କେରଳରେ ଭୂସ୍ଖଳନ, ୨ ଓଡ଼ିଆ ହସ୍‍ପିଟାଲରେ ଆଉ ୨ଜଣଙ୍କ ପତ୍ତା ମିଳୁନି
Advertisement
Article Detail0/zeeodisha/odisha2360826

କେରଳରେ ଭୂସ୍ଖଳନ, ୨ ଓଡ଼ିଆ ହସ୍‍ପିଟାଲରେ ଆଉ ୨ଜଣଙ୍କ ପତ୍ତା ମିଳୁନି

ମୁଖ୍ୟମନ୍ତ୍ରୀ ମେହନ ମାଝି କୋରଳ ପ୍ରଶାସନ ସହ ଏ ବାବଦରେ ଆଲୋଚନା କରିଛନ୍ତି। କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦୁଇଜଣଙ୍କ ପରିଚୟ ସରକାରଙ୍କୁ ପଠାଇଛନ୍ତି। ଏ ବାବଦରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। 

କେରଳରେ ଭୂସ୍ଖଳନ, ୨ ଓଡ଼ିଆ ହସ୍‍ପିଟାଲରେ ଆଉ ୨ଜଣଙ୍କ ପତ୍ତା ମିଳୁନି

ଭୁବନେଶ୍ୱର: କେରଳର ଓ୍ୱାଇନାଡ଼ରେ ପ୍ରବଳ ବର୍ଷା ଯୋଗୁ ହୋଇଥିବା ଭୂସ୍ଖଳନରେ ୪ ଜଣ ଓଡ଼ିଆ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଭିତରୁ ଦୁଇଜଣ ହସ୍‍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ଦୁଇଜଣ ନିଖୋଜଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। 

ମୁଖ୍ୟମନ୍ତ୍ରୀ ମେହନ ମାଝି କୋରଳ ପ୍ରଶାସନ ସହ ଏ ବାବଦରେ ଆଲୋଚନା କରିଛନ୍ତି। କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦୁଇଜଣଙ୍କ ପରିଚୟ ସରକାରଙ୍କୁ ପଠାଇଛନ୍ତି। ଏ ବାବଦରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। 

ଏହି ଦୁର୍ଘଟଣା ଆଜି ପ୍ରାତଃ ସମୟରେ ଘଟିଥିଲା। ଏଥିରେ ସନ୍ଧ୍ୟା ସୁଦ୍ଧା ୧୦୮ ଜଣଙ୍କ ମୃତ୍ୟୁ ହୋଇଥିବା ଏଏନ୍‍ଆଇ ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ କୁହାଯାଇଛି। କେରଳ ବିପର୍ଯ୍ୟ ପ୍ରସମନ ସଂଗଠନ ପକ୍ଷରୁ ମାଟିରେ ପୋତି ହୋଇ ରହିଥିବା ଶରୀରକୁ ଉଦ୍ଧାର କରାଯାଉଛି। ଅନ୍ଧାର ଏବଂ କାଦୁଅ ଯୋଗୁ ସନ୍ଧ୍ୟାରେ ଉଦ୍ଧାର କାର୍ଯ୍ୟ ସ୍ଥଗିତ କରାଯାଇଛି। 

ଏହି ବିପର୍ଯ୍ୟୟରେ ପ୍ରଭାବିତ ୧୨୮ ଜଣଙ୍କୁ ଏବେ ଚିକିତ୍ସା ପାଇଁ ବିଭିନ୍ନ ହସ୍‍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ଉଦ୍ଧାରକାର୍ଯ୍ର ପାଇଁ ସ୍ୱତନ୍ତ୍ର ଟିମ୍‍ ପଠାଯାଇଛି। ଏହାସହ ୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି।

Also Read- ରାଜ୍ୟର ଶୀତଳ ଭଣ୍ଡାର କ୍ଷମତା କେତେ, ରାଜ୍ୟ କହୁଛି ୭ କେନ୍ଦ୍ର କହୁଛି ୧୮୨