Ratna Bhandar: ଗଠନ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି,ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ୧୨ ଜଣ ସଦସ୍ୟ
Advertisement
Article Detail0/zeeodisha/odisha2134019

Ratna Bhandar: ଗଠନ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି,ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ୧୨ ଜଣ ସଦସ୍ୟ

Ratna Bhandar: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି,  ସେବକ ପ୍ରତିନିଧି ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ କର , ଭଣ୍ଡାର ମେକାପ ସେବକ ଗଣେଶ ମେକାପ, ଏବଂ ପୁରୀ ଜିଲ୍ଲାପାଳ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ର ଉପମୁଖ୍ୟ ପ୍ରଶାସକ।

 

Ratna Bhandar: ଗଠନ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି,ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ୧୨ ଜଣ ସଦସ୍ୟ

Puri Ratna Bhandar: ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର(Puri Sri Mandira Ratna Bhandar) ଯାଞ୍ଚ ପାଇଁ ସରକାର ଏକ ୧୩ ଜଣିଆ କମିଟି ଗଠନ କରିଛନ୍ତି।  ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ୱରେ ଏହି ଦଳ ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କିତ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ମୂଲ୍ୟବାନ୍  ବସ୍ତୁ  ଓ   ଅଳଙ୍କାର  ତାଲିକା  ପ୍ରସ୍ତୁତି ଏହି କମିଟି ଦ୍ୱାରା ସମ୍ପନ୍ନ ହେବ। 

ଏହି କମିଟିରେ ଥିବା  ୧୨ ଜଣ ସଦସ୍ୟ ହେଉଛନ୍ତି, ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡ. ରମାକାନ୍ତ ପଣ୍ଡା,  ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ ସିଏମଡିଥ ବିଧୁଭୁଷଣ ସାମଲ,  ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଏ.କେ. ସାବତ, ପୁରୀ ଗଜପତି ମହାରାଜା ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ  ଶ୍ରୀ  ଦିବ୍ୟସିଂହ  ଦେବ ଙ୍କ ପ୍ରତିନିଧି ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି,  ସେବକ ପ୍ରତିନିଧି ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ କର , ଭଣ୍ଡାର ମେକାପ ସେବକ ଗଣେଶ ମେକାପ, ଏବଂ ପୁରୀ ଜିଲ୍ଲାପାଳ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ର ଉପମୁଖ୍ୟ ପ୍ରଶାସକ। ଶ୍ରୀ ଜଗନ୍ନାଥ ମନ୍ଦିର(Sri Jagannath Temple) ପ୍ରଶାସନର ମୁଖ୍ୟ ପ୍ରଶାସକ- ସଦସ୍ୟ ଆବାହକ  ଭାବରେ  କାର୍ଯ୍ୟ  କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Also Read: FASTag KYC: ସରିଲା କଣ୍ଟ, ଘରେ ବସି କରନ୍ତୁ FASTag KYC ଅପଡେଟ୍ ନଚେତ୍

Also Read: Medicine Price down: ଶସ୍ତା ହେବାକୁ ଯାଉଛି ଏହିସବୁ ଔଷଧ, ଉପକୃତ ହେବେ ମଧୁମେହ ଓ ରକ୍ତଚାପ ରୋଗୀ