Patna Railway Station: ରେଲୱେ ଷ୍ଟେସନରେ ହଠାତ୍ ଚାଲିବାକୁ ଲାଗିଲା ପର୍ଣ୍ଣ ଭିଡିଓ, ଯାତ୍ରୀଙ୍କ ଅଭିଯୋଗ ପରେ ରେଳବାଇ ନେଲା କଡ଼ା କାର୍ଯ୍ୟାନୁଷ୍ଠାନ
Advertisement
Article Detail0/zeeodisha/odisha1618237

Patna Railway Station: ରେଲୱେ ଷ୍ଟେସନରେ ହଠାତ୍ ଚାଲିବାକୁ ଲାଗିଲା ପର୍ଣ୍ଣ ଭିଡିଓ, ଯାତ୍ରୀଙ୍କ ଅଭିଯୋଗ ପରେ ରେଳବାଇ ନେଲା କଡ଼ା କାର୍ଯ୍ୟାନୁଷ୍ଠାନ

Patna Railway Station: ଏଲଇଡି ସ୍କ୍ରିନରେ ଚାଲୁଥିବା ଅଶ୍ଳୀଳ ଭିଡିଓ ଯୋଗୁଁ ଲୋକମାନେ ଅସହଜ ହୋଇଯାଇଥିଲେ । ଷ୍ଟେସନରେ ଉପସ୍ଥିତ ଥିବା ମହିଳାମାନଙ୍କ ପାଇଁ ଏହା ଏକ ଲଜ୍ଜାଜନକ ଘଟଣା ଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଏହି ଭିଡିଓ ତିନି ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଯେତେବେଳେ ଅଭିଯୋଗ ହୋଇଥିଲା, ଏହା ପରେ ପର୍ଣ୍ଣ ଭିଡିଓ ବନ୍ଦ କରାଗଲା । 

ପ୍ରତୀକାତ୍ମକ ଫଟୋ

Patna Railway Station: ବିହାରର ରାଜଧାନୀ (Bihar Capital) ପାଟନା ରେଳ ଷ୍ଟେସନ (Patna Railway Station) ରେ କିଛି ଏପରି ଘଟିଛି ଯାହା ଦେଖି ସମସ୍ତ ଯାତ୍ରୀଙ୍କ ମୁଣ୍ଡ ଲଜ୍ଜାରେ ନତମସ୍ତକ ହୋଇଯାଇଛି । ପାଟନା ଜଙ୍କସନ (Patna Junction Railway Station) ରେ ହଠାତ୍ ଏକ ପର୍ଣ୍ଣ ଭିଡିଓ ଏଲଇଡି ସ୍କ୍ରିନରେ ଚାଲିବା ଆରମ୍ଭ କଲା । ଏହା ଲଜ୍ଜାଜନକ ବିଷୟ ଯେ ଏହି ଭିଡିଓ ପ୍ରାୟ ୩ ମିନିଟ୍ ପର୍ଯ୍ୟନ୍ତ ଏହିପରି ଚାଲିଥିଲା ।​ ଏହି ପରିପ୍ରେକ୍ଷୀରେ ଯାତ୍ରୀମାନେ ଅଭିଯୋଗ କରିଛନ୍ତି, ଯାହା ଉପରେ ଭାରତୀୟ ରେଳବାଇ (Indian Railways) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଠାରେ କହି ରଖୁଛୁ ଯେ, ଏଲଇଡି ସ୍କ୍ରିନରେ ଚାଲୁଥିବା ଅଶ୍ଳୀଳ ଭିଡିଓ ଯୋଗୁଁ ଲୋକମାନେ ଅସହଜ ହୋଇଯାଇଥିଲେ । ଷ୍ଟେସନରେ ଉପସ୍ଥିତ ଥିବା ମହିଳାମାନଙ୍କ ପାଇଁ ଏହା ଏକ ଲଜ୍ଜାଜନକ ଘଟଣା ଥିଲା । 

ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଏହି ଭିଡିଓ ତିନି ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଯେତେବେଳେ ଅଭିଯୋଗ ହୋଇଥିଲା, ଏହା ପରେ ପର୍ଣ୍ଣ ଭିଡିଓ ବନ୍ଦ କରାଗଲା । ଯଦି କୌଣସି ଅଭିଯୋଗ ହୋଇନଥାନ୍ତା । ତେବେ ଭିଡିଓ କେତେ ସମୟ ଧରି ଚାଲଥାନ୍ତା ବୋଲି ଲୋକମାନେ ପ୍ରଶ୍ନ ଉଠାଉଛନ୍ତି । ଖବର ଅନୁଯାୟୀ, ଏହି ଲଜ୍ଜାଜନକ ଘଟଣା ସମ୍ପର୍କରେ ବିଜ୍ଞାପନ ଏଜେନ୍ସିରେ ଆରପିଏଫ ପୋଷ୍ଟରେ ଏକ ଏଫଆଇଆର ଦାଖଲ କରାଯାଇଛି । ଏଥି ସହିତ ରେଳବାଇ ମଧ୍ୟ ଏହି ଘଟଣା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପାଟନା ଜଙ୍କସନରେ ଅଶ୍ଳୀଳ ଭିଡିଓ ଚଳାଉଥିବା ବିଜ୍ଞାପନ ଏଜେନ୍ସି ଉପରେ ଡିଆରଏମ ପ୍ରଭାତ କୁମାର ଜୋରିମାନା ଲଗାଇଛନ୍ତି । ଚୁକ୍ତିନାମାକୁ ଶେଷ କରି ଏଜେନ୍ସିକୁ ବ୍ଲାକ୍ ଲିଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ପାଟନା ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ପ୍ଲାଟଫର୍ମରେ ଏଲଇଡି ସ୍କ୍ରିନ ଲଗାଯାଇଛି । ଏହି ପରଦା ମଧ୍ୟରୁ ଗୋଟିଏରେ ପର୍ଣ୍ଣ ବା ଅଶ୍ଳୀଳ ଭିଡିଓ ଚାଲିଥିଲା । ଏହା ପ୍ରଥମ ଥର ପାଇଁ ହୋଇନାହିଁ, କିନ୍ତୁ ଏହା ପୂର୍ବରୁ ମଧ୍ୟ ପାଟନାରେ ଏଲଇଡି ସ୍କ୍ରିନରେ ଏଭଳି ଅଶ୍ଳୀଳ ଭିଡିଓ ଚଳାଯାଇଥିଲା । କିନ୍ତୁ ସେହି ସମୟରେ ଅଧିକାରୀମାନେ ପରେ ସୂଚନା ପାଇଥିଲେ । ଏଥର ଯେତେବେଳେ ତୁରନ୍ତ ମାମଲା ସାମ୍ନାକୁ ଆସିଲା ସେତେବେଳେ ଅଧିକାରୀମାନେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ୨୦୧୭ ମସିହାରେ ହଠାତ୍ ଦିଲ୍ଲୀ ମେଟ୍ରୋର ରାଜୀବ ଚକ୍ ଷ୍ଟେସନରେ ଏକ ପର୍ଣ୍ଣ ଭିଡିଓ ଚାଲିବା ଆରମ୍ଭ ହୋଇଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଲୋକମାନେ ମେଟ୍ରୋ କର୍ତ୍ତୃପକ୍ଷଙ୍କୁ ଏକ ବିଷୟରେ ଅବଗତ କରାଇବା ସହ ବିରୋଧ କରିଥିଲେ ।

ଅଧିକ ପଢ଼ନ୍ତୁ-ଦ୍ୱିତୀୟ ଦିନିକିଆରେ ଭାରତର ଲଜ୍ଜାଜନକ ପରାଜୟ ପରେ ମଜାକ ଉଡ଼ାଇଲେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍, ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ-ପୁଅ ନୁହେଁ ଝିଅ କଲା ଦୁଷ୍କର୍ମ! ୧୯ ବର୍ଷୀୟ ଯୁବତୀ ନାବାଳକକୁ ଗୁଜୁରାଟ ନେଇ କଲା ଏହି ଘୁଣ୍ୟ କାମ, କୋର୍ଟ ଦେଲା ୧୦ ବର୍ଷର ଜେଲ ଦଣ୍ଡ