ଗର୍ଭ ଯନ୍ତ୍ରଣାରେ ରାସ୍ତାକଡରେ ଛଟପଟ ହେଉଥିଲେ ମହିଳା, ଜଣେ ନର୍ସଙ୍କ ଦୃଷ୍ଟି ପଡିବା ପରେ...
Advertisement

ଗର୍ଭ ଯନ୍ତ୍ରଣାରେ ରାସ୍ତାକଡରେ ଛଟପଟ ହେଉଥିଲେ ମହିଳା, ଜଣେ ନର୍ସଙ୍କ ଦୃଷ୍ଟି ପଡିବା ପରେ...

Greater Noida: ରାସ୍ତା କଡ଼ରେ ଜଣେ ମହିଳା ପ୍ରସବ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସେହି ସମୟରେ ତାଙ୍କ ସ୍ୱାମୀ ଲୋକଙ୍କ ସାହାଯ୍ୟ ପାଇଁ ନିବେଦନ କରୁଥିଲେ । କିନ୍ତୁ କଥାରେ ଅଛି ଅରକ୍ଷିତକୁ ଦଇବ ସାହା... ଜଣେ ନର୍ସ ସେହି ରାସ୍ତାରେ ଯିବା ସମୟରେ ତାଙ୍କର ଦୃଷ୍ଟି ପଡିଥିଲା । ସେ ତାଙ୍କ ସହଯୋଗୀ ନର୍ସଙ୍କୁ ଏ ସମ୍ପର୍କରେ ଜଣାଇବା ସହ ମହିଳାଙ୍କର ସାଧାରଣ ଭାବରେ ପ୍ରସବ କରାଇଲେ । ବର୍ତ୍ତମାନ ଉଭୟ ମହିଳା ଏବଂ ନବଜାତ ଶିଶୁ ସୁସ୍ଥ ଅଛନ୍ତି ।

ଗର୍ଭ ଯନ୍ତ୍ରଣାରେ ରାସ୍ତାକଡରେ ଛଟପଟ ହେଉଥିଲେ ମହିଳା, ଜଣେ ନର୍ସଙ୍କ ଦୃଷ୍ଟି ପଡିବା ପରେ...

Greater Noida: କୁହାଯାଏ ଡାକ୍ତର ଏବଂ ନର୍ସ ହେଉଛନ୍ତି ଭଗବାନଙ୍କର ରୂପ । ଗ୍ରେଟର ନୋଏଡାର ପ୍ୟାରୀ ଛକ ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଫୁଟପାଥରେ ଜଣେ ମହିଳା ଗର୍ଭ ଯନ୍ତ୍ରଣା ଭୋଗିବା ସମୟରେ ତାଙ୍କ ସ୍ୱାମୀ ସାହାଯ୍ୟ ପାଇଁ ଲୋକଙ୍କୁ ନିବେଦନ କରୁଥିଲେ। କିନ୍ତୁ ସେହି ରାସ୍ତାରେ ଯାଉଥିବା ଲୋକମାନେ ତାଙ୍କ କଥା ଶୁଣୁନଥିଲେ । ସେହି ସମୟରେ ଡ୍ୟୁଟିରେ ଜଏନ କରିବାକୁ ଯାଉଥିବା ଦୁଇଜଣ ନର୍ସ ମହିଳାଙ୍କ ଅବସ୍ଥା ଦେଖିଥିଲେ । ରାସ୍ତା କଡ଼ରେ କପଡା ଟାଣି ମହିଳାଙ୍କର ସାଧାରଣ ପ୍ରସବ କରାଇଥିଲେ ।

ପ୍ରସବ ପରେ ଉଭୟ ନବଜାତ ଶିଶୁ ଓ ମାଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଦୁହିଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏହି କାର୍ଯ୍ୟ ପାଇଁ ଦୁଇ ନର୍ସଙ୍କୁ ଡାକ୍ତରଖାନାର ବରିଷ୍ଠ ଡାକ୍ତର ଖୁବ୍ ପ୍ରଶଂସା କରିଛନ୍ତି । ଏଥିସହିତ ଦୁଇ ନର୍ସଙ୍କୁ ପୁରସ୍କାର ଦେବା ପାଇଁ ଘୋଷଣା କରାଯାଇଛି । ମଙ୍ଗଳବାର ସକାଳ ପ୍ରାୟ ୧୦ ଟା ସମୟରେ ରେନୁ ଶାରଦା ହସ୍ପିଟାଲରେ ଡ୍ୟୁଟି କରିବାକୁ ଯାଉଥିଲେ ଦୁଇ ନର୍ସ।

ସୂଚନା ମୁତାବକ, ଯେଉଁ ଗର୍ଭବତୀ ମହିଳା ରାସ୍ତାକଡରେ ଗର୍ଭ ଯନ୍ତ୍ରଣା ଭୋଗୁଥିଲେ ତାଙ୍କ ନାମ ରୋଶନି ଏବଂ ତାଙ୍କ ସ୍ୱାମୀଙ୍କ ନାମ ପ୍ରଶାନ୍ତ ବୋଲି ଜଣାପଡିଛି । ସେମାନଙ୍କୁ ସାହାଯ୍ୟ କରିଥିବା ଦୁଇ ନର୍ସଙ୍କ ନାମ ରେନୁ ଏବଂ ଜ୍ୟୋତି । ତୁରନ୍ତ ଚିକିତ୍ସା ଯୋଗାଇବା କାରଣରୁ ଉଭୟ ନବଜାତ ଶିଶୁ ଏବଂ ମାଆଙ୍କ ଜୀବନ ରକ୍ଷା କରିଥିବା କାରଣରୁ ଉଭୟ ନର୍ସଙ୍କୁ ଏବେ ପ୍ରଶଂସାର ସୁଅ ଛୁଟୁଛି ।

ରାସ୍ତା କଡରେ ପ୍ରସବ କରାଇବା ପରେ ନର୍ସ ଏ ବିଷୟରେ ତୁରନ୍ତ ଡାକ୍ତରଖାନାକୁ ଜଣାଇଥିଲେ । ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଇବା ପାଇଁ ପ୍ରସ୍ତୁତି କରାଯାଇଥିଲା । ଏକ ଅଟୋରେ ଉଭୟ ନବଜାତ ଶିଶୁ ଓ ମାଆଙ୍କୁ ଡାକ୍ତରଖାନା ଆଣିଥିଲେ ନର୍ସ । ପୂର୍ବରୁ ବ୍ୟବସ୍ଥା କରାଯାଇଥିବାରୁ ତୁରନ୍ତ ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ଡାକ୍ତରଖାନାରେ । ଏପରି ମହାନ କାର୍ଯ୍ୟ ପାଇଁ ମହିଳାଙ୍କ ସ୍ୱାମୀ ପ୍ରଶାନ୍ତ କୁମାର ଦୁଇ ନର୍ସଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Also Read- OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୫୬ ଅଫିସରଙ୍କୁ ବଦଳି

Also Read- Mission Shakti: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା!