Passport Index 2023: ପାସପୋର୍ଟ ଇଣ୍ଡେକ୍ସ ରାଙ୍କିଂ ତାଲିକାରେ ଶୀର୍ଷରେ ଦକ୍ଷିଣ କୋରିଆ, କେତେ ନମ୍ବର ସ୍ଥାନରେ ରହିଛି ଭାରତ?
Advertisement

Passport Index 2023: ପାସପୋର୍ଟ ଇଣ୍ଡେକ୍ସ ରାଙ୍କିଂ ତାଲିକାରେ ଶୀର୍ଷରେ ଦକ୍ଷିଣ କୋରିଆ, କେତେ ନମ୍ବର ସ୍ଥାନରେ ରହିଛି ଭାରତ?

Passport World Index 2023:  ଅନ୍ତର୍ଜାତୀୟ ବିମାନ ପରିବହନ ସଙ୍ଗଠନ ପକ୍ଷରୁ ପ୍ରାପ୍ତ ତଥ୍ୟ ଆଧାରରେ ହେନଲି ପାସପୋର୍ଟ ଇଣ୍ଡେକ୍ସ ଜାରି କରାଯାଇଛି। ଏହି ପ୍ରକ୍ରିୟାରେ ଦେଖାଯାଇଛି ଯେ କେଉଁ ଦେଶର ପାସପୋର୍ଟ ସହାୟତାରେ କେତେ ଦେଶରେ ଭିସା କିମ୍ବା ମାଗଣା ଭିସା ସୁବିଧା ଉପଲବ୍ଧ ରହିଛି। 

Passport Index 2023: ପାସପୋର୍ଟ ଇଣ୍ଡେକ୍ସ ରାଙ୍କିଂ ତାଲିକାରେ ଶୀର୍ଷରେ ଦକ୍ଷିଣ କୋରିଆ, କେତେ ନମ୍ବର ସ୍ଥାନରେ ରହିଛି ଭାରତ?

World Passport Index 2023:  ସଦ୍ୟ ପାସପୋର୍ଟ ଇଣ୍ଡେକ୍ସ ପକ୍ଷରୁ ଏହାର ସର୍ବଶେଷ ମାନତ୍ୟ ପ୍ରକାଶ କରଯାଇଛି। ଏହି ସୂଚକାଙ୍କରେ ଭାରତର ମୋବିଲିଟି ସ୍କୋର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବା ଜଣାପଡ଼ିଛି। ଗତ ବର୍ଷ ଭାରତର ମୋବିଲିଟି ସ୍କୋର ୭୩ ରହିଥିଲା। ଯେଉଁଥିପାଇଁ ଭାରତ ବିଶ୍ୱ ପାସପୋର୍ଟ ମାନ୍ୟତାରେସ ୧୩୮ ତମ ସ୍ଥାନରେ ରହିଥିଲା। ବର୍ତ୍ତମାନ ଏହି ସ୍କୋର ୭୦ ହୋଇଯାଇଛି। ଯେଉଁ କାରଣରୁ ଚଳିତ ଭାରତ ବିଶ୍ୱ ପାସପୋର୍ଟ ମାନ୍ୟତାରେ ଛଅଟି ସ୍ଥାନକୁ ଖସି ୧୪୪ ତମ ସ୍ଥାନରେ ପହଞ୍ଚିଛି।

ଭାରତର (India) ପଡୋଶୀ ଦେଶ ଚୀନ୍ (China) ବିଷୟରେ କହିବାକୁ ଗଲେ ଏହାର ମାନ୍ୟତା (Passport World Index 2023) ମଧ୍ୟ ହ୍ରାସ ପାଇଛି। ଏଥର ପାସପୋର୍ଟ ମାନ୍ୟତାରେ (Passport Ranking) ଚୀନ ୧୧୮ ତମ ସ୍ଥାନରେ ରହିଛି। ଏହାର କାରଣ ସମ୍ପର୍କରେ କୁହାଯାଇଛି ଯେ ଚୀନ ଭାରତ ଭଳି ଜାପାନ (Japan) ଏବଂ ୟୁରୋପୀୟ ୟୁନିଅନ୍ (European Union) ଭଳି ଦେଶ ସହିତ ମାଗଣା ଭିସା ଚୁକ୍ତି (Free Visa Agreement) କରିନାହିଁ। ଯେଉଁ କାରଣରୁ ଅନେକ ଦେଶ ଚୀନ ନାଗରିକଙ୍କୁ (Chinese Citizen) ମାଗଣା ଭିସା ଦେବାକୁ ମନା କରି ଦେଇଛନ୍ତି। ୧୭୪ ସ୍କୋର ସହିତ ଦକ୍ଷିଣ କୋରିଆ (South Korea) ପାସପୋର୍ଟ ସୂଚକାଙ୍କ (Passport Index) ତାଲିକାରେ ଦ୍ୱାଦଶ ସ୍ଥାନରେ ରହିଛି। ପାସପୋର୍ଟ ଇଣ୍ଡେକ୍ସ ରାଙ୍କିଂ (Passport Index Ranking) ମାନ୍ୟତାରେ ଏସୀୟ ଦେଶଙ୍କ ମଧ୍ୟରେ ଦକ୍ଷିଣ କୋରିଆ ଶୀର୍ଷରେ ରହିଛି। ଜାପାନ ୧୬୨  ମୋବିଲିଟି ସ୍କୋର ସହିତ ୨୬ ତମ ସ୍ଥାନରେ ରହିଛି। ପାସପୋର୍ଟ ମୁକାବିଲାରେ ଏସିଆ ମହାଦେଶରେ (Asina Continent) ଜାପାନ ରନର୍ସ ଅପ୍ ହୋଇଛି। 

Also Read: Passport Ranking 2022: ପାକିସ୍ତାନୀଙ୍କୁ ପ୍ରବେଶ ଦେବାକୁ ଚାହୁଁନାହିଁ ବିଶ୍ୱ

 

ଅନ୍ତର୍ଜାତୀୟ ବିମାନ ପରିବହନ ସଙ୍ଗଠନ (International Air Transport Association) ପକ୍ଷରୁ ପ୍ରାପ୍ତ ତଥ୍ୟ ଆଧାରରେ ହେନଲି ପାସପୋର୍ଟ ଇଣ୍ଡେକ୍ସ (Henley Passport Index) ଜାରି କରାଯାଇଛି। ଏହି ପ୍ରକ୍ରିୟାରେ ଦେଖାଯାଇଛି ଯେ କେଉଁ ଦେଶର ପାସପୋର୍ଟ ସହାୟତାରେ କେତେ ଦେଶରେ ଭିସା କିମ୍ବା ମାଗଣା ଭିସା ସୁବିଧା ଉପଲବ୍ଧ ରହିଛି। ଯଦି ଭାରତୀୟ ପାସପୋର୍ଟ (Indian Passport) ବିଷୟରେ କୁହାଯାଏ, ତାହେଲେ ଭାରତୀୟ ପାସପୋର୍ଟ ସହାୟତାରେ ୫୯ ଦେଶରେ ମାଗଣା ଭିସା ସୁବିଧା ଉପଲବ୍ଧ ରହିଛି। ଯାହାର ଅର୍ଥ ହେଉଛି ଆପଣ ଭିସା ବିନା ଏହି ଦେଶରେ ପ୍ରବେଶ କରିପାରିବେ।

କରୋନା ମହାମାରୀ (Corona Pandemic) ମଧ୍ୟ ପାସପୋର୍ଟ ରାଙ୍କି ତାଲିକାରେ ଭାରତର (Indian Passport Ranking) ମାନ୍ୟତା ହ୍ରାସ କରିବାର ଏକ କାରଣ ବୋଲି ବିଶ୍ୱାସ କରାଯାଏ। ରିପୋର୍ଟ ଅନୁଯାୟୀ, ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଭିସା ଦେବାରେ କଠୋରତା ଆରମ୍ଭ କରିଥିଲା। ଏହାର ଜବାବରେ ସେହି ଦେଶ ମଧ୍ୟ ଭାରତୀୟଙ୍କୁ ଭିସା ଦେବାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଏହି କାରଣରୁ ପାସପୋର୍ଟ ମାନ୍ୟତାରେ ଭାରତ ଛଅଟି ସ୍ଥାନ ତଳକୁ ଖସି ଯାଇଛି।