FIFA World Cup: ବିଶ୍ୱକପରେ ଆମେରିକା ପାଖରୁ ପରାସ୍ତ ହେଲା ଇରାନ, ରାସ୍ତାରେ ଉତ୍ସବ ପାଳିଲେ ଜନସାଧରଣ
Advertisement

FIFA World Cup: ବିଶ୍ୱକପରେ ଆମେରିକା ପାଖରୁ ପରାସ୍ତ ହେଲା ଇରାନ, ରାସ୍ତାରେ ଉତ୍ସବ ପାଳିଲେ ଜନସାଧରଣ

Celebration in Iran: ବିଶ୍ୱକପରେ ଦେଶର ପରାଜୟ ପରେ ଇରାନ ଜନସାଧାରଣ ରାସ୍ତାକୁ ଓହ୍ଲାଇ ଆସି ଖୁସି ମନାଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି। ହିଜାବ ବିରୋଧରେ ସମଗ୍ର ଦେଶରେ ଆନ୍ଦୋଳନ ଜାରି ରହିଛି। 

FIFA World Cup: ବିଶ୍ୱକପରେ ଆମେରିକା ପାଖରୁ ପରାସ୍ତ ହେଲା ଇରାନ, ରାସ୍ତାରେ ଉତ୍ସବ ପାଳିଲେ ଜନସାଧରଣ

Iran defeat in FIFA World Cup: ବୁଧବାର ଫିଫା ବିଶ୍ୱକପରେ  ଆମେରିକା ପାଖରୁ ପରାସ୍ତ ହୋଇଛି ଇରାନ। ଏହି ପରାଜୟ ପରେ ଇରାନ ଜନସାଧାରଣ ରାସ୍ତାକୁ ଓହ୍ଲାଇ ଆସି ଖୁସି ମନାଇଛନ୍ତି। ବିଶ୍ୱର ଅନ୍ୟ ଦେଶ ଯେଉଁଠାରେ ଦଳର ପରାଜୟକୁ ନେଇ ହଙ୍ଗାମା ହୋଇଥାଏ, ସେଠାରେ ଇରାନ ନାଗରିକଙ୍କ ଉତ୍ସବ ପାଳନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହିଜାବ  ଲାଗି ଜାରି ରହିଥିବା ଆନ୍ଦୋଳନକୁ ନେଇ ଜଳି ଉଠିଛି ଇରାନ।

ବିଶ୍ୱକପରେ ଦେଶର ପରାଜୟ ପରେ ଇରାନ ଜନସାଧାରଣ ରାସ୍ତାକୁ ଓହ୍ଲାଇ ଆସି ଖୁସି ମନାଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି। ହିଜାବ ବିରୋଧରେ ସମଗ୍ର ଦେଶରେ ଆନ୍ଦୋଳନ ଜାରି ରହିଛି। ଲୋକେ ଫୁଟବଲ ଦଳକୁ ନିନ୍ଦା କରିବା ସହ କହିଛନ୍ତି ଯେ ସେମାନେ ମଧ୍ୟ ଦେଶରେ କ୍ଷମତାସୀନ ରହିଥିବା ଦମନକାରୀ ସରକାରର ଏକ ଅଂଶ। ବିଗତ କିଛି ମାସ ମଧ୍ୟରେ ଦେଶରେ ବିକ୍ଷୋଭକାରୀ ହିଜାବ ବିରୋଧରେ ଆନ୍ଦୋଳନ କରି ରାସ୍ତାକୁ ଓହ୍ଲାଅ ଆସିଛନ୍ତି। ସେମାନେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହି ଆନ୍ଦୋଳନର ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ହେଲେ ଫିଫା ବିଶ୍ୱକପରେ ଦେଶର ଫୁଟବଲ ଟିମ ପରାସ୍ତ ହେବା ପରେ ଇରାନ ଜନସାଧାରଣଙ୍କୁ ରାସ୍ତାରେ ନାଚୁଥିବାର ଦେଖିବାକୁ ମିଳିଛି। ମାତ୍ର ପରାଜୟ ଉତ୍ସବ ପାଳନ ମଧ୍ୟରେ ଲୋକେ ଏହି ଘଟଣାକୁ ନିନ୍ଦା କରିଥିଲେ ଯେ ଇରାନ ଫୁଟବଲ ଟିମ ଦେଶରେ ଏକ ଅଶାନ୍ତି ଚାଲିଥିବା ସମୟରେ ମଧ୍ୟ ବିଶ୍ୱକପ୍‌ ଅଂଶଗ୍ରହଣ କରିଛି।

ମହସା ଅମିନୀ ନାମକ ଜଣେ ଇରାନୀ ଯୁବତୀଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ହିଜାବ ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଗତ ସେପ୍ଟମ୍ବରରୁ ଆରମ୍ଭ ହୋଇଥିବା ହିଜାବ ଆନ୍ଦୋଳନରେ ପ୍ରାୟ ୩୦୦ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଠିକ୍ ଭାବରେ ହିଜାବ ପିନ୍ଧି ନ ଥିବାରୁ ଇରାନ ନୈତିକ ପୋଲିସ ଦ୍ୱାରା ମେହସା ଅମିନୀଙ୍କୁ ହେପାଜତକୁ ନିଆଯାଇଥିଲା। ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। 

ମହସା ଅମିନୀଙ୍କ ଗୃହ ନଗର ସାକେଜ ସମେତ ଦେଶର ଅନ୍ୟ ସହରରେ ଦେଶର ଫୁଟବଲ ଦଳର ପରାଜୟ ପରେ ଲୋକେ ବାଣ ଫୁଟାଇ ଖୁସି ମନାଇଥିଲେ। ଲଣ୍ଡନ ସ୍ଥିତ ଇରାନ ୱାୟାର ୱେବସାଇଟ୍ ଟ୍ୱିଟ କରି କହିଛି: ଇରାନ ଫୁଟବଲ ଦଳ ବିପକ୍ଷରେ ଆମେରିକା ପ୍ରଥମ ଗୋଲ ସ୍କୋର କରିବା ମାତ୍ରେ ସାକେଜ ଠାରେ ଲୋକେ ବାଣ ଫୁଟାଇ ଉତ୍ସବ ପାଳନ କରିଥିଲେ।

ବିଶ୍ୱକପ ପରାଜୟ ପରେ ଇରାନ କ୍ରୀଡ଼ା ସାମ୍ବାଦିକ ସଇଦ ଜଫରନି ଟ୍ୱିଟ୍‌ କରି କହିଛନ୍ତି ଯେ କିଏ ଭାବିଥାନ୍ତା ଯେ ମୁଁ ତିନି ମିଟର ଉଚ୍ଚା ଡେଇଁ ଆମେରିକା ଇରାନ ବିରୋଧରେ କରିଥିବା ଗୋଲ ଲାଗି ମୁଁ ଉତ୍ସବ ପାଳନ କରିବି। ପୋଡକାଷ୍ଟର ଏଲାହେ ଖୋସ୍ରାଭି ଏକ ଟ୍ୱିଟ୍‌ କରି କହିଛନ୍ତି ଯେ ମଝିରେ ଖେଳିବା ଦ୍ୱାରା ଏପରି ହୋଇଥାଏ। ତାଙ୍କୁ ଲୋକ, ବିରୋଧୀ ଏବଂ ଏପରିକି ସରକାର ମଧ୍ୟ ପରାସ୍ତ କରିଥିଲେ।