OPS Vs NPS: ପୁରୁଣା ପେନସନର କାହିଁକି ଏତେ ଚାହିଦା, ଜାଣନ୍ତୁ ନୂଆ ପେନସନ ଅପେକ୍ଷା ଏହା କିପରି ଅଧିକ ଲାଭଦାୟକ?
Advertisement
Article Detail0/zeeodisha/odisha1576223

OPS Vs NPS: ପୁରୁଣା ପେନସନର କାହିଁକି ଏତେ ଚାହିଦା, ଜାଣନ୍ତୁ ନୂଆ ପେନସନ ଅପେକ୍ଷା ଏହା କିପରି ଅଧିକ ଲାଭଦାୟକ?

OPS Vs NPS: ପୂର୍ବରୁ ହିମାଚଳ ପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଏବଂ ଛତିଶଗଡରେ ପୁରୁଣା ପେନସନ୍ ପୁନଃ ଲାଗୁ କରାଯାଇଛି । ଏହା ପରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ କର୍ମଚାରୀଙ୍କ ତରଫରୁ ପୁରୁଣା ପେନସନର ଦାବି ମଧ୍ୟ ବୃଦ୍ଧି ପାଇଛି । ଏହା ବ୍ୟତୀତ ବିଭିନ୍ନ ରାଜ୍ୟରେ ମଧ୍ୟ ଏଥିପାଇଁ ଦାବି କରାଯାଉଛି ।

OPS Vs NPS: ପୁରୁଣା ପେନସନର କାହିଁକି ଏତେ ଚାହିଦା, ଜାଣନ୍ତୁ ନୂଆ ପେନସନ ଅପେକ୍ଷା ଏହା କିପରି ଅଧିକ ଲାଭଦାୟକ?

Old Pension Scheme Vs New Pension Scheme: ୨୦୨୪ରେ ଲୋକସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ କିଛି ରାଜ୍ୟ ସରକାର ପୁରୁଣା ପେନସନ ସ୍କିମ୍ (Old Pension Scheme) ଘୋଷଣା କରି ରାଜନୈତିକ ପାରା ବଢ଼ାଇଛନ୍ତି । ନିକଟ ଅତୀତରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ (OPS) ଉପହାର ଦେଇଛନ୍ତି । ଏହାପୂର୍ବରୁ ପଞ୍ଜାବ, ରାଜସ୍ଥାନ ଏବଂ ଛତିଶଗଡରେ ପୁରୁଣା ପେନସନ୍ ପୁନଃ ଲାଗୁ କରାଯାଇଛି । ଏହା ପରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ କର୍ମଚାରୀଙ୍କ ତରଫରୁ ପୁରୁଣା ପେନସନର ଦାବି ମଧ୍ୟ ବୃଦ୍ଧି ପାଇଛି । ଏହା ବ୍ୟତୀତ ବିଭିନ୍ନ ରାଜ୍ୟରେ ମଧ୍ୟ ଏଥିପାଇଁ ଦାବି କରାଯାଉଛି ।

ଏହା ଉପରେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ନିକଟ ଅତୀତରେ ଶ୍ରମିକ ସଂଗଠନଗୁଡ଼ିକ ପୁରୁଣା ପେନସନ୍ ବ୍ୟବସ୍ଥା (OPS) ର ପୁନଃ ଲାଗୁ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦାବି କରିଥିଲେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମ୍ମୁଖରେ ବସିବାକୁ ଦାବି କରି ଶ୍ରମିକ ସଂଗଠନ ଅନଲାଇନ୍ ବୈଠକରେ ଅଂଶଗ୍ରହଣ କରିନଥିଲେ । ତେବେ ଅର୍ଥ ରାଜ୍ୟମନ୍ତ୍ରୀ ଭାଗବତ କରାଡ ପୁରୁଣା ପେନ୍‌ସନ୍‌ ଲାଗୁ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । ଆସନ୍ତୁ ଜାଣିବା ପୁରୁଣା ପେନସନ ସ୍କିମ୍ ଓ ନୂତନ ପେନସନ ସ୍କିମ୍ ( New Pension Scheme) ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି?

ଏସବୁ ମଧ୍ୟରୁ ବଡ଼ ପ୍ରଶ୍ନ ହେଉଛି ପୁରୁଣା ପେନସନ ଯୋଜନାକୁ ଲାଗୁ କରିବା ଭବିଷ୍ୟତ ପାଇଁ ଠିକ୍ ହେବ କି ନାହିଁ । ବିଶେଷଜ୍ଞ ମାନେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଋଣଗ୍ରସ୍ତ ରାଜ୍ୟ ମାନେ ପୁରୁଣା ପେନନ୍ ଯୋଜନା କାର୍ଯ୍ୟକାରୀ କରନ୍ତି, ତେବେ ଏହା ଆଗାମୀ ସମୟରେ ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ଏହାଦ୍ୱାରା ଆଗାମୀ ସରକାର ଉପରେ ଆର୍ଥିକ ବୋଝ ବୃଦ୍ଧି ପାଇବ । NITI ଆୟୋଗର ଡେପୁଟି ଚେୟାରମ୍ୟାନ୍ ବେରୀ ଅତୀତରେ ସ୍ପଷ୍ଟ ଭାବରେ କହିଥିଲେ ଯେ, ରାଜ୍ୟ ସରକାର ଗ୍ରହଣ କରିଥିବା ଏହି ପଦକ୍ଷେପ ଭବିଷ୍ୟତର ଟିକସଦାତାଙ୍କ ଉପରେ ବୋଝ ପକାଇବ ।

ପୁରୁଣା ପେନସନ୍ ଯୋଜନା କ’ଣ?

ଏହି ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ଭଣ୍ଡାରରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ ।

ଅଧିକ ପଢ଼ନ୍ତୁ:-ପିଏମ କିସାନର କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ ଦେଲେ ବଡ଼ ଖୁସି ଖବର, ପ୍ରତ୍ୟେକ ଚାଷୀଙ୍କୁ ମିଳିବ ଜବରଦସ୍ତ ଲାଭ

ଅଧିକ ପଢ଼ନ୍ତୁ:-ଏତେ ରହିଛି ମୁଣ୍ଡ ପିଛା ଋଣ ଭାର, ଆଶ୍ଚର୍ଯ୍ୟଜନକ ତଥ୍ୟ ଉପସ୍ଥାପନ କଲେ ସରକାର; ଆପଣ ମଧ୍ୟ ଜାଣି ନିଅନ୍ତୁ

ନୂତନ ପେନସନ ଯୋଜନା କ’ଣ?

ନୂତନ ପେନସନ ଯୋଜନା ବେସିକ୍ ବେତନ ଓ ଡିଏର ୧୦ ପ୍ରତିଶତ ଅଂଶ କଟାଇଥାଏ । ଜାତୀୟ ପେନସନ୍ ସ୍କିମ୍ (NPS) ସମ୍ପୁର୍ଣ୍ଣ ଭାବରେ ଷ୍ଟକ୍ ମାର୍କେଟର ଗତିବିଧି ଉପରେ ଆଧାରିତ । ଏଥିରେ ୬୦ ବର୍ଷ ପରେ ପେନସନ ପାଇବାକୁ ହେଲେ NPS ପାଣ୍ଠିର ୪୦ ପ୍ରତିଶତ ନିବେଶ କରିବାକୁ ପଡ଼ିଥାଏ । ଅର୍ଥାତ୍ ଆପଣଙ୍କ ୬୦ ପ୍ରତିଶତ ଅର୍ଥରୁ ପେନସନ ମିଳିଥାଏ । ଏହି ଯୋଜନାରେ ଅବସର ପରେ ପେନସନର କୌଣସି ଗ୍ୟାରେଣ୍ଟି ନାହିଁ । କିମ୍ବା ସମ୍ପର୍କୀୟଙ୍କ ପାଇଁ କୌଣସି ସୁବିଧା ନାହିଁ । ଏଥିରେ DA ବୃଦ୍ଧି ପାଇଁ କୌଣସି ବ୍ୟବସ୍ଥା ନାହିଁ ।

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।