IndiGo Flight Service: ପୁଣି ସେବା ପାଇଁ ଚର୍ଚ୍ଚାରେ ଇଣ୍ଡିଗୋ ଏୟରଲାଇନ୍ସ; ଭାଇରାଲ ହେଲା ଫଟୋ
Advertisement
Article Detail0/zeeodisha/odisha2146130

IndiGo Flight Service: ପୁଣି ସେବା ପାଇଁ ଚର୍ଚ୍ଚାରେ ଇଣ୍ଡିଗୋ ଏୟରଲାଇନ୍ସ; ଭାଇରାଲ ହେଲା ଫଟୋ

IndiGo Airlines: ପୁନର୍ବାର ନିଜର ସେବା ପାଇଁ ଚର୍ଚ୍ଚାକୁ ଆସିଛି ପୁଣି ସେବା ପାଇଁ ଚର୍ଚ୍ଚାରେ ଇଣ୍ଡିଗୋ ଏୟରଲାଇନ୍ସ। ଏହି ଘଟଣା ସମ୍ନାକୁ ଆସିବା ପରେ ଜବାବ ରଖିଛି ଇଣ୍ଡିଗୋ ଏୟରଲାଇନ୍ସ। 

 IndiGo Flight Service: ପୁଣି ସେବା ପାଇଁ ଚର୍ଚ୍ଚାରେ ଇଣ୍ଡିଗୋ ଏୟରଲାଇନ୍ସ; ଭାଇରାଲ ହେଲା ଫଟୋ

IndiGo Flight Viral Photos: ପୁଣି ନିଜର ସେବା ପାଇଁ ଚର୍ଚ୍ଚାକୁ ଆସିଛି ଇଣ୍ଡିଗୋ ଏୟାର ଲାଇନ୍ସ। ଯାହାର ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି। ଏଥର ଇଣ୍ଡିଗୋ ଏୟାରଲାଇନ୍ସ ଯାତ୍ରୀଙ୍କୁ ବିନା ଗଦି ରହିଥିବା ସିଟ୍ ପ୍ରଦାନ କରି ଚର୍ଚ୍ଚାକୁ ଆସିଛି। ଏହି ବିମାନ ବେଙ୍ଗାଲୁରୁ-ଭୋପାଳ ମଧ୍ୟରେ ଚଳାଚଳ କରୁଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାର ଜବାବ ରଖିଛି ଇଣ୍ଡିଗୋ ଏୟାରଲାଇନ୍ସ। 

ମନେ କରନ୍ତୁ ଯେ ଆପଣ ଏକ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ବିମାନ ଟିକେଟ ବୁକିଂ କରିଛନ୍ତି। ଟିକେଟ ବୁକିଂ କରିସାରିବା ପରେ ଆପଣ ଉତ୍ସାହରେ ବିମାନରେ ଚଢୁଛନ୍ତି। ହେଲେ ବିମାନରେ ବସିବା ପାଇଁ ଆପଣଙ୍କ ଲାଗି କୌଣସି ସିଟ୍ ନାହିଁ। ବାଙ୍ଗାଲୋର ଠାରୁ ଭୋପାଳ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯଶଭିକା ରାଜ ଶାହ ନାମକ ଜଣେ ଯାତ୍ରୀଙ୍କ ସହ ଘଟିଯାଇଛି ଏଭଳି ଘଟଣା। ବିମାନ ଯାତ୍ରା କରିବା ସମୟରେ ଯାତ୍ରୀ ଜଣଙ୍କ ଦେଖିବାକୁ ପାଇଥିଲେ ଯେ ତାଙ୍କ ଆସନରେ କୌଣସି ଗଦି ନାହିଁ। ଏହି ଘଟଣାରେ ସେ ଏୟାରଲାଇନ୍ସ ଉଦ୍ଦେଶ୍ୟରେ ଟ୍ୱିଟ କରି କହିଥିଲେ ଯେ କିଛି ଦୟାଳୁ ବ୍ୟକ୍ତି, ମୋତେ ଗୋଟିଏ ଆସନ ଦିଅ! ଏହା ସହିତ ସେ ଆଶା ପ୍ରକଟ କରିଛନ୍ତି ଯେ ଏଭଳି ପରିସ୍ଥିତିରେ ତାଙ୍କର ଯାତ୍ରା ସୁଖଦ ହେବ।

ବିନା ଗଦି ରହିଥିବା ସିଟ୍ ଫଟୋ ହୋଇଗଲା ଭାଇରାଲ
ଯଶଭିକା ରାଜ ଶାହ ତାଙ୍କ ଯାତ୍ରା ଅଭିଜ୍ଞତା ବାଣ୍ଟି ବିନା ଗଦି ରହିଥିବା ସିଟ୍ ଫଟୋ ଉଠାଇ ଇଣ୍ଡିଗୋ ଏୟାରଲାଇନ୍ସ ଉଦ୍ଦେଶ୍ୟରେ ଟ୍ୟାଗ୍ କରି ଲେଖିଛନ୍ତି ଯେ, "ସୁନ୍ଦର@IndiGo6E ମୁଁ ଆଶା କରୁଛି ମୁଁ ନିରାପଦରେ ଅବତରଣ କରିପାରିବି। ଏହା ହେଉଛି ବେଙ୍ଗାଲୁରୁ ଠାରୁ ଭୋପାଳ ଅଭିମୁଖେ ଯାତ୍ରା କରୁଥିବା ଆପଣଙ୍କ ବିମାନ 6E 6465। " କିଛି ସମୟ ମଧ୍ୟରେ ତାଙ୍କ ପୋଷ୍ଟ ଭାଇରାଲ ହେବା ପରେ ଅନେକ ଲୋକ ମଜାଳିଆ ମନ୍ତବ୍ୟ ଦେଇଥିଲା। ହେଲେ ଏହା ପ୍ରଥମ ଥର ପାଇଁ ହୋଇନାହିଁ। ବିମାନ ଯାତ୍ରା ସମୟରେ ଏଭଳି ସମସ୍ୟା ସୃଷ୍ଟି ହେବା ଆଉ ଏହାକୁ ନେଇ ଅଭିଯୋଗ କରିବା ବର୍ତ୍ତମାନ ସାଧାରଣ ହୋଇଗଲାଣି। ଏହି ଘଟଣାରେ ଏବେ ଯାତ୍ରୀ ବିରକ୍ତ ହେବା ପରିବର୍ତ୍ତେ ଏହାକୁ ପରିହାସ କରୁଛନ୍ତି।

ଜଣେ ସୋସିଆଲ ମିଡ଼ିଆ ୟୁଜର କଟାକ୍ଷ କରିବା ଶୈଳୀରେ କହିଛନ୍ତି, ମୁଁ ଆଶା କରୁଛି ଯେ ୱେବ୍ ଚେକ୍ ସମୟରେ ଏହି ସିଟ୍ ଶୂନ୍ୟ ଟଙ୍କାରେ (Zero Rupees) ଉପଲବ୍ଧ। ସେହିପରି ଅନ୍ୟ ଜଣେ କହିଛନ୍ତି ଯେ, ବୋଧହୁଏ ପୂର୍ବ ଯାତ୍ରୀ ଜଣଙ୍କ ସେହି ଆସନ ନେଇ ଯାଇଛନ୍ତି। ଆଉ ଜଣେ କହିଛନ୍ତି ଯେ ମୁଁ ଚମତ୍କାର ଦୃଶ୍ୟ ବିଷୟରେ ଶୁଣିଛି। ହେଲେ ଆସନ ନେଇଯିବା ବିଷୟରେ ଶୁଣିନାହିଁ। ଏହା ପ୍ରଥମ ଥର ପାଇଁ ହେବ। ଚତୁର୍ଥ ବ୍ୟକ୍ତି ଜଣଙ୍କ ପରିହାସ କରିବା ଢଙ୍ଗରେ ପଚାରିଛନ୍ତି ଏହି ସ୍ୱତନ୍ତ୍ର ଆସନ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ଆପଣଙ୍କୁ କେତେ ଟଙ୍କାର ଅତିରିକ୍ତ ମୂଲ୍ୟ ନେଇଛି?

ଜବାବ ରଖିଲା ଇଣ୍ଡିଗୋ ଏୟାର ଲାଇନ୍ସ
ବିନା ଗଦି ରହିଥିବା ସିଟ୍ ଫଟୋ ଭାଇରାଲ ହେବା ପରେ ଜବାବ ରଖିଛି ଇଣ୍ଡିଗୋ ଏୟାର ଲାଇନ୍ସ। ଏନେଇ ଯାତ୍ରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ ଆମ ସହିତ ଯୋଗାଯୋଗ କରିଥିବାରୁ ଧନ୍ୟବାଦ। ସ୍ୱଚ୍ଛତା ପାଇଁ ବିମାନ ଉଡ଼ାଣ ପୂର୍ବରୁ ଆସନରେ ଲାଗିଥିବା ଗଦି ବଦଳାଯାଇଥିଲା। ଆମର ଚାଳକ ଦଳ ସଦସ୍ୟ ତୁରନ୍ତ ସେହି ଯାତ୍ରୀଙ୍କୁ ଜଣାଇଥିଲେ ଯେ, ଯେଉଁମାନେ ଏହି ସିଟ୍ ବଣ୍ଟନ କରିଥିଲେ। ଯାତ୍ରା ସମୟରେ ଆବଶ୍ୟକ ପରିଷ୍କାର ପରିଚ୍ଛନ କରିବା ହେଉଛି ମାନକ ଅଭ୍ୟାସ। ଆମେ ଆମର ଗ୍ରାହକଙ୍କୁ ସର୍ବୋଚ୍ଚ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ପ୍ରଦାନ କରିବାକୁ ଆମେ ପ୍ରତିଶୃତିବଦ୍ଧ।