Rahul Gandhi Disqualified: ବାସହୀନ ରାହୁଲ ଗାନ୍ଧୀଙ୍କୁ ମିଳିଲା ଘର: କଂଗ୍ରେସ ନେତାଙ୍କ ନାମରେ ଏହି ମହିଳା କଲେ ନିଜର ୪ ମହଲା କୋଠା
Advertisement

Rahul Gandhi Disqualified: ବାସହୀନ ରାହୁଲ ଗାନ୍ଧୀଙ୍କୁ ମିଳିଲା ଘର: କଂଗ୍ରେସ ନେତାଙ୍କ ନାମରେ ଏହି ମହିଳା କଲେ ନିଜର ୪ ମହଲା କୋଠା

Rahul Gandhi Disqualified: କଂଗ୍ରେସ ନେତା ଓ କର୍ମୀମାନେ 'ମେରା ଘର ରାହୁଲ ଗାନ୍ଧୀ କା ଘର' ନାମରେ ଏକ ଅଭିଯାନ ଚଳାଉଛନ୍ତି । ଏହି ସମୟରେ ଦିଲ୍ଲୀର ବାସିନ୍ଦା ରାଜକୁମାରୀ ଗୁପ୍ତା ମଙ୍ଗୋଲପୁରୀରେ ଥିବା ୪ ମହଲା ଘର ରାହୁଲ ଗାନ୍ଧୀଙ୍କ ନାମରେ କରିଦେଇଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ଲୋକସଭାର ସଦସ୍ୟତା ବାତିଲ ହେବା ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏପ୍ରିଲ ୨୨ ସୁଦ୍ଧା ୧୨ ତୁଗଲକ ଲେନରେ ଥିବା ସରକାରୀ ବାସଭବନ ଖାଲି କରିବାକୁ ପଡିବ । 

ପ୍ରତୀକାତ୍ମକ ଫଟୋ

Rahul Gandhi Disqualified: ବିଗତ ଦିନରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା । ଏହାପରେ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବା ନୋଟିସ ଜାରି କରାଯାଇଛି । ଏହା ପରେ କଂଗ୍ରେସ ନେତା ଓ କର୍ମୀମାନେ 'ମେରା ଘର ରାହୁଲ ଗାନ୍ଧୀ କା ଘର' (Mera Ghar Rahul Gandhi Ka Ghar) ନାମରେ ଏକ ଅଭିଯାନ ଚଳାଉଛନ୍ତି । ଏହି ସମୟରେ ଦିଲ୍ଲୀର ବାସିନ୍ଦା ରାଜକୁମାରୀ ଗୁପ୍ତା (Rajkumari Gupta) ମଙ୍ଗୋଲପୁରୀ (Mangolpuri) ରେ ଥିବା ୪ ମହଲା ଘର ରାହୁଲ ଗାନ୍ଧୀ (Rahul Gandhi) ଙ୍କ ନାମରେ କରିଦେଇଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ଲୋକସଭାର ସଦସ୍ୟତା ବାତିଲ ହେବା ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ଏପ୍ରିଲ ୨୨ ସୁଦ୍ଧା ୧୨ ତୁଗଲକ ଲେନରେ ଥିବା ସରକାରୀ ବାସଭବନ ଖାଲି କରିବାକୁ ପଡିବ । ମାର୍ଚ୍ଚ ୨୭ରେ ଲୋକସଭାର ହାଉସିଂ କମିଟି ତାଙ୍କୁ ଏକ ନୋଟିସ୍ ପଠାଇ ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ଏପ୍ରିଲ ୨୨ ସୁଦ୍ଧା ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ କହିଥିଲା ।

fallback

ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ପଠାଯାଇଥିବା ନୋଟିସରେ କୁହାଯାଇଛି ଯେ, ଲୋକସଭା ସଚିବାଳୟ ମାର୍ଚ୍ଚ ୨୪, ୨୦୨୩ରେ ନୋଟିଫିକେସନ୍ ଜାରି କରି ମାର୍ଚ୍ଚ ୨୩,୨୦୨୩ରେ ତାଙ୍କ ଲୋକସଭା ସଦସ୍ୟତା ବାତିଲ କରିଦିଆଯାଇଛି । ତେଣୁ ୧୭ ତମ ଲୋକସଭାର ସାଂସଦ ଭାବରେ ତାଙ୍କୁ ଦିଆଯାଇଥିବା ୧୨ ତୁଗଲକ ଲେନରେ ସରକାରୀ ବାସଭବନରେ ବର୍ତ୍ତମାନ ସର୍ବାଧିକ ଏକ ମାସ ଅର୍ଥାତ୍ ୨୨ ଏପ୍ରିଲ୍ ୨୦୨୩ ପର୍ଯ୍ୟନ୍ତ ରହିପାରିବେ । ନୋଟିସରେ କୁହାଯାଇଛି ଯେ, ତାଙ୍କୁ ଦିଆଯାଇଥିବା ଏହି ସରକାରୀ ଗୃହର ଆବଣ୍ଟନ ୨୩ ଏପ୍ରିଲ ୨୦୨୩ରୁ ବାତିଲ ହୋଇଛି । ଏହା ଅତ୍ୟନ୍ତ ସ୍ପଷ୍ଟ ଯେ ରାହୁଲ ଗାନ୍ଧୀଙ୍କୁ ୨୨ ଏପ୍ରିଲ ୨୦୨୩ ସୁଦ୍ଧା ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡିବ ।

ଆପଣଙ୍କୁ କହି ରଖୁଛୁ ଯେ, ମାର୍ଚ୍ଚ ୨୪ରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଲୋକସଭା ସଚିବାଳୟ ଦ୍ୱାରା ଅଯୋଗ୍ୟ କରାଯାଇଥିଲା (Rahul Gandhi Disqualified) । ୨୦୧୯ 'ମୋଦି ଉପନାମ' ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟର ଏକ ସ୍ଥାନୀୟ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲା । ପରେ ଲୋକସଭା ସଚିବାଳୟ ଏହି ନିଷ୍ପତ୍ତି ନେଇଥିଲା । କେବଳ ଏତିକି ନୁହେଁ, ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଚାଲିଯିବା ପରେ ତାଙ୍କୁ ମଧ୍ୟ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ଦିଆଯାଇଛି । ତାଙ୍କୁ ବଙ୍ଗଳା ଖାଲି କରିବାକୁ ଏପ୍ରିଲ୍ ୨୨ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ରାହୁଲ ଗାନ୍ଧୀ ଦିଲ୍ଲୀର ଲୁଟିନ୍ସ ଜୋନ୍ ସ୍ଥିତ ୧୨ ତୁଗଲୋକ ରୋଡରେ ଏକ ସରକାରୀ ବାସଭବନରେ ରୁହନ୍ତି । ରାହୁଲ ଗାନ୍ଧୀ ୨୦୦୫ରୁ ଏହି ବଙ୍ଗଳାରେ ରହିଆସୁଛନ୍ତି ।

ଅଧିକ ପଢ଼ନ୍ତୁ-ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ୨ ବର୍ଷ ବଢ଼ିଲା ଅବସର ବୟସ

ଅଧିକ ପଢ଼ନ୍ତୁ-IPL ମଝିରେ କ୍ରିକେଟ୍ ଜଗତରେ ଶୋକର ଛାୟା, ଏହି ଭେଟେରାନ୍ ଖେଳାଳିଙ୍କ ନିଧନ