Nokia mobile ଗିଳିଦେଲେ ଯୁବକ, ବିସ୍ଫୋରଣ ପୂର୍ବରୁ ବଞ୍ଚିଗଲା ଜୀବନ
Advertisement
Article Detail0/zeeodisha/odisha1207461

Nokia mobile ଗିଳିଦେଲେ ଯୁବକ, ବିସ୍ଫୋରଣ ପୂର୍ବରୁ ବଞ୍ଚିଗଲା ଜୀବନ

ମୋବାଇଲ ଗିଳିଥିବା କଥା ଜାଣି ପରିବାର ଲୋକ ଯବୁକଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। ସେଠାରେ Dr Skender Telakuଙ୍କୁ ଯୁବକଙ୍କ ଚିକିତ୍ସା ଦାୟିତ୍ୱ ଦିଆଯାଇଥିଲା। ଯେତେବେଳେ ସେ ଯୁବକଙ୍କ ପେଟକୁ ସ୍କାନ ଏବଂ ପରୀକ୍ଷଣ କରିଥିଲେ, ସେତେବେଳେ ପେଟରେ ଫୋନଥିବା ଜଣାପଡିଥିଲା। 

ସୌ- ସୋସିଆଲ ମିଡିଆ

Man swallows Nokia mobile : ଜଣେ ଯୁବକ ଗୋଟିଏ Nokia 3310 ମୋବାଇଲ ଫୋନକୁ ଗିଳି ଦେଇଥିଲେ। ତାଙ୍କର ଜୀବନ ବଞ୍ଚାଇବାକୁ ଅସ୍ତ୍ରୋପଚାର କରାଯାଇଥିଲେ। ଦୀର୍ଘ ଦୁଇ ଘଣ୍ଟାର କସରତ ପରେ ମୋବାଇଲଟି ତିନି ଖଣ୍ଡରେ ବାହାର କରାଗଲା। ଆଉ ଏକ ବଡ ଅଘଟଣ ପୂର୍ବରୁ ଯୁବକଙ୍କ ଜୀବନ ବଞ୍ଚିଗଲା। ଏହି କାହାଣୀଟି ଆଶ୍ଚର୍ଯ୍ୟଲାଗୁଥିବ ନିଶ୍ଚୟ, କିନ୍ତୁ ଘଟଣା ସମ୍ପୂର୍ଣ୍ଣ ସତ।

କୋସୋଭୋର ପ୍ରିଷ୍ଟିନାରେ ବାସ କରୁଥିବା ଜଣେ ୩୩ ବର୍ଷୀୟ ଯୁବକ ଗୋଟିଏ ପୁରୁଣା Nokia 3310 ଫୋନକୁ ସମ୍ପୂର୍ଣ୍ଣ ଗିଳିଦେଇଥିଲେ। ଘଟଣାଟି ଗତବର୍ଷ ସେପ୍ଟେମ୍ବରରେ ଘଟିଛି। ଏବେ ଅନେକ ଅଭିଭାବକ ପିଲାଙ୍କୁ ମୋବାଇଲ ଅଭ୍ୟାସ କରୁଛନ୍ତି। ସେମାନେ ମଧ୍ୟ ଅଜାଣତରେ ତାକୁ ଗିଳିବାର ସମ୍ଭାବନା ଅଛି। ୨୦୦୦ ମସିହାରେ ଲଞ୍ଚ ହୋଇଥିବା Nokia 3310 ମଡେଲ୍ 'ବ୍ରିକ୍' ଫୋନ୍ ଭାବରେ ଜଣାଶୁଣା। କିନ୍ତୁ କୌଣସି କାରଣରୁ ଯୁବକ ଜଣକ ମୋବାଇଲକୁ ପୁରା ଗିଳେ ଦେଲେ। ଆଉ ଫୋନଟି ତାଙ୍କ ପେଟରେ ଚାଲିଗଲା।

Also Read: ତିନି ଥର ଗର୍ଭପାତ ପରେ ଗର୍ଭବତୀ ହେଲେ ଗର୍ଭବତୀ, ପ୍ରଥମ ପ୍ରସବ ପରେ ଘଟିଗଲା ଏମିତି କିଛି

ମୋବାଇଲ ଗିଳିଥିବା କଥା ଜାଣି ପରିବାର ଲୋକ ଯବୁକଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। ସେଠାରେ Dr Skender Telakuଙ୍କୁ ଯୁବକଙ୍କ ଚିକିତ୍ସା ଦାୟିତ୍ୱ ଦିଆଯାଇଥିଲା। ଯେତେବେଳେ ସେ ଯୁବକଙ୍କ ପେଟକୁ ସ୍କାନ ଏବଂ ପରୀକ୍ଷଣ କରିଥିଲେ, ସେତେବେଳେ ପେଟରେ ଫୋନଥିବା ଜଣାପଡିଥିଲା। ଫୋନ୍ ହଜମ କରିବା ପାଇଁ ବହୁତ ବଡ' ଏବଂ କ୍ଷତିକାରକ ରାସାୟନିକ ପଦାର୍ଥ ଥିବା ବ୍ୟାଟେରୀ ଯୋଗୁଁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା।

ସ୍ୱଭାଗ୍ୟବଶତଃ ବିସ୍ଫୋରଣ ପୂର୍ବରୁ ଅସ୍ତ୍ରୋପଚାର କରି ଯୁବକଙ୍କ ପେଟରୁ ଫୋନ୍ ବାହାର କରାଯାଇଥିଲା। ଅପରେସନର କିଛି ସମୟ ପରେ ଡ. ତେଲଜା ତାଙ୍କ ଫେସବୁକରେ ଯୁବକ ପେଟରୁ ବାହାରିଥିବା ଫୋନର ଫଟୋ ଏବଂ ଏକ୍ସ-ରେ ଏବଂ ଏଣ୍ଡୋସ୍କୋପି ଫଟୋ ସେୟାର କରିଥିଲେ। ଡକ୍ଟର ତେଲଜା ସ୍ଥାନୀୟ ଗଣମାଧ୍ୟମକୁ କହିଥିଲେ, 'ମୁଁ ଜଣେ ରୋଗୀଙ୍କ ବିଷୟରେ ସୂଚନା ପାଇଲି, ଯିଏ ଏକ ବସ୍ତୁକୁ ଗିଳି ଦେଇଥିଲା ଏବଂ ସ୍କାନ୍ କରିବା ପରେ ଆମେ ଦେଖିଲୁ ଯେ ତାଙ୍କ ପେଟରେ ଫୋନ୍ ତିନି ଭାଗରେ ବିଭକ୍ତ ହୋଇଛି।'

Also Read: କୋଇଲା ଅପେକ୍ଷା ବିଦ୍ୟୁତ୍ ସଙ୍କଟ ପାଇଁ ଦାୟୀ କିଏ?

ସେ ଆହୁରି ମଧ୍ୟ କହିଛନ୍ତି, 'ମୋବାଇଲର ସମସ୍ତ ଅଂଶ ମଧ୍ୟରୁ ବ୍ୟାଟେରୀ ହିଁ ଆମକୁ ଅଧିକ ଚିନ୍ତିତ କରିଥିଲା, ​​କାରଣ ଏହା ବ୍ୟକ୍ତିଙ୍କ ପେଟରେ ବିସ୍ଫୋରଣ ହେବାର ସମ୍ଭାବନା ଥିଲା।' ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ଯୁବକ ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ନିଜେ ରାଜଧାନୀ ପ୍ରିଷ୍ଟିନା ଡାକ୍ତରଖାନାକୁ ଯାଇଥିଲେ। ତେବେ ସେ କାହିଁକି ଫୋନ୍ ଗିଳିଛନ୍ତି ତାହା ଜଣାଇ ନାହାଁନ୍ତି। ଡାକ୍ତର ଏବଂ ତାଙ୍କ ଟିମ୍ ସେହି ଯୁବକଙ୍କ ପେଟରୁ ଫୋନ୍ ଚିହ୍ନଟ କରିଥିଲେ। ମୋବାଇଲ ବାହାର କରିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା।

୨୦୧୪ରୁ କରାଯାଉଥିବା ଏକ କେସ୍ ଷ୍ଟଡି ଅନୁଯାୟୀ, ଲୋକମାନେ ମୋବାଇଲ୍ ଫୋନ୍ ଗିଳିବାର ଅନେକ ମାମଲା ରହିଛି। ୨୦୧୬ରେ ଜଣେ ୨୯ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ଫୋନ୍ ଗିଳିଥିଲେ। ତାକୁ ବାହାର କରିବାକୁ ସେ ଅନେକ ଘଣ୍ଟା ପର୍ଯ୍ୟନ୍ତ ବାନ୍ତି କରିଥିଲେ। ତଥାପି ତାହା ତାଙ୍କ ପେଟରେ ରହିଥିଲା। ମୋବାଇଲ ବାହାର କରିବାକୁ ତାଙ୍କର ମଧ୍ୟ ଅସ୍ତ୍ରୋପଚାର କରାଯାଇଥିଲା।