ଥରୁଟିଏ ଲଗାନ୍ତୁ ଏହି ଗଛ... ପକେଟରେ ପସିବ ଲକ୍ଷେ !
Advertisement

ଥରୁଟିଏ ଲଗାନ୍ତୁ ଏହି ଗଛ... ପକେଟରେ ପସିବ ଲକ୍ଷେ !

ଅନେକ ବ୍ୟବସାୟ ଅଛି ଯେଉଁଥିରେ ଖୁବ୍ ଭଲ ଲାଭ ମିଳିଥାଏ । ଏପରି କି ଥରେ ପରିଶ୍ରମ କଲେ ବର୍ଷ ବର୍ଷ ଧରି ଆମକୁ ଭଲ ଲାଭ (Profit) ମିଳିଥାଏ । ଆଜି ଆପଣଙ୍କୁ ସେପରି କିଛି ବ୍ୟବସାୟ (business) ଉପରେ ଅବଗତ କରାଇବୁ ଯାହା ପାଇଁ ଆପଣଙ୍କୁ ମାତ୍ର ଥରୁଟିଏ ପରିଶ୍ରମ କରିବାକୁ ପଡିବ । ସେହି ପରିଶ୍ରମ ଦ୍ୱାରା ଆପଣଙ୍କୁ ସାରା ଜୀବନ ଗଛଟି ଲାଭ ଦେବ ।

ଥରୁଟିଏ ଲଗାନ୍ତୁ ଏହି ଗଛ... ପକେଟରେ ପସିବ ଲକ୍ଷେ !

Bay Leaf Farming: ଅନେକ ବ୍ୟବସାୟ ଅଛି ଯେଉଁଥିରେ ଖୁବ୍ ଭଲ ଲାଭ ମିଳିଥାଏ । ଏପରି କି ଥରେ ପରିଶ୍ରମ କଲେ ବର୍ଷ ବର୍ଷ ଧରି ଆମକୁ ଭଲ ଲାଭ (Profit) ମିଳିଥାଏ । ଆଜି ଆପଣଙ୍କୁ ସେପରି କିଛି ବ୍ୟବସାୟ (business) ଉପରେ ଅବଗତ କରାଇବୁ ଯାହା ପାଇଁ ଆପଣଙ୍କୁ ମାତ୍ର ଥରୁଟିଏ ପରିଶ୍ରମ କରିବାକୁ ପଡିବ । ସେହି ପରିଶ୍ରମ ଦ୍ୱାରା ଆପଣଙ୍କୁ ସାରା ଜୀବନ ଗଛଟି ଲାଭ ଦେବ । ନିଜ ଘରେ ତାହାକୁ ବ୍ୟବହାର କରିବା ସହ ବାହାର ବଜାରରେ ମଧ୍ୟ ବିକ୍ରି (sale) କରି ଆପଣ ଲାଭାନ୍ୱିତ ହୋଇପାରିବେ । ସବୁଠୁ ବଡ଼ କଥା ହେଉଛି ତାହା କୌଣସି ଋତୁ ନୁହେଁ ବରଂ ପ୍ରତି ସିଜିନ (Every season)ରେ ଲାଭ ପାଇପାରିବେ ।

ତେଜପତ୍ର ଚାଷ: ଲାଭଜନକ ଚାଷ ମଧ୍ୟରେ ତେଜ ପତ୍ର ଏକ ପ୍ରମୁଖ ଚାଷ । ଏହାକୁ 'ବାଇ-ପତ୍ର' ମଧ୍ୟ କୁହାଯାଏ, ଆମ ଦେଶରେ ତେଜ ପତ୍ର ଚାଷ କରି ଅନେକ ଚାଷୀ ଖୁବ ଲାଭ ମଧ୍ୟ ପାଉଛନ୍ତି । ତେବେ ଆପଣ ମଧ୍ୟ ଚାହିଁଲେ ଖୁବ୍ ସହଜରେ ତେଜ ପତ୍ର ଚାଷ କରିପାରିବେ । ଏହାକୁ ଉଭୟ କଞ୍ଚା ଏବଂ ଶୁଖିଲା (raw and dry) ଭାବରେ ବ୍ୟବହାର କରାଯାଏ । ଏହି ପତ୍ର ଅତ୍ୟନ୍ତ ସୁଗନ୍ଧିତ ପତ୍ର । ଖାଦ୍ୟରେ ବାସ୍ନା ଭରିବା ପାଇଁ ମୁଖ୍ୟତଃ ମସଲା ଭାବରେ ଏହାକୁ ବ୍ୟବହାର କରାଯାଇଥାଏ । ଆମ ଦେଶରେ ବହୁ ବର୍ଷ ଧରି ତେଜ ପତ୍ର ଉତ୍ପାଦିତ ହେଉଛି । ଭାରତ ସମେତ ଅନ୍ୟ ଦେଶରେ ମଧ୍ୟ ଏହା ଉତ୍ପାଦିତ ହୋଇଥାଏ । ବିଶେଷ କରି ଋଷିଆ, ଆମେରିକା, ଇଟାଲୀ ଫ୍ରାନ୍ସ, ବେଲଜିୟମ ଏବଂ ଉତ୍ତର ଆମେରିକାରେ ଏହା ବ୍ୟପକ ଭାବରେ ଚାଷ କରାଯାଇଥାଏ ।

ତେଜ ପତ୍ର ଚାଷ କିପରି ଆରମ୍ଭ କରିବେ ।
ଆପଣ ସହଜରେ ତେଜ ପତ୍ର ଚାଷ ଆରମ୍ଭ କରିପାରିବେ । ଏହି ଚାଷ କରିବା ପାଇଁ ଆପଣଙ୍କୁ ପ୍ରଥମେ ସାମାନ୍ୟ କଠିନ ପରିଶ୍ରମ କରିବାକୁ ପଡିବ । ପରେ ଧିରେ ଧିରେ ଗଛ ବଡ଼ ହୋଇଗଲେ ଆପଣଙ୍କର କାମ ମଧ୍ୟ କମିବାରେ ଲାଗିବ । ତେଜ ପତ୍ର ଗଛ ପ୍ରାୟତଃ ଜୁନ୍-ଜୁଲାଇ ମାସରେ ଲଗାଯାଇଥାଏ । ଏହାକୁ ସିଧାସଳଖ ବିହନ ପ୍ରଦ୍ଧତିରେ ବୁଣାଯାଇପାରିବ । ଅନ୍ୟ ଗଛ ପରି ଏହାକୁ କଲମୀ ପ୍ରଣାଳୀରେ ମଧ୍ୟ ଚାରା ପ୍ରସ୍ତୁତ କରାଯାଇପାରିବ । ସବୁ ପ୍ରକାରର ମାଟିରେ ତେଜ ପତ୍ର ଗଛ ହୋଇପାରୁଥିବାବେଳେ ପାହାଡ ପର୍ବତ ଅଞ୍ଚଳ ତଥା ପଥୁରିଆ ଜମିରେ ଏହି ଚାଷ ଭଲ ହୋଇଥାଏ । କିନ୍ତୁ ଗଛର ଉପଯୁକ୍ତ ଯତ୍ନ ତଥା ଛେଦନ ପ୍ରକ୍ରିୟା ସଠିକ ଭାବରେ କରେ ଗଛ ଆମକୁ ଭଲ ଲାଭ ଦେଇଥାଏ ।

ତେଜ ପତ୍ର ଉଦ୍ଭିଦ ଏକ ଚିର ସବୁଜ ଉଦ୍ଭିଦ । ଏହି ଗଛରେ ପ୍ରାୟ ବର୍ଷ ସାରା ପତ୍ର ଧରିଥାଏ । ପତ୍ର ପାକଳ ହେବା ପରେ ଅମଳ କରାଯାଏ । ପରେ ସେଗୁଡିକୁ ଶୁଖାଯାଇ ବ୍ୟବହାର ଉପଯୋଗୀ କରାଯାଇଥାଏ । ଯଦି ଆମେ ଲାଭ ବିଷୟରେ କହିବା, ତେବେ ଆପଣ ଗୋଟିଏ ତେଜ ପତ୍ର ଗଛରୁ ଆପଣ ବର୍ଷକୁ ୬ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଯଦି ଆପଣ ୨୫ ଟି ତେଜ ପତ୍ର ଗଛ ଲଗାନ୍ତି, ତେବେ ଆପଣ ଗୋଟିଏ ବର୍ଷରେ ୭୫ ହଜାରରୁ ୧ ଲକ୍ଷ ୨୫ ହଜାର ଟଙ୍କା ରୋଜଗାର କରିପାରିବେ । ଏହି ବ୍ୟବସାୟର ଆକାର ବଡ଼ କରି ଆପଣ ଆପଣଙ୍କର ରୋଜଗାର ମଧ୍ୟ ବୃଦ୍ଧି କରିପାରିବେ । ତେଜ ପତ୍ର ଚାଷ କରୁଥିବା କୃଷକମାନଙ୍କୁ ଜାତୀୟ ଔଷଧ ଉଦ୍ଭିଦ ବୋର୍ଡ ଦ୍ୱାରା ୩୦ ପ୍ରତିଶତ ସବସିଡି ମଧ୍ୟ ପ୍ରଦାନ କରାଯାଇଛି।

Also read- ଲୋକଙ୍କୁ ପିଆଜ ରସୁଣ ବାରଣ କିନ୍ତୁ ବାବା ଧିରେନ୍ଦ୍ର ଶାସ୍ତ୍ରୀ ନିଜେ ଖାଉଛନ୍ତି ସିଙ୍ଗଡ଼ା !