PIB Fact Check On 1000 New Note: ନୂଆ ବର୍ଷରେ ଆସିବ ୧୦୦୦ ଟଙ୍କାର ନୂଆ ନୋଟ୍, ବନ୍ଦ ହେବ ୨୦୦୦ ଟଙ୍କିଆ ନୋଟ୍! ସରକାର ଦେଲେ ବଡ଼ ସୂଚନା
Advertisement

PIB Fact Check On 1000 New Note: ନୂଆ ବର୍ଷରେ ଆସିବ ୧୦୦୦ ଟଙ୍କାର ନୂଆ ନୋଟ୍, ବନ୍ଦ ହେବ ୨୦୦୦ ଟଙ୍କିଆ ନୋଟ୍! ସରକାର ଦେଲେ ବଡ଼ ସୂଚନା

PIB Fact Check On 1000 New Note: ଏହା ପରେ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେଉଥିବା ଭିଡିଓରେ ଦାବି କରାଯାଇଛି ଯେ, ଜାନୁୟାରୀ ୧, ୨୦୨୩ରୁ ୧୦୦୦ ଟଙ୍କିଆ ନୋଟ୍ ଫେରି ଆସୁଛି । ଏହି ଦାବିରେ ଏହା ମଧ୍ୟ କୁହାଯାଉଛି ଯେ, ଏହା ସହିତ ୨୦୦୦ ଟଙ୍କା ନୋଟ୍ ବ୍ୟାଙ୍କକୁ ଫେରସ୍ତ କରାଯିବ । 

PIB Fact Check On 1000 New Note: ନୂଆ ବର୍ଷରେ ଆସିବ ୧୦୦୦ ଟଙ୍କାର ନୂଆ ନୋଟ୍, ବନ୍ଦ ହେବ ୨୦୦୦ ଟଙ୍କିଆ ନୋଟ୍! ସରକାର ଦେଲେ ବଡ଼ ସୂଚନା

PIB Fact Check On 1000 New Note: ଆପଣ ସୋସିଆଲ ମିଡିଆ ମାଧ୍ୟମରେ ଏପରି କୌଣସି ମେସେଜ ପାଇଛନ୍ତି କି ନୂଆ ବର୍ଷରେ ୧୦୦୦ ଟଙ୍କିଆ ନୋଟ୍ (1000 Rupee New Note) ଆସିବ ଓ ୨୦୦୦ ଟଙ୍କିଆ (2000 Rupee) ନୋଟ୍ ବନ୍ଦ ହୋଇଯିବ । ଯଦି ଏହାର ଉତ୍ତରଟି ହଁ, ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ଏହି ଖବରଟି ପଢ଼ିବାର ଆବଶ୍ୟତା ରହିଛି । ବିଗତ ଦିନ କେନ୍ଦ୍ର ସରକାର (Central Government) ଏହା ନିଶ୍ଚିତ କରିଥିଲେ ଯେ, ୨୦୧୮-୧୯ ପରେ ୨୦୦୦ ଟଙ୍କିଆ ନୋଟ୍ (2000 Note) ଛାପିବା ପାଇଁ କୌଣସି ନୂତନ ଇଣ୍ଡେଣ୍ଟ ଦିଆଯାଇ ନାହିଁ । ଏହା ପରେ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେଉଥିବା ଭିଡିଓରେ ଦାବି କରାଯାଇଛି ଯେ, ଜାନୁୟାରୀ ୧, ୨୦୨୩ରୁ ୧୦୦୦ ଟଙ୍କିଆ ନୋଟ୍ ଫେରି ଆସୁଛି । ଏହି ଦାବିରେ ଏହା ମଧ୍ୟ କୁହାଯାଉଛି ଯେ, ଏହା ସହିତ ୨୦୦୦ ଟଙ୍କା ନୋଟ୍ ବ୍ୟାଙ୍କକୁ ଫେରସ୍ତ କରାଯିବ । କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ ଏହି ଦାବି ସତ ନୁହେଁ । ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବେ ଜାଣିବା...

ପାଠକ ମାନଙ୍କୁ ଏପରି କୌଣସି ଖବର ସହିତ ଅପଡେଟ୍ ରହିବା ଆବଶ୍ୟକ, ଯେଉଁଥିରେ ମିଛ ଦାବି କରାଯାଉଛି । ଆପଣଙ୍କୁ କହି ରଖୁଛୁ ଯେ, ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବା ଓ ୧୦୦୦ ଟଙ୍କିଆ ନୋଟ୍ ପୁନ ପ୍ରଚଳନ କରିବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ । ବିମୁଦ୍ରୀକରଣ ଅନ୍ତର୍ଗତ କେନ୍ଦ୍ରର ମୋଦି ସରକାର ନଭେମ୍ବର ୨୦୧୬ରେ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ କରିଦେଇଥିଲେ । ଏହା ସ୍ଥାନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ଦ୍ୱାରା ୨୦୦୦ ଟଙ୍କାର ଏକ ନୂଆ ନୋଟ୍ ଜାରି କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ ସରକାରୀ ଫ୍ୟାକ୍ଟ ଚେକର 'ପିବି ଫ୍ୟାକ୍ଟ ଚେକ୍' (PIB Fact Check) ଲୋକଙ୍କୁ ଏପରି ଫେକ୍ ଓ ବିଭ୍ରାନ୍ତିକର ମେସେଜକୁ ଫରୱାର୍ଡ ନ କରିବାକୁ ଚେତାବନୀ ଦେଇଛି । PIB ଫ୍ୟାକ୍ଟ ଚେକ୍ ଦ୍ୱାରା ଏକ ଟ୍ୱିଟରେ କୁହାଯାଇଛି ଯେ, ଏହି ଦାବି ଫେକ୍ ଅଟେ । ଦୟାକରି ଏହିପରି ବିଭ୍ରାନ୍ତିକର ମେସେଜ ଆଗକୁ ପଠାନ୍ତୁ ନାହିଁ, ଏହି ଟ୍ୱିଟ୍ PIB ଦ୍ୱାରା  ଡିସେମ୍ବର ୧୬ରେ କରାଯାଇଛି । ମେସେଜରେ ଏହା ପୁଣି କୁହାଯାଇଛି ଯେ ୨୦୦୦ ଟଙ୍କା ନୋଟ ପ୍ରତ୍ୟାହାର କରିବାକୁ ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି ।

ଏହା ବି ପଢ଼ନ୍ତୁ:-ଦୀପିକା ପାଦୁକୋନ ଦେଶକୁ କଲେ ଗୌରବାନ୍ୱିତ, ଫିଫା ବିଶ୍ୱକପ ଟ୍ରଫି ଲଞ୍ଚ କରିଥିବା ପ୍ରଥମ ଭାରତୀୟ

ଏହା ବି ପଢ଼ନ୍ତୁ:-କାରଖାନା କର୍ମଚାରୀଙ୍କ ପୁଅ, କିପରି ହେଲେ ବିଶ୍ୱ ଚାମ୍ପିଅନ୍; ପଢ଼ନ୍ତୁ ଲିଓନେଲ ମେସିଙ୍କ କାହାଣୀ

ନିକଟ ଅତୀତରେ ଅର୍ଥ ମନ୍ତ୍ରଣାଳୟ ତରଫରୁ ସଂସଦରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କୁହାଯାଇଛି ଯେ, ୨୦୧୮-୧୯ ବର୍ଷ ଠାରୁ ୨୦୦୦ ଟଙ୍କା ନୋଟ ଛାପିବା ପାଇଁ ପ୍ରେସକୁ କୌଣସି ନୂତନ ଇଣ୍ଡେଣ୍ଟ ଦିଆଯାଇ ନାହିଁ । ଏହା ବ୍ୟତୀତ ନକଲି ନୋଟଗୁଡିକର ପ୍ରଚାର ପ୍ରସାର ସମ୍ପର୍କରେ ସୂଚନା ଦେଇ ଅର୍ଥ ମନ୍ତ୍ରଣାଳୟ ରାଜ୍ୟସଭାରେ ଉତ୍ତର ଦେଇଥିଲା ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟାଙ୍କିଙ୍ଗ ସିଷ୍ଟମରେ ୨,୩୦,୯୭୧ ନକଲି ନୋଟ ଚିହ୍ନଟ ହୋଇଛି ।