମୟ
Advertisement

Special Train: ହୋଲି ଉପଲକ୍ଷେ ଗଡ଼ିବ ୫ଟି ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ ରୁଟ୍ ଓ ସମୟ

Holi Special Trains 2024: ରଙ୍ଗର ପର୍ବକୁ ଆହୁରି ଖାସ୍ କରିବା ପାଇଁ ପୂର୍ବତଟ ରେଳପଥ (East Coast Railway) ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି । ହୋଲି ବେଳେ ଯାତ୍ରୀଙ୍କ ଚାହିଦା ଓ ଗୁରୁତ୍ବପୂରର୍ଣ୍ଣ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଅତିରିକ୍ତ ଭଡ଼ା ଦୂର କରିବା ନେଇ ସ୍ବତନ୍ତ୍ର ଟ୍ରେନ୍ (Special Train) ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

Special Train: ହୋଲି ଉପଲକ୍ଷେ ଗଡ଼ିବ ୫ଟି ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ ରୁଟ୍ ଓ ସମୟ

Holi Special Trains 2024: ଆସୁଛି ରଙ୍ଗର ପର୍ବ ହୋଲି (Holi) । ତେବେ ଏହି ରଙ୍ଗର ପର୍ବକୁ ଆହୁରି ଖାସ୍ କରିବା ପାଇଁ ପୂର୍ବତଟ ରେଳପଥ (East Coast Railway)  ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି । ହୋଲି ବେଳେ ଯାତ୍ରୀଙ୍କ ଚାହିଦା ଓ ଗୁରୁତ୍ବପୂରର୍ଣ୍ଣ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଅତିରିକ୍ତ ଭଡ଼ା ଦୂର କରିବା ନେଇ ସ୍ବତନ୍ତ୍ର ଟ୍ରେନ୍ (Special Train) ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଖବର ଅନୁଯାୟୀ, ଏହି ଜୋନ ପରିସୀମା ମଧ୍ଯରେ ୫ ଯୋଡ଼ା ହୋଲି ସ୍ପେଶାଲ ଟ୍ରେନ୍, ପୁନେ, ପାଟଣା, ନିଜାମୁଦ୍ଦିନ ଷ୍ଟେସନକୁ ଚାଲିବ । ସମ୍ବଲପୁର-ପୁନେ- ସମ୍ବଲପୁର ହୋଲି ସ୍ପେଶାଲ ଟ୍ରେନ୍ ( ୦୮୩୨୭, ୦୮୩୨୮) ମାର୍ଚ୍ଚ ୧୭ରୁ ୩୧ ମଧ୍ଯରେ ପ୍ରତି ରବିବାର ସମ୍ବଲପୁରରୁ ରାତି ୧୦ଟାରେ ଛାଡ଼ିବ । ଫେରିବା ବାଟରେ ଏହା ପୁନେରୁ ମାର୍ଚ୍ଚ ୧୯ରୁ ଏପ୍ରିଲ ୨ ମଧ୍ଯରେ ପୁନେରୁ ପୂର୍ବାହ୍ନ ୯ଟା ୧୫ ମିନିଟ୍ ରେ ଛାଡ଼ିବ । ଏହି ଟ୍ରେନ୍ ବରଗଡ଼ ରୋଡ଼, ବାଲଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼, ରାୟପୁର ଭଳି ୨୧ଟି ଷ୍ଟେସନରେ ରହଣି କରିବ ।ପୁରୀ-ପାଟଣା-ପୁରୀ ସ୍ପେଶାଲ ( ୦୮୪୭୭,୦୮୪୭୮) ଆସନ୍ତା ମାର୍ଚ୍ଚ ୧୮ରୁ ୨୫ ତାରିଖ ମଧ୍ଯରେ ପ୍ରତି ସୋମବାର ପୁରୀରୁ ଅପରାହ୍ନ ୪ଟା ୪୫ ମିନିଟ୍ ଛାଡ଼ିବ ।  ଫେରିବା ବାଟରେ ଏହି ଟ୍ରେନ୍ ପାଟନାରୁ ମାର୍ଚ୍ଚ ୧୯ରୁ ୨୬ ମଧ୍ଯରେ ପ୍ରତି ମଙ୍ଗଳବାର ଅପରାହ୍ନ ୧ଟା ୧୫ରେ ଛାଡ଼ିବ । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ଼, ଭୁବନେଶ୍ବର, କଟକ, ଭଦ୍ରକ, ବାଲେଶ୍ବର ଭଳି ୧୮ଟି ଷ୍ଟେସନରେ ଅଟକିବ । ପୁରୀ-ନିଜାମୁଦ୍ଦିନ- ପୁରୀ ସ୍ପେଶାଲ (୦୮୪୭୫, ୦୮୪୭୬) ମାର୍ଚ୍ଚ ୨୨ରୁ ୨୯ ମଧ୍ଯରେ ପୁରୀଠାରୁ ପ୍ରତି ଶୁକ୍ରବାର ଭୋର ୪ଟା ୫୦ରେ ଛାଡ଼ିବ ଏବଂ ଫେରିବା ମାର୍ଗରେ ଏହି ଟ୍ରେନ ନିଜାମୁଦ୍ଦିନଠାରୁ ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ପ୍ରତି ଶନିବାର ରାତି ୧୧ଟା ୩୫ରେ ଛାଡ଼ିବ। ସେହିପରି ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ସମ୍ବଲପୁର ସିଟି, ବିଳାସପୁର ଭଳି ୧୮ଟି ଷ୍ଟେସନ୍‌ରେ ରହଣି କରିବ। ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍ (୦୮୫୭୧/୦୮୫୭୨) ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ପ୍ରତି ଶନିବାର ପୂର୍ବାହ୍ନ ୮ଟା ୨୦ରେ ଛାଡ଼ିବ ଓ ଫେରିବା ବାଟରେ ମାର୍ଚ୍ଚ ୨୪ରୁ ୩୧ ମଧ୍ୟରେ ପ୍ରତି ରବିବାର ନିଜାମୁଦ୍ଦିନଠାରୁ ରାତି ୧୧ଟା ୩୫ରେ ଛାଡ଼ିବ। ଏହି ଟ୍ରେନ୍ ବିଜୟନଗରମ୍, ରାୟଗଡା, ଟିଟିଲାଗଡ, ଖରିଆର ରୋଡ୍, ରାୟପୁର, ନ୍ୟୁ କଟ୍‌ନି, ଗ୍ୱାଲିୟର, ମଥୁରା ଭଳି ୧୯ଟି ଷ୍ଟେସନ୍‌ରେ ରହଣି କରିବ। ବିଶାଖାପାଟଣା-ପାଟନା-ବିଶାଖାପାଟଣା ସ୍ପେସାଲ (୦୮୫୧୭/୦୮୫୧୮) ଆସନ୍ତା ୨୦ରୁ ୨୭ ମଧ୍ୟରେ ପ୍ରତି ବୁଧବାର ବିଶାଖାପାଟଣାରୁ ପୂର୍ବାହ୍ନ ୯ଟା ୨୫ରେ ଛାଡ଼ିବ। ଫେରିବା ବାଟରେ ଏହି ଟ୍ରେନ ପାଟନାରୁ ମାର୍ଚ୍ଚ ୨୧ରୁ ୨୮ ମଧ୍ୟରେ ଗୁରୁବାର ଅପରାହ୍ଣ ୧ଟାରେ ପାଟନାରୁ ଛାଡ଼ିବ। ଏହି ଟ୍ରେନ୍ ବିଜୟନଗରମ୍, ଶ୍ରୀକାକୁଲମ୍, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ୱର ଭଳି ୨୪ଟି ଷ୍ଟେସନ୍‌ରେ ରହିବ। ଯଦି ଏହି ଉତ୍ସବ ସମୟରେ ଯାତ୍ରୀମାନେ ନିୟମିତ ଟ୍ରେନ୍‌ରେ ଅପେକ୍ଷା ତାଲିକା ସାମ୍ନା କରୁଛନ୍ତି, ତେବେ ସେମାନେ ପୂର୍ବତଟ ରେଳ ପରିସୀମା ମଧ୍ୟରୁ ସ୍ୱତନ୍ତ୍ର ଟ୍ରେନ୍‌ରେ ଟିକେଟ୍ କାଟି ପାରିବେ। ସ୍ପେଶାଲ୍ ଟ୍ରେନ୍ ନମ୍ବର ‘୦’(ଶୂନ) କିମ୍ବା ‘୮’ରୁ ଆରମ୍ଭ ହୋଇଥାଏ।

Also Read-Weather Update: ଏହି ଦିନଠାରୁ ବଦଳିବ ପାଗ, ବହୁ ଜିଲ୍ଲାରେ ବର୍ଷା ସମ୍ଭାବନା

ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଓ ନିୟମିତ ଟ୍ରେନ୍‌ରେ ଅତିରିକ୍ତ ବଗି ବୃଦ୍ଧି କରି ଅତିରିକ୍ତ ବର୍ଥ ସୃଷ୍ଟି କରାଯାଇଛି। ଯାତ୍ରୀମାନେ ଆଇଆରସିଟିସି (IRCTC) ୱେବସାଇଟ ରେ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରିପାରିବେ। ସେହିପରି ପିଆରଏସ୍‌ କାଉଣ୍ଟରରୁ (PRS Counter) ଟିକେଟ୍ ବୁକ୍ କରିହେବ ବୋଲି ପୂର୍ବତଟ ରେଳପଥ (East Coast Railway) ପକ୍ଷରୁ କୁହାଯାଇଛି।