Premium Tatkal Ticket: ପ୍ରିମିୟମ୍ ତତ୍କାଳ ଟିକେଟ୍ କ’ଣ, ଏହା ଏକ କନଫର୍ମ ଟ୍ରେନ୍ ଟିକେଟ୍ କି? ଜାଣନ୍ତୁ ସବୁକିଛି
Advertisement
Article Detail0/zeeodisha/odisha1631681

Premium Tatkal Ticket: ପ୍ରିମିୟମ୍ ତତ୍କାଳ ଟିକେଟ୍ କ’ଣ, ଏହା ଏକ କନଫର୍ମ ଟ୍ରେନ୍ ଟିକେଟ୍ କି? ଜାଣନ୍ତୁ ସବୁକିଛି

Premium Tatkal Ticket:  ଟ୍ରେନରେ ଟିକେଟ୍ ବୁକିଂ ସମୟରେ ପ୍ରିମିୟମ୍ ତତ୍କାଳ ଟିକେଟ୍ ବୁକିଂ ନେଇ ମଧ୍ଯ ବିକଳ୍ପ ରହିଥାଏ ।  ଆପଣ ଜାଣିଛନ୍ତି କି ? ଏହା  କ’ଣ ଓ ଏଥିରେ କିପରି ଟିକେଟ୍ ବୁକ୍ କରାଯାଇପାରିବ?

ସୌ(ସୋସିଆଲ ମିଡିଆ)

Premium Tatkal Ticket:  ଆମେ ଦେଶରେ ରେଲ ବା ଟ୍ରେନରେ ଯାତ୍ରା କରିବା ଲାଗି ଲୋକେ ବେଶ ପସନ୍ଦ କରିଥାଆନ୍ତି । କାରଣ କମ୍ ଖର୍ଚ୍ଚରେ ଲୋକେ ଏଥିରେ ଯାତାୟତ ସୁବିଧା ପାଇଥାଆନ୍ତି। ତେବେ ଆପଣ ଜାଣିଛନ୍ତି କି? ଟ୍ରେନରେ ଟିକେଟ୍ ବୁକିଂ ସମୟରେ ପ୍ରିମିୟମ୍ ତତ୍କାଳ ଟିକେଟ୍ ବୁକିଂ(Premium tatkal ticket booking) ନେଇ ମଧ୍ଯ ବିକଳ୍ପ ରହିଥାଏ ।  ଆପଣ ଜାଣିଛନ୍ତି କି ? ଏହା  କ’ଣ ଓ ଏଥିରେ କିପରି ଟିକେଟ୍ ବୁକ୍ କରାଯାଇପାରିବ?

ବିଭିନ୍ନ ଉପାୟରେ ଲୋକେ ଟିକେଟ ବୁକିଂ କରିଥାଆନ୍ତି । କେତେବେଳେ ସାଧାରଣ ତ ଆଉ କେତେବେଳେ ତତ୍କାଳ ଟିକେଟ୍(Tatkal Ticket) ବୁକିଂ କରିଥାଆନ୍ତି ଲୋକେ । ତତ୍କାଳ ଟିକେଟ୍ ବୁକିଂ ଯାତ୍ରା କରିବାର ଦିନକ ପୂର୍ବରୁ ବୁକିଂ କରିବାକୁ ପଡ଼ଥାଏ । ବର୍ତ୍ତମାନ ତତ୍କାଳ ପରି ଏକ ପ୍ରିମିୟମ ତତତ୍କାଳ ବୁକିଂ ମଧ୍ୟ ଅଛି । ଟିକେଟ୍ ବୁକିଂ କରିବା ସମୟରେ ଆପଣ ନିଶ୍ଚୟ ଦେଖିଥିବେ ଯେ ତତତ୍କାଳ ସହିତ ପ୍ରିମିୟମ୍ ତତ୍କାଳର ଏକ ବିକଳ୍ପ ରହିଥାଏ । ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ଏହି ପ୍ରିମିୟମ ତତ୍କାଳ କ’ଣ ଓ ଏହା ମାଧ୍ୟମରେ କେବେ ଟିକେଟ୍ ବୁକିଂ କରାଯାଇପାରିବ?  ଟିକେଟ୍ ବୁକ୍ କରିବା ପରେ ନିଶ୍ଚିତ ସିଟ୍ ମିଳିବ କି ନାହିଁ ? ଯଦି ଏହା ମାଧ୍ୟମରେ ବୁକ୍ ହୋଇଥିବା ଟିକେଟ୍ ବାତିଲ୍ ହୁଏ, ତେବେ ଟଙ୍କା ଫେରସ୍ତ ମିଳିବ କି ନାହିଁ ?

’ଣ ଏହି ପ୍ରିମିୟମ ତତ୍କାଳ ଟିକେଟ୍ ବୁକିଂ

ଭାରତୀୟ ରେଲବାଇ ତତ୍କାଳ ସହ ଆଉ ଏକ ନୂଆ ବିକଳ୍ପ ଆରମ୍ଭ କରିଛି । ଏହା ତତ୍କାଳ ସୁବିଧା ସହ ସମାନ ହୋଇଥିବା ବେଳେ ଅନେକ ଉପାୟରେ ତାଠାରୁ ଭିନ୍ନ ମଧ୍ଯ ହୋଇଥାଏ  । ତତ୍କାଳ ଭଳି ତତ୍କାଳ ପ୍ରିମିୟମ ବୁକିଂ ମଧ୍ଯ ଦିନକ ପୂର୍ବରୁ କରାଯାଇଥାଏ । ସକାଳ ୧୦ଟା ବେଳେ ଏହି ଟିକେଟ ବୁକିଂ ଆରମ୍ଭ ହୋଇଥାଏ । ଏସି କ୍ଲାସ୍ ଟିକେଟ୍ ପାଇଁ ସକାଳ ୧୦ ଟାରୁ ବୁକିଂ ଆରମ୍ଭ ହୁଏ ସେହିପରି ନନ ଏସି କ୍ଲାସ୍ ଟିକେଟ୍ ପାଇଁ ବୁକିଂ ସକାଳ ୧୧ ଟାରୁ ଆରମ୍ଭ ହୁଏ । ଏହାର ଟିକେଟ୍ ଦର ତତତ୍କାଳ ଦର ଠାରୁ ଅଧିକ ହୋଇପାରେ ।

ଏହା ତତ୍କାଳଠାରୁ କିପରି ଭିନ୍ନ?

ତତ୍କାଳ ଟିକେଟ୍ ମୂଲ୍ୟ ସ୍ଥିର ରହିଥାଏ ।  ଯାହା କିଲୋମିଟର କିମ୍ବା ଶ୍ରେଣୀ ଆଧାରରେ ପୂର୍ବରୁ ସ୍ଥିର କରାଯାଇଥାଏ । କିନ୍ତୁ ପ୍ରିମିୟମ୍ ତତ୍କାଳରେ ଭଡା ବା ଟିକେଟ୍ ଦର ଭିନ୍ନ ହୋଇଥାଏ । ଯଦି ଟିକେଟ୍ ଚାହିଦା ଥାଏ, ତେବେ ଟିକେଟର ମୂଲ୍ୟ ବୃଦ୍ଧି ହୋଇଥାଏ । ସେହିପରି ଏହି ଟିକେଟ୍ କେବଳ ଆଇଆରସିଟିସିର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ବୁକ୍ କରାଯାଇପାରିବ, ଯେବେ ତତତ୍କାଳ ଟିକେଟ୍  ଆଇଆରସିଟିସି ବ୍ୟତୀତ ଅନେକ ୱେବସାଇଟ୍ ମାଧ୍ୟମରେ ବୁକ୍ ହୋଇପାରିବ ।

Also Read-UPI Transaction: ଉପଭୋକ୍ତାଙ୍କ ପାଇଁ ଆସିଲା ଖରାପ ଖବର, ଏପ୍ରିଲ ୧ରୁ ଆଉ ମାଗଣାରରେ ପଠାଇପାରିବେ ନାହିଁ ଟଙ୍କା!

ଏହାର ୱିଣ୍ଡୋ ତତ୍କାଳ ଖୋଲିଥାଏ । ଏଥିରେ ଉପଭୋକ୍ତାମାନେ ଟିକେଟ୍ ବୁକିଂ କରିବାକୁ ସମୟ ପାଆନ୍ତି । ଯେପରି ତତ୍କାଳରେ ଅଳ୍ପ ସମୟରେ ସମସ୍ତ ଟିକେଟ ବିକ୍ରି ହୋଇଯାଏ, ସେହିଭଳି ପ୍ରିମିୟମ୍ ତତ୍କାଳରେ ମଧ୍ଯ ଟିକେଟ୍ ବିକ୍ରି ହେବା ପାଇଁ କିଛି ସମୟ ଲାଗିଥାଏ ପରେ କିଛି ସମୟ ମଧ୍ଯରେ ଟିକେଟ ଖାଲି ହୋଇଯାଇଥାଏ । ଏହାକୁ ବୁକିଂ କରିବାର ନିୟମ ତତ୍କାଳ ସହିତ ସମାନ ଓ କେବଳ ଅଫିସିଆଲ ୱେବସାଇଟରୁ ବୁକ୍ କରାଯାଇପାରିବ ।