PM Kisan Samman Nidhi Yojana 16th Installment: କୃଷକମାନ (Farmers)ଙ୍କୁ ଅନେକ ପ୍ରକାରର ସୁବିଧା କେନ୍ଦ୍ର (Central Government) ଠାରୁ ଆରମ୍ଭ କରି ରାଜ୍ୟ ସରକାର (State Government)ଯୋଗାଇ ଦେଉଛନ୍ତି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Scheme)ର ଫାଇଦା ଉଠାଇଥିବା କୃଷକମାନେ (Farmers)ଙ୍କ ପାଇଁ ଖୁସି ଖବର। କାହିଁକିନା ହିତାଧିକାରୀଙ୍କୁ ଖୁବଶିଘ୍ର ମିଳିବାକୁ ଯାଉଛି ୧୬ ତମ କିସ୍ତି ଟଙ୍କା ।
Trending Photos
PM Kisan Samman Nidhi Yojana 16th Installment: କୃଷକମାନ (Farmers)ଙ୍କୁ ଅନେକ ପ୍ରକାରର ସୁବିଧା କେନ୍ଦ୍ର (Central Government) ଠାରୁ ଆରମ୍ଭ କରି ରାଜ୍ୟ ସରକାର (State Government)ଯୋଗାଇ ଦେଉଛନ୍ତି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Scheme)ର ଫାଇଦା ଉଠାଇଥିବା କୃଷକମାନେ (Farmers)ଙ୍କ ପାଇଁ ଖୁସି ଖବର। କାହିଁକିନା ହିତାଧିକାରୀଙ୍କୁ ଖୁବଶିଘ୍ର ମିଳିବାକୁ ଯାଉଛି ୧୬ ତମ କିସ୍ତି ଟଙ୍କା । ନିକଟରେ ଚାଷୀମାନଙ୍କ ଆକାଉଣ୍ଟକୁ ପିଏମ୍ କିସାନ୍ ନିଧି ଯୋଜନାରେ ୧୫ ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିଥିଲା। ୧୫ତମ କିସ୍ତି ଟଙ୍କା ଚାଷୀମାନେ ପାଇବାର ଏକ ମାସରୁ ଅଧିକ ସମୟ ବିତିଲାଣୀ। ତେବେ, ଆସନ୍ତୁ ଜାଣିବା କେତେ ମିଳିବ ଚାଷୀଙ୍କୁ ୧୬ତମ କିସ୍ତି ଟଙ୍କା...
ALSO READ : Bollywood: ଏହି କାରଣ ପାଇଁ ମଲାଇକାଙ୍କ ହାତ ଛାଡିଲେ ଅର୍ଜୁନ୍, କହିଲେ ସେ ମୋତେ...
ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ, କେନ୍ଦ୍ର ସରକାର ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ କିସାନ ସାମ୍ମାନ ନିଧି ଯୋଜନା ଅଧିନରେ ୧୬ ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇ ପାରନ୍ତି। ସବୁଠୁ ବଡ଼ କଥା ହେଲା, ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ୧୬ ତମ କିସ୍ତି ପାଇଁ ଟଙ୍କା କେଉଁ ତାରିଖରେ ମିଳିବ ସେନେଇ ଏ-ପର୍ଯ୍ୟନ୍ତ କୌଣସି ସରକାରୀ ଭାବେ ଘୋଷଣା କରାଯାଇ ନାହିଁ।
ଏହି କୃଷକ ବା ହିତାଧିକାରୀଙ୍କୁ ଟଙ୍କା ମିଳି ନ ପାରେ:
ଆମେ ଆପଣଙ୍କୁ କହି ରଖୁଛୁ ଯେ, ଯେଉଁ କୃଷକମାନେ (Farmers) (e-KYC) (ଇ-କେଓ୍ବାଇସି) ଭରି ନାହାଁନ୍ତି । ସେମାନେ ଏହି କିସ୍ତି ଟଙ୍କା ନ ପାଇ ପାରନ୍ତି। ଏ-ପରିକି, ଯେଉଁ କୃଷକମାନେ ୧୫ ତମ କିସ୍ତି (PM Kisan 15th Installment) ପାଇଁ ଟଙ୍କା ପାଇନାହାଁନ୍ତି। କିନ୍ତୁ ବର୍ତ୍ତମାନ ବହୁ ସଂଖ୍ୟକ କୃଷକ ଭେରିଫିକିଶନ୍ କରାଇ ନେଇଛନ୍ତି । ବର୍ତ୍ତମାନ ପିଏମ କିସାନର ୧୬ ତମ କିସ୍ତି (PM Kisan 16th Installment) ରେ ସରକାର ୨୦୦୦ ଟଙ୍କା ବଦଳରେ ୪୦୦୦ ଟଙ୍କା ଚାଷୀଙ୍କୁ ହସ୍ତାନ୍ତର କରିବେ ।
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କ’ଣ?
ମୋଦି ସରକାର (Modi Govt) ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ ।