Today Petrol-Diesel Price 5 March 2023: ପେଟ୍ରୋଲ-ଡିଜେଲ ହେଲା ମହଙ୍ଗା; ଅନେକ ରାଜ୍ୟରେ ବଢ଼ିଲା ଦାମ୍, ଜାଣନ୍ତୁ ଆପଣଙ୍କ ସହରରେ କେତେ ବଢ଼ିଛି ରେଟ୍?
Advertisement
Article Detail0/zeeodisha/odisha1596545

Today Petrol-Diesel Price 5 March 2023: ପେଟ୍ରୋଲ-ଡିଜେଲ ହେଲା ମହଙ୍ଗା; ଅନେକ ରାଜ୍ୟରେ ବଢ଼ିଲା ଦାମ୍, ଜାଣନ୍ତୁ ଆପଣଙ୍କ ସହରରେ କେତେ ବଢ଼ିଛି ରେଟ୍?

Today Petrol-Diesel Price 5 March 2023: ଦେଶର ଦିଲ୍ଲୀ, ମୁମ୍ୱାଇ ପରି ବଡ଼ ବଡ଼ ସହରରେ ତୈଳ ଦର ସ୍ଥିର ରହିଛି । ଏହାପୂର୍ବରୁ ଗତ ବର୍ଷ ମେ ୨୧ରେ ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ଓ ଡିଜେଲ ଲିଟର ପିଛା ୬ ଟଙ୍କା ହ୍ରାସ କରାଯାଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ପାଇନାହିଁ । ସେହି ସମୟରେ ଦେଶରେ ପେଟ୍ରୋଲ ୯.୫୦ ଟଙ୍କା ଓ ଡିଜେଲ ୭ ଟଙ୍କା ଲିଟର ପିଛା ଶସ୍ତା ହୋଇଥିଲା । 

Today Petrol-Diesel Price 5 March 2023: ପେଟ୍ରୋଲ-ଡିଜେଲ ହେଲା ମହଙ୍ଗା; ଅନେକ ରାଜ୍ୟରେ ବଢ଼ିଲା ଦାମ୍, ଜାଣନ୍ତୁ ଆପଣଙ୍କ ସହରରେ କେତେ ବଢ଼ିଛି ରେଟ୍?

Today Petrol-Diesel Price 5 March 2023: ଆଜି (ରବିବାର) ଅର୍ଥାତ ମାର୍ଚ୍ଚ ୫ରେ ଦେଶର କିଛି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦର ସ୍ଥିର ରହିଛି । ଆଜି WTI ଅଶୋଧିତ ତୈଳ ବ୍ୟାରେଲ ପିଛା ୭୯.୬୮ ଡଲାରରେ ବିକ୍ରି ହେଉଥିବାବେଳେ ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୮୫.୮୩ ଡଲାରରେ ବିକ୍ରି ହେଉଛି । ଆଜି ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଦେଇଛନ୍ତି । ଦେଶର ଦିଲ୍ଲୀ, ମୁମ୍ୱାଇ ପରି ବଡ଼ ବଡ଼ ସହରରେ ତୈଳ ଦର ସ୍ଥିର ରହିଛି । ଏହାପୂର୍ବରୁ ଗତ ବର୍ଷ ମେ ୨୧ରେ ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ଓ ଡିଜେଲ ଲିଟର ପିଛା ୬ ଟଙ୍କା ହ୍ରାସ କରାଯାଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ପାଇନାହିଁ । ସେହି ସମୟରେ ଦେଶରେ ପେଟ୍ରୋଲ ୯.୫୦ ଟଙ୍କା ଓ ଡିଜେଲ ୭ ଟଙ୍କା ଲିଟର ପିଛା ଶସ୍ତା ହୋଇଥିଲା । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ରାଜସ୍ଥାନ, ମହାରାଷ୍ଟ୍ର, ଓଡିଶା ଏବଂ କେରଳ ସରକାର ମଧ୍ୟ ଭାଟ୍ ହ୍ରାସ କରିଥିଲେ । 

ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ଅନ୍ୟପଟେ ଦେଶର ଅନ୍ୟାନ୍ୟ ସହରରେ ଆଜି ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ହ୍ରାସ ବୃଦ୍ଧି ଦେଖାଦେଇଛି । ରାଜଧାନୀ ଭୁବନେଶ୍ୱରରେ ତୈଳ ଦରରେ ବୃଦ୍ଧି ଘଟିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୦୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୬୩ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୧୯ ଟଙ୍କା ରହିଛି । ଗତକାଲି ଏଠାରେ ପେଟ୍ରୋଲ ଦର ୧୦୩.୦୧ ଟଙ୍କା ଥିଲା । ସେହିପରି ହାଇଦ୍ରାବାଦରେ ପେଟ୍ରୋଲ ଦର ୧୦୯.୯୯ ଟଙ୍କା ରହିଛି । ବେଙ୍ଗାଲୁରୁରେ ପେଟ୍ରୋଲ ଦର ୧୦୧.୯୪ ଟଙ୍କା ରହିଛି ।

ଆଜି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୨୭ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କା ରହିଛି । ଚେନ୍ନାଇରେ ଆଜି ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୯୪.୭୬ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଡିଜେଲ ଦର ୯୪.୫୮ ଟଙ୍କା ଥିଲା । ସେପଟେ ହାଇଦ୍ରାବାଦରେ ଡିଜେଲ ମୂଲ୍ୟ ୯୭.୮୨ ଟଙ୍କା ଥିବାବେଳେ ବେଙ୍ଗାଲୁରୁରେ ୮୭.୮୯ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ:-ସର୍ବଗୁଣ ସଂପନ୍ନ ହୋଇଥାଏ ରସୁଣ, ତଥାପି ଏହି ଲୋକମାନେ ରସୁଣ ଖାଇବା ଉଚିତ୍ ନୁହେଁ; ନଚେତ୍ ଭୋଗିବେ ଏସବୁ ସମସ୍ୟା

ଅଧିକ ପଢ଼ନ୍ତୁ:-ପିଏମ କିସାନର ଟଙ୍କା ମିଳିବା ପରେ କୃଷି ମନ୍ତ୍ରୀ ଦେଲେ ଆଉ ଏକ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଆପଣ

ଅଧିକ ପଢ଼ନ୍ତୁ:-ଏଠାରେ ବିବାହିତ ଦମ୍ପତି ପ୍ରତ୍ୟେକ ରାତିରେ ବଦଳାନ୍ତି ନିଜ ପାର୍ଟନର, ସେୟାର କଲେ ପରସ୍ପରର ପତ୍ନୀଙ୍କ ସହ ଶୋଇବାର ଭିଡିଓ

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।