Petrol Diesel Price: ଜାରି ହେଲା ପେଟ୍ରୋଲ୍-ଡିଜେଲର ନୂଆ ଦର, ଜାଣନ୍ତୁ ଆଜି ଓଡି଼ଶାରେ ଲିଟର ପିଛା କେତେ ରହିଛି ରେଟ୍?
Advertisement

Petrol Diesel Price: ଜାରି ହେଲା ପେଟ୍ରୋଲ୍-ଡିଜେଲର ନୂଆ ଦର, ଜାଣନ୍ତୁ ଆଜି ଓଡି଼ଶାରେ ଲିଟର ପିଛା କେତେ ରହିଛି ରେଟ୍?

Petrol Diesel Price Today: ତୈଳ ଦର ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ଯାହା ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢାଇଛି। ତେବେ, ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପେଟ୍ରୋଲ୍-ଡିଜେଲ୍ (Petrol Diesel Rates) ଦର ହ୍ରାସ ପାଇବ ବୋଲି ଖାଉଟି ଆଶା ରଖିଛନ୍ତି। ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦରରେ (Petrol Diesel latest Price) କିଛିଟା ପରିବର୍ତ୍ତନ ହୋଇଛି । କେତେକ ପ୍ରମୁଖ ସହରରେ ତେଲ ଦର ହ୍ରାସ ପାଇଥିବା ବେଳେ ଆଉ କିଛିଟା ସହରରେ ତେଲ ଦର ବୃଦ୍ଧି ପାଇଛି। ତେବେ, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର ।

Petrol Diesel Price: ଜାରି ହେଲା ପେଟ୍ରୋଲ୍-ଡିଜେଲର ନୂଆ ଦର, ଜାଣନ୍ତୁ ଆଜି ଓଡି଼ଶାରେ ଲିଟର ପିଛା କେତେ ରହିଛି ରେଟ୍?

Petrol Diesel Price Today: ତୈଳ ଦର ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ଯାହା ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢାଇଛି। ତେବେ, ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପେଟ୍ରୋଲ୍-ଡିଜେଲ୍ (Petrol Diesel Rates) ଦର ହ୍ରାସ ପାଇବ ବୋଲି ଖାଉଟି ଆଶା ରଖିଛନ୍ତି। ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦରରେ (Petrol Diesel latest Price) କିଛିଟା ପରିବର୍ତ୍ତନ ହୋଇଇଛି । କେତେକ ପ୍ରମୁଖ ସହରରେ ତେଲ ଦର ହ୍ରାସ ପାଇଥିବା ବେଳେ ଆଉ କିଛିଟା ସହରରେ ତେଲ ଦର ବୃଦ୍ଧି ପାଇଛି। ତେବେ, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର ।

ଏହାବି ପଢନ୍ତୁ : Train Service: ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ୍ ଆରମ୍ଭ, ଏହି ସବୁ ରୁଟରେ ମିଳିବ ସେବା

ଛତିଶଗଡରେ ପେଟ୍ରୋଲର ମୂଲ୍ୟ ୫୦ ପଇସା ଏବଂ ଡିଜେଲ ୪୯ ପଇସା ଶସ୍ତା ହୋଇଛି। ହିମାଚଳ ପ୍ରଦେଶରେ ପେଟ୍ରୋଲ ଲିଟର ପିଛା ୪୯ ପଇସା ଏବଂ ଡିଜେଲ ୪୩ ପଇସା ଶସ୍ତା ହୋଇଛି। ସେହିପରି, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଅନ୍ୟପକ୍ଷରେ ହରିୟାଣା, ଆସାମ, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି। ଏହି କ୍ରମରେ, ଓଡି଼ଶାରେ ମଧ୍ୟ ପେଟ୍ରୋଲ୍-ଡିଜେଲ୍ ମୂଲ୍ୟରେ ବୃଦ୍ଧି ଘଟିଛି । ପେଟ୍ରୋଲ ଓ ଡିଜେଲରେ ୮ ପଇସା ଲେଖାଏଁ ବୃଦ୍ଧି ହୋଇଛି। 

ଏହି ସବୁ ସହର ଗୁଡିକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କେତେ ରହିଛି :
- ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦.୦୮ ଟଙ୍କା ରହିଛି।
- ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ ରହିଛି।
- କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା ରହିଛି।
- ଚେନ୍ନାଇରେ ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଲିଟର ପିଛା ଡିଜେଲ ୪୪.୨୪ ଟଙ୍କା ରହିଛି।
-ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ୍ ଲିଟର ପିଛା ୧୦୩.୧୯ ପଇସା ଥିବା ବେଳେ ଡିଜେଲ୍ ଲିଟର ୯୪.୭୬ ପଇସା ରହିଛି। 

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।

ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ:
ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।