PM Kisan: ଚାଷୀ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର, ବୃଦ୍ଧି ହେବାକୁ ଯାଉଛି ପିଏମ କିସାନ କିସ୍ତି ଟଙ୍କା
Advertisement
Article Detail0/zeeodisha/odisha1841399

PM Kisan: ଚାଷୀ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର, ବୃଦ୍ଧି ହେବାକୁ ଯାଉଛି ପିଏମ କିସାନ କିସ୍ତି ଟଙ୍କା

PM Kisan Samman Nidhi: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ସବୁ ଠିକ୍ ହୁଏ, ତେବେ କୃଷକମାନେ ପାଉଥିବା କିସ୍ତିରେ ସରକାର ଏକ ବଡ଼ ବୃଦ୍ଧି କରିପାରନ୍ତି ।

ସୌ: ସୋସିଆଲ ମିଡିଆ

PM Kisan Samman Nidhi: ସାରା ଦେଶରେ ୮.୫୦ କୋଟିରୁ ଅଧିକ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ୧୪ ତମ କିସ୍ତି ପରେ ୧୫ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ଏହା ପୂର୍ବରୁ ଏହି ଚାଷୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସମ୍ନାକୁ ଆସୁଛି । ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ କିସାନ ସାମ୍ମାନ ନିଧି କିସ୍ତି ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କେନ୍ଦ୍ର ସରକାର (Modi Govt) ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କାକୁ ବଢ଼ାଇ ପାରନ୍ତି ।

ଖବର ଅନୁଯାୟୀ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (PM-Kisan Samman Nidhi) ଯୋଜନାର ପରିମାଣକୁ ୫୦ ପ୍ରତିଶତ ବୃଦ୍ଧି କରିପାରନ୍ତି । ସୂଚନାନୁସାରେ, ସରକାର ପିଏମ କିସାନ ସମ୍ମାନ ନିଧି ଯୋଜନାର ପରିମାଣକୁ ୬୦୦୦ ରୁ ୯୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି ।

ଯଦି ଏହା ଘଟେ ତେବେ କୃଷକମାନେ ବାର୍ଷିକ ୩୦୦୦ ଟଙ୍କା ଲାଭ ପାଇବେ । ଏହା ପରେ କୃଷକମାନେ ପ୍ରତି ଚାରିମାସର ବ୍ୟବଧାନରେ ୨,୦୦୦ ଟଙ୍କା ବଦଳରେ ୩,୦୦୦ ଟଙ୍କା ଲେଖାଁଏ ପାଇପାରିବେ । ଉଲ୍ଲେଖନୀୟ କଥା ହେଉଛି, ଦୀର୍ଘ ଦିନ ଧରି ପିଏମ କିସାନ ସମ୍ମାନ ନିଧି ଯୋଜନାର ପରିମାଣକୁ ବୃଦ୍ଧି ପାଇଁ ଦାବି ରହିଆସିଛି । କହିରଖୁଛୁ ଯେ ବର୍ତ୍ତମାନ ୨୦୦୦ ଟଙ୍କା ଲେଖାଁଏ ରାଶି କୃଷକଙ୍କ ଆକାଉଣ୍ଟରେ ବର୍ଷକୁ ତିନି କିସ୍ତିରେ ହସ୍ତାନ୍ତର କରାଯାଉଛି ।

ଏହା ସହିତ ଏକ ଖବର ଅଛି ଯେ ଚାଷୀଙ୍କ ଆୟ ବଢ଼ାଇବାକୁ ହେଲେ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ଅଧୀନରେ କ୍ରୟ ବୃଦ୍ଧି କରିବାକୁ ମଧ୍ୟ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଯାହାଦ୍ୱାରା ଗ୍ରାମୀଣ କୃଷକମାନେ ସେମାନଙ୍କର ଉତ୍ପାଦ ବିକ୍ରୟ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

ଆପଣଙ୍କୁ କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୪ ତମ କିସ୍ତି ପରେ ଦେଶର କୃଷକମାନେ ୧୫ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ତେବେ, ୧୫ ତମ କିସ୍ତି ପାଇବାକୁ କୃଷକମାନଙ୍କୁ ସେମାନଙ୍କର ପ୍ରଧାନ ମନ୍ତ୍ରୀ କିସାନ ଆକାଉଣ୍ଟର eKYC କରିବାକୁ ପଡିବ । ସେହି କୃଷକମାନେ ଯେଉଁମାନେ ସେମାନଙ୍କର ଆକାଉଣ୍ଟରେ KYC କରି ନାହାଁନ୍ତି, ସେମାନେ ଏହାର ଲାଭରୁ ବଞ୍ଚିତ ହୋଇପାରନ୍ତି । ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ପିଏମ କିସାନ ଯୋଜନାର ହିତାଧିକାରୀ ଅଟନ୍ତି, ତେବେ ଆପଣଙ୍କ ଆକାଉଣ୍ଟରେ EKYC କୁ ଯଥାଶୀଘ୍ର କରିବାକୁ ପଡିବ ।

ଏହା ବି ପଢ଼ନ୍ତୁ: 7th Pay Commission: ଡିଏ ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କେବେ ଓ କେତେ ବୃଦ୍ଧି ହେବ?

ଏହା ବି ପଢ଼ନ୍ତୁ: Headache Reason: ବାରମ୍ବାର ମୁଣ୍ଡବିନ୍ଧା ହେବା ହୋଇପାରେ ସାଂଘାତିକ, ଏହା ପଛରେ ରହି ଥାଇପାରେ ଏହି ୯ ଗମ୍ଭୀର କାରଣ