PM Kisan: ପିଏମ କିସାନର ୧୪ତମ କିସ୍ତି ଆସିବା ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଜାଣି ଖୁସିରେ ନାଚି ଉଠିବେ ଚାଷୀ
Advertisement

PM Kisan: ପିଏମ କିସାନର ୧୪ତମ କିସ୍ତି ଆସିବା ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଜାଣି ଖୁସିରେ ନାଚି ଉଠିବେ ଚାଷୀ

PM Kisan: ପଞ୍ଜାବ ଓ ହରିୟାଣାରେ କମ୍ ଗହମ କ୍ରୟ ସମ୍ପର୍କରେ ପଚରାଯିବା ପରେ ଅଧିକାରୀ କହିଛନ୍ତି ଯେ, ଅଦିନିଆ ବର୍ଷା ଯୋଗୁଁ ଗହମ କ୍ରୟରେ ବିଳମ୍ବ ହୋଇଛି । ଆଗମନ ଅଧିକ ନଥିଲା ଓ ସେଥିପାଇଁ କ୍ରୟ ଅଧିକ ନଥିଲା । ତେବେ ଆଗାମୀ ଦିନରେ ଗହମ କ୍ରୟ ବୃଦ୍ଧି ପାଇବ ।

PM Kisan: ପିଏମ କିସାନର ୧୪ତମ କିସ୍ତି ଆସିବା ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଜାଣି ଖୁସିରେ ନାଚି ଉଠିବେ ଚାଷୀ

PM Kisan 14th Installment: କେନ୍ଦ୍ର ସରକାର (Central Government) ଚାଷୀ (Farmers) ଙ୍କ ପାଇଁ ଅନେକ ପ୍ରକାର ଯୋଜନା କରିଛନ୍ତି । ଗତ କିଛି ଦିନ ହେବ ଅଯଥା ବର୍ଷା ଯୋଗୁଁ ଗହମ (Wheat) ଫସଲ ମଧ୍ୟ ବହୁ କ୍ଷତି ସହିଛି । ବର୍ତ୍ତମାନ ଚାଷୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କେନ୍ଦ୍ରର ମୋଦି ସରକାର (Modi Govt) ଏକ ନୂତନ ନିଷ୍ପତ୍ତି ନେଇଛନ୍ତି । କୃଷକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଓ ଭୟରେ ବିକ୍ରୟକୁ ରୋକିବା ପାଇଁ କେନ୍ଦ୍ର ସରକାର ପଞ୍ଜାବ, ଚଣ୍ଡିଗଡ଼, ହରିୟାଣା ଏବଂ ରାଜସ୍ଥାନରେ ଗହମ କ୍ରୟ ପାଇଁ ଗୁଣାତ୍ମକ ମାନରେ ରିହାତି ପ୍ରଦାନ କରିଛି । ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ଏହି ୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର କିଛି ଅଞ୍ଚଳରେ ସମ୍ପ୍ରତି ଅଦିନିଆ ବର୍ଷା, କୁଆପଥର ଏବଂ ପ୍ରବଳ ପବନ ଗହମ ଫସଲକୁ ନଷ୍ଟ କରିଦେଇଛି । କ୍ରୟ ନିୟମକୁ ରିହାତି କରିବାକୁ ଏହି ରାଜ୍ୟଗୁଡିକର ସରକାରଙ୍କ ତରଫରୁ ଦାବି ଥିଲା । ବର୍ତ୍ତମାନ ମଧ୍ୟପ୍ରଦେଶରେ ଗହମ କ୍ରୟ ଚାଲିଛି । ଅନ୍ୟପଟେ ଅଦିନିଆ ବର୍ଷା ଯୋଗୁଁ ଅନ୍ୟ ରାଜ୍ୟରେ ବିଳମ୍ବ ହୋଇଛି । ରାଜ୍ୟ ଏଜେନ୍ସିଗୁଡ଼ିକର ସହଯୋଗରେ ଏଫସିଆଇ (FCI) ଗହମ କ୍ରୟ କରେ ।

fallback

କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସୁବୋଧ କୁମାର ସିଂ କହିଛନ୍ତି ଯେ,  ଆଞ୍ଚଳିକ ସର୍ଭେ ପରେ ପଞ୍ଜାବ, ଚଣ୍ଡିଗଡ଼, ହରିୟାଣା ଏବଂ ରାଜସ୍ଥାନରେ ଗହମ କ୍ରୟ ପାଇଁ ଗୁଣାତ୍ମକ ମାନରୁ ରିହାତି ଦିଆଯାଇଛି । ଏହାଦ୍ୱାରା ଚାଷୀଙ୍କ ଅସୁବିଧା ହ୍ରାସ ପାଇବ ଓ ଗହମର ସଂକଟପୂର୍ଣ୍ଣ ବିକ୍ରୟରୁ ସେମାନଙ୍କୁ ରକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି । ବର୍ତ୍ତମାନର ଛଅ ପ୍ରତିଶତ ସୀମା ତୁଳନାରେ ସରକାର ଶସ୍ୟ ଓ ଭଙ୍ଗା ଶସ୍ୟର ସୀମାକୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଇଛନ୍ତି । ସେ କହିଛନ୍ତି ଯେ,  ୬ ପ୍ରତିଶତ ପର୍ଯ୍ୟନ୍ତ ଶୁଖିଲା ଓ ଭଙ୍ଗା ଶସ୍ୟ ଥିବା ଗହମ ଉପରେ କୌଣସି ମୂଲ୍ୟ ହ୍ରାସ ଲାଗୁ ହେବ ନାହିଁ ।

ସେ କହିଛନ୍ତି ଆଗକୁ କହିଛନ୍ତି ଯେ, ୧୦ ପ୍ରତିଶତ ପର୍ଯ୍ୟନ୍ତ ବିନା ଚମକ ଥିବା ଗହମ ଉପରେ ମୂଲ୍ୟ କଟ୍ ଲାଗୁ ହେବ ନାହିଁ । କିନ୍ତୁ ୧୦ ପ୍ରତିଶତରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚମକ ହେଉଥିବା ଗମହ ଉପରେ ଏକ ସମାନ ଆଧାରରେ ୫.୩୧ ଟଙ୍କା ପ୍ରତି କ୍ୱିଣ୍ଟାଲ ମୂଲ୍ୟ ହ୍ରାସ କରାଯିବ । ଏହା ବ୍ୟତୀତ ଉଭୟ କ୍ଷତିଗ୍ରସ୍ତ ଓ ସାମାନ୍ୟ କ୍ଷତିଗ୍ରସ୍ତ ଶସ୍ୟ  ମିଶାଇ ୬ ପ୍ରତିଶତରୁ ଅଧିକ ହେବା ଉଚିତ୍ ନୁହେଁ । ସୁବୋଧ କୁମାର ସିଂ ଆହୁରି ମଧ୍ୟ କହିଛନ୍ତି ଯେ, ସଂରକ୍ଷଣ ସମୟରେ ରିହାତି ନିୟମ ଅନୁଯାୟୀ କିଣାଯାଇଥିବା ଗହମ ଷ୍ଟକ୍ ଗୁଣବତ୍ତାରେ କୌଣସି ଅବନତି ରାଜ୍ୟ ସରକାରଙ୍କ ଏକମାତ୍ର ଦାୟିତ୍ୱ ହେବ । ପଞ୍ଜାବ ଓ ହରିୟାଣାରେ କମ୍ ଗହମ କ୍ରୟ ସମ୍ପର୍କରେ ପଚରାଯିବା ପରେ ଅଧିକାରୀ କହିଛନ୍ତି ଯେ, ଅଦିନିଆ ବର୍ଷା ଯୋଗୁଁ ଗହମ କ୍ରୟରେ ବିଳମ୍ବ ହୋଇଛି । ଆଗମନ ଅଧିକ ନଥିଲା ଓ ସେଥିପାଇଁ କ୍ରୟ ଅଧିକ ନଥିଲା । ତେବେ ଆଗାମୀ ଦିନରେ ଗହମ କ୍ରୟ ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀମାନଙ୍କୁ ଜୋରଦାର ଝଟକା ଦେଲେ ମୋଦି ସରକାର, ହେବାକୁ ଯାଉଛି ବହୁତ ବଡ଼ କ୍ଷତି

ଅଧିକ ପଢ଼ନ୍ତୁ-ଦିନିକିଆ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଲା ବଡ଼ ଖବର, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ- 'ଐଶ୍ୱର୍ଯ୍ୟ'ର ସ୍ୱାମୀ ଶୁକ୍ର ଦେବଙ୍କ ହେଲା ଗୋଚର, ଏହି ୫ଟି ରାଶି ଉପରେ ବର୍ଷିବ ବିପୁଳ ଧନ!