Turkey Syria Earthquake: ଭୂକମ୍ପରେ ଛାରଖାର ତୁର୍କୀ -ସିରିୟା, ସାତ ହଜାର ପାର କଲା ମୃତ୍ୟୁ ସଂଖ୍ୟା
Advertisement

Turkey Syria Earthquake: ଭୂକମ୍ପରେ ଛାରଖାର ତୁର୍କୀ -ସିରିୟା, ସାତ ହଜାର ପାର କଲା ମୃତ୍ୟୁ ସଂଖ୍ୟା

Turkey Syria Earthquake: ଗୋଟିଏ ପରେ ଗୋଟିଏ ଭୂମିକମ୍ପରେ ଝାରଖାର ହୋଇଯାଉଛି ତୁର୍କୀ । ଭୂକମ୍ପ ଯୋଗୁଁ ତୁର୍କି ଓ ସିରିୟାରେ ହାହାକାର ପଡିଛି । ମଙ୍ଗଳବାର ସୁଦ୍ଧା ଉଭୟ ଦେଶର ମୃତ୍ୟୁସଂଖ୍ୟା ୭୮୦୦ ଅତିକ୍ରମ କରିଥିବାବେଳେ ୨୦ହଜାରରୁ ଅଧିକ ଆହତ ହୋଇଛନ୍ତି। ତୁର୍କୀରେ ମୃତ୍ୟୁସଂଖ୍ୟା ୫୪୩୪ରେ ପହଞ୍ଚିଥିବାବେଳେ ସିରିୟାରେ ୧୮୩୨ରେ ପହଞ୍ଚିଛି। ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଓ ଆନ୍ତର୍ଜାତିକ ସଂଗଠନ ଉଭୟ ଦେଶରେ ପହଞ୍ଚି ନିଜର ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି। 

Turkey Syria Earthquake: ଭୂକମ୍ପରେ ଛାରଖାର ତୁର୍କୀ -ସିରିୟା, ସାତ ହଜାର ପାର କଲା ମୃତ୍ୟୁ ସଂଖ୍ୟା

Turkey Syria Earthquake:  ଗୋଟିଏ ପରେ ଗୋଟିଏ ଭୂମିକମ୍ପରେ ଝାରଖାର ହୋଇଯାଉଛି ତୁର୍କୀ । ଭୂକମ୍ପ ଯୋଗୁଁ ତୁର୍କି ଓ ସିରିୟାରେ ହାହାକାର ପଡିଛି । ମଙ୍ଗଳବାର ସୁଦ୍ଧା ଉଭୟ ଦେଶର ମୃତ୍ୟୁସଂଖ୍ୟା ୭୮୦୦ ଅତିକ୍ରମ କରିଥିବାବେଳେ ୨୦ହଜାରରୁ ଅଧିକ ଆହତ ହୋଇଛନ୍ତି। ତୁର୍କୀରେ ମୃତ୍ୟୁସଂଖ୍ୟା ୫୪୩୪ରେ ପହଞ୍ଚିଥିବାବେଳେ ସିରିୟାରେ ୧୮୩୨ରେ ପହଞ୍ଚିଛି। ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଓ ଆନ୍ତର୍ଜାତିକ ସଂଗଠନ ଉଭୟ ଦେଶରେ ପହଞ୍ଚି ନିଜର ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏବେ ମଧ୍ୟ ଭଗ୍ନାବଶେଷ ମଧ୍ୟରେ ଅନେକ ଲୋକ ଚାପି ହୋଇ ରହିଥିବାବେଳେ ସେମାନଙ୍କ ନିକଟରେ ଉଦ୍ଧାରକାରୀ ଦଳ ପହଞ୍ଚିପାରି ନାହାନ୍ତି। ତେବେ, ଆଗକୁ ମୃତ୍ୟୁ ସଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଇଛି।

ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ଭୂମିକମ୍ପର କ୍ଷୟକ୍ଷତିକୁ ଦେଖି ତୁର୍କୀ ସରକାର ଦେଶରେ ୩ମାସ ପାଇଁ ଜରୁରୀପରିସ୍ଥିତି ଘୋଷଣା କରିଛନ୍ତି। ମଙ୍ଗଳବାର ମଧ୍ୟ ତୁର୍କୀରେ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଦୁଇ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ଓ ୫.୭। ଏହି ଦୁଇ ଭୂମିକମ୍ପ ପରେ ଅନେକ ଥର କମ୍ପନ ଅନୁଭୂତ ହୋଇଛି। ଏହି ଭୂମିକମ୍ପକୁ ନେଇ ଏଠାରେ କାର୍ଯ୍ୟ ଆରମ୍ଭ କରିଥିବା ବିଦେଶୀ ଉଦ୍ଧାରକାରୀ ଦଳଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି।

 

Also Read : Turkey Syria Earthquake: ଚାରି ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଧ୍ୱଂସସ୍ତୁପ ତଳେ ଏବେବି ଫସି ରହିଛନ୍ତି ଅନେକ

Also Read : Turkey Earth Quake: ୭ ଦଶମିକରୁ ଉର୍ଦ୍ଧ୍ୱ କେତେ ଥର ହୋଇଛି ଭୂକମ୍ପ ଓ କେତେ ଯାଇଛି ଜୀବନ ?

ତୁର୍କୀର ଭୂମିକମ୍ପ ପ୍ରଭାବିତ ଅଞ୍ଚଳରୁ ୩ଲକ୍ଷ ୮୦ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ସରକାରୀ ରିଲିଫ କେନ୍ଦ୍ରରେ ଆଶ୍ରୟ ଦିଆଯାଇଛି। ତୁର୍କୀ ଉପ ରାଷ୍ଟ୍ରପତି ଫୁଅତ ଓକଟେ କହିଛନ୍ତି ଯେ ୧୪ଟି ରାଷ୍ଟ୍ରର ୩,୨୯୪ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଉଦ୍ଧାରକାରୀ ଦଳକୁ ସର୍ବାଧିକ କ୍ଷତିଗ୍ରସ୍ତ ହାଟେ, କାହରମାନମାରାସ ଓ ଆଦିତ୍ୟମାନ ପ୍ରଦେଶକୁ ପଠାଯାଇଛି। ଉଦ୍ଧାରକାରୀ ଦଳ ଓ ରିଲିଫ ସାମଗ୍ରୀ ପଠାଇଥିବା ରାଷ୍ଟ୍ର ମଧ୍ୟରେ ରହିଛନ୍ତି ଭାରତ, ଚେକ୍ ରିପବ୍ଲିକ୍, ଫ୍ରାନ୍ସ, ମାଲଟା, ନେଦରଲ୍ୟାଣ୍ଡସ, ପୋଲାଣ୍ଡ, ଅଲଜେରିଆ, ଇଟାଲୀ, ମୋଲଡୋଭା, ଅଲବାନିଆ, ଇସ୍ରାଏଲ, ଉଜ୍‌ବେକିସ୍ତାନ, ହଙ୍ଗେରି, ଜର୍ମାନୀ, ସର୍ବିୟା, ସ୍ଲୋଭାକିଆ, କାତାର, ବ୍ରିଟେନ, ରୁଷ୍‌। ଏହା ବ୍ୟତୀତ ଅନ୍ୟ କେତେକ ରାଷ୍ଟ୍ର ମଧ୍ୟ ସହାୟତା ଦେବା ଲାଗି ଘୋଷଣା କରିଛନ୍ତି। ରାଷ୍ଟ୍ରପତି ତାଇପେ ଏର୍ଦୋଗାନଙ୍କ କହିବା ଅନୁଯାୟୀ ୭୦ଟି ରାଷ୍ଟ୍ର ସହାୟତା ଲାଗି ଘୋଷଣା କରିଛନ୍ତି।

ତୁର୍କୀରେ ବିଭିନ୍ନ ରାଷ୍ଟ୍ରର ଉଦ୍ଧାରକାରୀ ଦଳ ପହଞ୍ଚି ଥିବାବେଳେ ସିରିୟାରେ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଛି। ଏଠାକୁ ବିଦେଶୀ ସହାୟତା ପହଞ୍ଚିବାରେ ବିଳମ୍ବ ହୋଇଛି। ଏପରିସ୍ଥିତିରେ ଜାତିସଂଘ ପକ୍ଷରୁ ସିରିୟାକୁ ସହାୟତା କରିବା ଲାଗି ନିବେଦନ କରାଯାଇଛି। ମାନବିକ ସଂକଟ ସମୟରେ ସହାୟତା ଯୋଗାଇ ଦେବାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ନିବେଦନ କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) କହିଛି ଯେ ସିରିୟାରେ ଏବେ ବଡ ମାନବିକ ସଂକଟ ଦେଖାଯାଇଛି। ତୁର୍କୀରେ ଭାରତ ସହାୟତା ପହଞ୍ଚିଥିବା ବେଳେ ସିରିୟାକୁ ମଧ୍ୟ ସହାୟତା ପଠାଇବା ଲାଗି ଯୋଜନା କରୁଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ନୂଆଦିଲ୍ଲୀସ୍ଥିତ ସିରିୟା ଦୂତାବାସକୁ ଯାଇ ରାଷ୍ଟ୍ରଦୂତ ବାସମ ଅଲ୍‌ ଖାଦିବଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ସୋମବାର ତୁର୍କୀ ଓ ସିରିୟା ସୀମାରେ ୭.୮, ୭.୬ ଓ ୬.୦ ତୀବ୍ରତାର ତିନିଥର ବଡ ଭୂମିକମ୍ପ ହୋଇଥିଲା।