Cyclone Mocha: ଓଡି଼ଶାକୁ ‘ମୋଚା’ ଭୟ ! ସାମ୍ଭାବ୍ୟ ବାତ୍ୟା ନେଇ IMD DG ଦେଲେ ଏମିତି ସୂଚନା
Advertisement
Article Detail0/zeeodisha/odisha1682888

Cyclone Mocha: ଓଡି଼ଶାକୁ ‘ମୋଚା’ ଭୟ ! ସାମ୍ଭାବ୍ୟ ବାତ୍ୟା ନେଇ IMD DG ଦେଲେ ଏମିତି ସୂଚନା

Cyclone Mocha News In Odia: ଆଜି ବାୟୁମଣ୍ଡଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଧିରେ ଧିରେ ଏହା ଅଧିକ ଘନୀଭୂତ ହୋଇ ସୋମବାର ଅର୍ଥାତ୍ ୮ ତାରିଖରେ ଅବପାତର ରୂପ ନେବ । ଏହା ଦକ୍ଷିଣକୁ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବା ସମୟରେ ବାତ୍ୟାର ରୂପ ନେବ। ୧୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରେ ୮୦ କିଲୋମିଟର ବେଗରେ ପବନ ବହିବ। ସାମ୍ଭାବ୍ୟ ବାତ୍ୟା ‘ମୋଚା’ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର (IMD DG Mrutyunjay Mohapatra)।

ସୌଜନ୍ୟ- ସୋସିଆଲ ମିଡ଼ିଆ

Cyclone Mocha News In Odia: ଆଜି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏହାର ପରବର୍ତ୍ତୀ ସମୟରେ ଅର୍ଥାତ୍ ଆସନ୍ତାକାଲି ଆଡକୁ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଧିରେ ଧିରେ ଏହା ଅଧିକ ଘନୀଭୂତ ହୋଇ ସୋମବାର ଅର୍ଥାତ୍ ୮ ତାରିଖରେ ଅବପାତର ରୂପ ନେବ । ଏ-ହା ଦକ୍ଷିଣକୁ କେନ୍ଦ୍ରୀୟବଙ୍ଗୋପସାଗରକୁ ଗତି କରିବା ସମୟରେ ବାତ୍ୟାର ରୂପ ନେବ। ୧୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରେ ୮୦ କିଲୋମିଟର ବେଗରେ ପବନ ବହିବ। କିନ୍ତୁ ବାତ୍ୟା କେଉଁଆଡେ ଯିବ ସ୍ପଷ୍ଟ ସୂଚନା ନାହିଁ। ଅଧିକାଂଶ ପାଣିପାଗ ମଡେଲଙ୍କ ଆକଳନ ଅନୁଯାୟୀ,ସାମ୍ଭାବ୍ୟ ବାତ୍ୟା(Probable Cyclone Mocha) ‘ମୋଚା’(Cyclonic Mocha) ମିଆଁମାର ମୁହାଁଇବ । ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ(Probable Cyclone Mocha)। ବାତ୍ୟା କେଉଁ ଆଡେ ମୁହାଁଇବ ଓ କେତେ ତୀବ୍ରତା ରହିବ ତାର ସଠିକ ପୂର୍ବାନୁମାନ ହୋଇନଥିବା କହିଛି ଆଇଏମ୍‌ଡି (IMD)। ୮ତାରିଖ ବେଳକୁ ସ୍ପଷ୍ଟ ହେବ ବାତ୍ୟାର ଗତି ଓ ତୀବ୍ରତା ବୋଲି କହିଛି ପାଣିପାଗ ବିଭାଗ । 

ସେପଟେ, ଓଡ଼ିଶା ଉପରେ ଏହାର କଣ ପ୍ରଭାବ  ରହିବ ସେନେଇ ଏ-ପର୍ଯ୍ୟନ୍ତ କୌଣସି ଚିତ୍ର ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ସାମ୍ଭାବ୍ୟ ବାତ୍ୟାକୁ ନେଇ ପୁରା ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ଏ-ନେଇ ୧୧ ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏନେଇ ଏକ ପ୍ରେସମିଟ୍ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ।  ପ୍ରେସ୍‌ମିଟ୍‌ରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (Special Relief Commissioner) ସୂଚନା ଦେଇଛନ୍ତି ଯେ, ଏମିତି ଅନେକ ଥର ଦେଖାଯାଇଛି ଯେ ମେ ମାସରେ ବାତ୍ୟା ହୋଇଛି । ସେହିକାରଣରୁ ଆମେ ମଧ୍ୟ ପ୍ରସ୍ତୁତି କରିଛୁ।  ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। କେବଳ ଏତିକି ନୁହେଁ ବାତ୍ୟା ଓ ବର୍ଷା ପବନ କାରଣରୁ ବିଶେଷ କ୍ଷତିଗ୍ରସ୍ତ ହୁଏ ରାସ୍ତା ଘାଟ, ବିଜୁଳି ଓ ଗଛ ଉପୁଡିବା ପରି ଘଟଣା। ସେଥିପାଇଁ ଏନଡିଆରଏଫ ଓ ଓଡ୍ରାଫ ଟିମକୁ ପ୍ରସ୍ତୁତ ରଖିବାକୁ ମଧ୍ୟ ସରକାର ସୂଚନା ଦେଇଛନ୍ତି।

ଏହାବି ପଢନ୍ତୁ : Bhubaneswar Crime News: ସାଙ୍ଗକୁ ହତ୍ୟା କରି ଗୋଟିଏ ରାତି ମୃତଦେହ ସହ କାଟିଲା ଅଭିଯୁକ୍ତ, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

ଏହାବି ପଢନ୍ତୁ : Shani Upay: ଶନିବାର ଦିନ କରନ୍ତୁ ଏହି ସବୁ କାମ, ଶନିଦେବ ହେବେ ପ୍ରସନ୍ନ ଓଜାଡ଼ି ଦେବେ ଧନ,ଯଶ ଓ ସମ୍ମାନ

ସାମ୍ଭାବ୍ୟ ବାତ୍ୟା ନେଇ କଣ କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଜାଣନ୍ତୁ:

ସାମ୍ଭାବ୍ୟ ବାତ୍ୟା ‘ମୋଚା’ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର (IMD DG Mrutyunjay Mohapatra)। ସେ କହିଛନ୍ତି,  ଓଡ଼ିଶା ପାଇଁ ଆତଙ୍କିତ ହେବାର ଏଯାଏ କୌଣସି କାରଣ ନାହିଁ । କାରଣ ଏହାର ଗତିପଥ ଏବେଠୁ କହି ହେବନି ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର (IMD DG Mrutyunjay Mohapatra) ସୂଚନା ଦେଇଛନ୍ତି। ତେଣୁ ଲୋକଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ୭ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ହେଲେ ବାତ୍ୟା କୁଆଡ଼େ ଯିବ, କେତେ ଶକ୍ତିଶାଳୀ ହେବ। ଏ ସମ୍ପର୍କିତ କୌଣସି ପୂର୍ବାନୁମାନ କରାଯାଇନାହିଁ। ଏଥିଯୋଗୁଁ ଓଡ଼ିଶାରେ ପବନ ତ ଦୂରର କଥା, ବର୍ଷା ହେବ ନା ନାହିଁ, ତାହା ବି ସ୍ପଷ୍ଟ ହୋଇନି। ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏ ସମ୍ପର୍କିତ ଆକଳନ କରାଯିବ(Probable Cyclone Mocha)। 

ଅନ୍ୟପଟେ ରାଜ୍ୟରେ ଆଜିଠୁ କାଳ ବୈଶାଖି ପ୍ରଭାବ କମିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିପାରେ। ଧୀରେ ଧୀରେ ସ୍ବାଭାବିକ ହେବା ପରେ କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ଜଳୀୟବାଷ୍ପ ମାତ୍ରା ଅଧିକ ରହୁଥିବାରୁ ରାଜ୍ୟରେ ଗୁଳୁଗୁଳି ଅଧିକ ଅନୁଭୂତ ହେବ ।