Advertisement
Photo Details/zeeodisha/odisha2364506
photoDetails0hindi

Gold Price Today: ୪୫ ହଜାର ତଳେ ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ ଆଜି କେତେ ରହିଛି ରେଟ୍?

Gold Price Today: ଚଳିତ ମାସ ଆରମ୍ଭରୁ ଉପର ମୁହାଁ ରହିଛି ସୁନା ଦର। ଆଜି ମଧ୍ୟ ସୁନା ଦରରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି।  ଗତକାଲି ଦର ବୃଦ୍ଧି ପାଇଥିବା ବେଳେ ଆଜି ମଧ୍ୟ ସୁନାଦର ବଢିଛି। ଯାହା ଗ୍ରାହକଙ୍କର ପୁଣି ଥରେ ଚିନ୍ତା ବଢାଇ ଦେଇଛି। ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର? 

1/6

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୦, ୬୯୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୩୦୦  ଓ ୨୪ କ୍ୟାରେଟ୍ ରେ ୩୩୦ ଟଙ୍କା ବୃଦ୍ଧି ପାଇଛି। 

 

2/6

ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୦,୮୪୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୩୦୦ ଓ ୨୪ କ୍ୟାରେଟ୍ ରେ  ୩୩୦ ଟଙ୍କା ବୃଦ୍ଧି ପାଇଛି। 

 

3/6

ସେପଟେ,  ବୁଲିଅନ ବଜାର ଅନୁଯାୟୀ ଆଜି ୨୪୪୦ ଟଙ୍କା ସୁନା ବ୍ୟବସାୟ ଆରମ୍ଭ କରିଥିଲା । ବୁଲିଅନ ବଜାର ଦର ଅନୁଯାୟୀ ଶୁକ୍ରବାର ଦିନ ୧୪ କ୍ୟାରେଟ ସୁନା ଭରି ପିଛା ୪୪୯୭ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି। 

4/6

ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪, ୮୦୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୦ ,୬୯୦ ଟଙ୍କା ରହିଛି । 

5/6

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୦,୧୫୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୩୦୦ ଓ ୨୪ କ୍ୟାରେଟରେ ୩୨୦ ଟଙ୍କା ବୃଦ୍ଧି ପାଇଛି।  

6/6

ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୦ , ୬୯୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୩୦୦ ଓ ୨୪ କ୍ୟାରେଟ୍ ରେ ୩୩୦ ଟଙ୍କା ବୃଦ୍ଧି ପାଇଛି।