Airlines News: ମାତ୍ର ୨ ଯାତ୍ରୀଙ୍କୁ ନେଇ ଉଡିଲା ବିମାନ, ଭିଡିଓ ଭାଇରାଲ୍
Advertisement
Article Detail0/zeeodisha/odisha2053346

Airlines News: ମାତ୍ର ୨ ଯାତ୍ରୀଙ୍କୁ ନେଇ ଉଡିଲା ବିମାନ, ଭିଡିଓ ଭାଇରାଲ୍

Airlines News: ଯେତେବେଳେ ଦୁହେଁ ବିମାନରେ ପହଞ୍ଚିଲେ, ଆଉ ବିମାନଟି ଉଡ଼ାଣ ଭରିଲା, ସେତେବେଳେ ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ଦୁଇଜଣଙ୍କ ବ୍ୟତୀତ ବିମାନର ଇକୋନୋମି କ୍ଲାସରେ ଅନ୍ୟ କୌଣସି ଯାତ୍ରୀ ନଥିଲେ ।

Airlines News: ମାତ୍ର ୨ ଯାତ୍ରୀଙ୍କୁ ନେଇ ଉଡିଲା ବିମାନ, ଭିଡିଓ ଭାଇରାଲ୍

Airlines News: ପ୍ରାୟତଃ ଯେତେବେଳେ ଲୋକମାନେ ବିମାନରେ ଯାତ୍ରା କରନ୍ତି, ସେତେବେଳେ ବିମାନରେ ଯାତ୍ରୀ ପୂର୍ଣ୍ଣ ଥାଆନ୍ତି । କିନ୍ତୁ, ଯଦି ଆପଣ ବିମାନରେ ଯାତ୍ରା କରୁଛନ୍ତି, ଯେଉଁଥିରେ ଆପଣଙ୍କ ଏବଂ ଆପଣଙ୍କ ସହିତ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କୌଣସି ଯାତ୍ରୀ ନଥିବେ, ତେବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଯଦି ଏହା ମହିଳାଙ୍କ କ୍ଷେତ୍ରରେ ଘଟେ ତେବେ ଭୟ ଦ୍ଵିଗୁଣିତ ହୋଇଯାଏ। ଜଣେ ମା' ଓ ତାଙ୍କ ଝିଅ ବିମାନରେ ଯାତ୍ରା କଲାବେଳେ ଏହିପରି ସମାନ ଘଟଣା ତାଙ୍କ ସହିତ ଘଟିଥିଲା ​​।

ଲୋକମାନେ ବିମାନରେ ଯାତ୍ରା କରିବାକୁ ବହୁତ ପସନ୍ଦ କରନ୍ତି । ଯେତେବେଳେ ଆପଣ ବିଦେଶ ଭ୍ରମଣ କରନ୍ତି, ବିମାନରେ ଯାତ୍ରା କରିବା ହିଁ ଏକମାତ୍ର ବିକଳ୍ପ ଥାଏ । ଯଦିଓ ସମୁଦ୍ର ଦେଇ ଯାତ୍ରା କରିବା ମଧ୍ୟ ଅନ୍ୟ ଏକ ବିକଳ୍ପ ରହିଛି, କିନ୍ତୁ ଏହା ବହୁତ ସମୟ ଲାଗିଥାଏ । ଏଭଳି ପରିସ୍ଥିତିରେ, ଲୋକମାନେ ବିମାନରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଆଉ ଏହି ସମୟ ମଧ୍ୟରେ ବିମାନଗୁଡ଼ିକରେ ମଧ୍ୟ ଯାତ୍ରୀ ପୂର୍ଣ୍ଣ ରହିଥା'ନ୍ତି । ପାର୍ବଣ ଋତୁରେ, ବିମାନରେ ସିଟ୍ ପାଇବା ମଧ୍ୟ କଷ୍ଟକର ହୋଇଯାଏ।  ଏଭଳି ପରିସ୍ଥିତିରେ ଲୋକ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇଥିବା ବିମାନରେ ଯାତ୍ରା କରିବାକୁ ପଡ଼େ । କିନ୍ତୁ, ଏହା ତ ସାଧାରଣ କଥା । ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ବିମାନରେ ଆପଣ ଓ ଆପଣଙ୍କ ସହିତ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କୌଣସି ଯାତ୍ରୀ ନଥିବେ । ତେବେ ଏହା କ୍ୱଚିତ୍ ଘଟିଥାଏ, ନିକଟରେ ଦୁଇଜଣ ମହିଳାଙ୍କ ସହିତ ଏହା ଘଟିଛି । ବିମାନରେ ଉଭୟ ମା ଓ ଝିଅ ଥିଲେ ଏବଂ ଖ୍ରୀଷ୍ଟମାସରେ ବିମାନରେ ଯାତ୍ରା କରୁଥିଲେ ।

ଖାଲି ବିମାନ ଦେଖି ହୋଇଗଲେ ଚକିତ

୨୫ ବର୍ଷିୟ ଜୋଈ ଡୋଏଲ୍ ଡିସେମ୍ବର ୨୫ରେ ୫୯ ବର୍ଷିୟ ମା କିମି ସେଡେଲଙ୍କ ସହ ଏମିରେଟ୍ସ ଏୟାରଲାଇନ୍ସ ବିମାନରେ ଯାତ୍ରା କରୁଥିଲେ । ଉଭୟ ନିଜ ପରିବାର ସହିତ ଖ୍ରୀଷ୍ଟମାସ ପାଳନ କରିବାକୁ ସେଚେଲ୍ସରୁ ସ୍ୱିଜରଲ୍ୟାଣ୍ଡ ଯାଉଥିଲେ। ଉଭୟଙ୍କର ଟିକେଟ୍ ବିମାନର ଇକୋନୋମି କ୍ଲାସର ଥିଲା । କିନ୍ତୁ, ଯେତେବେଳେ ଦୁହେଁ ବିମାନରେ ପହଞ୍ଚିଲେ, ଆଉ ବିମାନଟି ଉଡ଼ାଣ ଭରିଲା, ସେତେବେଳେ ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ଦୁଇଜଣଙ୍କ ବ୍ୟତୀତ ବିମାନର ଇକୋନୋମି କ୍ଲାସରେ ଅନ୍ୟ କୌଣସି ଯାତ୍ରୀ ନଥିଲେ । ଯଦିଓ ଫାଷ୍ଟ କ୍ଲାସରେ ୪ ଜଣ ଯାତ୍ରୀ ଥିଲେ, କିନ୍ତୁ ସେମାନେ ଏକ ଅଲଗା ସେକ୍ସନରେ ଥିଲେ । ଏଭଳି ପରିସ୍ଥିତିରେ ଜୋଈ ଓ ତାଙ୍କ ମା କିମି ସମଗ୍ର ଇକୋନୋମି ଶକ୍ଲାସର ଦୁଇଜଣ ଯାତ୍ରୀ ଥିଲେ। ଆଉ ଏହା ପରେ ମଧ୍ୟ ଉଭୟଙ୍କୁ ଫାଷ୍ଟ କ୍ଲାସକୁ ସ୍ଥାନାନ୍ତର କରାଯାଇନଥିଲା।

ବିମାନରେ ମା ଓ ଝିଅ ମଜା କରିଥିଲେ

ଯଦିଓ ଜୋଈ ଓ ତାଙ୍କ ମା କିମି ବିମାନରେ ଇକୋନୋମି କ୍ଲାସରେ ମାତ୍ର ଦୁଇଜଣ ଥିବାରୁ ସେମାନେ ବିମାନରେ ଖୁବ ମଜା କରିଥିଲେ । ଉଭୟେ ବିମାନର ସବୁ ସ୍ଥାନ ବୁଲି ଦେଖିଲେ । ଦୁହେଁ ବିମାନ କର୍ମଚାରୀଙ୍କ ସହ କଥା ହେଲେ ଏବଂ ସେମାନଙ୍କ ସହ ଭିଡିଓ ମଧ୍ୟ କରିଲେ। କିମି କ୍ୟାବିନ କ୍ରୁ ଡ୍ରେସ ପିନ୍ଧି ଫଟୋ ମଧ୍ୟ ଉଠାଇଲେ । ଜୋଈ ବିମାନରେ ତାଙ୍କ ମଜାଦାର ଏକ ଭିଡିଓ ଅନଲାଇନରେ ମଧ୍ୟ ସେୟାର କରିଛନ୍ତି ।

Video:- 

Also Read- Crime News: ପ୍ରେମିକ ସାଜିଲା ଖଳନାୟକ, ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ

Also Read- Shani 2024: ଶନିଦେବଙ୍କ ଆଶୀର୍ବାଦରୁ ଏହି ରାଶି ବ୍ୟକ୍ତିଙ୍କ ବଦଳିବ ଭାଗ୍ୟ, ଏହି ରାଶିଙ୍କୁ ବଡ଼ ସଙ୍କଟ