Old Pension Scheme: ପୁରୁଣା ପେନସନ ଉପରେ କେନ୍ଦ୍ର ସରକାର ନେଲେ ଏପରି ନିଷ୍ପତ୍ତି, ଜାଣି ଆପଣ ହୋଇଯିବେ ଖୁସ୍! ଅର୍ଥ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି
Advertisement

Old Pension Scheme: ପୁରୁଣା ପେନସନ ଉପରେ କେନ୍ଦ୍ର ସରକାର ନେଲେ ଏପରି ନିଷ୍ପତ୍ତି, ଜାଣି ଆପଣ ହୋଇଯିବେ ଖୁସ୍! ଅର୍ଥ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି

Old Pension Scheme:  ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।

Old Pension Scheme: ପୁରୁଣା ପେନସନ ଉପରେ କେନ୍ଦ୍ର ସରକାର ନେଲେ ଏପରି ନିଷ୍ପତ୍ତି, ଜାଣି ଆପଣ ହୋଇଯିବେ ଖୁସ୍! ଅର୍ଥ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି

Old Pension Scheme: ସାରା ଦେଶରେ ପୁରୁଣା ପେନସନ ଯୋଜନା (OPS) କୁ  ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ କେନ୍ଦ୍ର ସରକାର (Central Government) ଙ୍କ ଉପରେ ପୁରୁଣା ପେନସନ ସିଷ୍ଟମ (OPS) ଲାଗୁ କରିବାର ଚାପ ବଢ଼ୁଛି । ଏହାର କାର୍ଯ୍ୟକାରିତା ସମ୍ପର୍କରେ ସରକାର ମଧ୍ୟ ସୂଚନା ଦେଇଛନ୍ତି । ପୁରୁଣା ପେନସନ ଯୋଜନା (Old Pension Scheme) ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟରୁ ଏବେ ବଡ଼ ଖବର ସାମ୍ନାକୁ ଆସୁଛି । ଆପଣଙ୍କୁ କହିଛୁ ଯେ, କେତେବେଳେ କେନ୍ଦ୍ର ସରକାର ଶେଷରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିପାରନ୍ତି ।

କର୍ମଚାରୀ (Central Government Employees) ଙ୍କ ପେନସନ୍ ସିଷ୍ଟମ (Pension System) ର ସମୀକ୍ଷା ପାଇଁ ଅର୍ଥ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି । ଅର୍ଥ ସଚିବ ଟିଭି ସୋମନାଥନଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି । ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ଜାତୀୟ ପେନସନ ସିଷ୍ଟମ୍ (NPS) ର ସଂରଚନାରେ କୌଣସି ପରିବର୍ତ୍ତନ ଆବଶ୍ୟକ କି ନାହିଁ ଏହି କମିଟି ପରାମର୍ଶ ଦେବ । ଏଠାରେ ଜଣାଇ ରଖୁଛୁ ଯେ,  ୨୦୦୩ ମସିହା ପୂର୍ବରୁ ସରକାରୀ ସେବାରେ ଆସିଥିବା କର୍ମଚାରୀମାନଙ୍କୁ ପୁରୁଣା ପେନସନ୍ ଯୋଜନା (OPS) ର ଲାଭ ଦିଆଯାଉଛି । ଅନ୍ୟପକ୍ଷରେ, ଜାନୁଆରୀ ୨୦୦୪ରୁ ସରକାରୀ ସେବାରେ ଆସିଥିବା କର୍ମଚାରୀମାନେ ନୂତନ ପେନସନ ବ୍ୟବସ୍ଥା (New Pension System) ର ଲାଭ ପାଉଛନ୍ତି । କେନ୍ଦ୍ର ସରକାର (Central Govt) ବ୍ୟତୀତ ଦେଶର ୫ଟି ରାଜ୍ୟ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଯେଉଁ ସରକାରୀ କର୍ମଚାରୀ ପୁରୁଣା ପେନସନ୍ ଯୋଜନା ଚୟନ କରିପାରିବେ, ସେମାନଙ୍କ ପାଖରେ ଏହି ପେନସନ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚୟନ ପାଇଁ ବିକଳ୍ପ ଅଛି । ଏହା ସହିତ ସରକାର କହିଛନ୍ତି ଯେ, ଅଗଷ୍ଟ ୩୧ ପର୍ଯ୍ୟନ୍ତ ପୁରୁଣା ପେନସନ ସ୍କିମ୍ (OPS) ର ବିକଳ୍ପ ଚୟନ କରିନଥିବା ଯୋଗ୍ୟ କର୍ମଚାରୀଙ୍କୁ ନୂତନ ପେନସନ ଯୋଜନାରେ ରଖାଯିବ ।

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀମାନଙ୍କୁ ଜୋରଦାର ଝଟକା ଦେଲେ ମୋଦି ସରକାର, ହେବାକୁ ଯାଉଛି ବହୁତ ବଡ଼ କ୍ଷତି

ଅଧିକ ପଢ଼ନ୍ତୁ-ଦିନିକିଆ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଲା ବଡ଼ ଖବର, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ- 'ଐଶ୍ୱର୍ଯ୍ୟ'ର ସ୍ୱାମୀ ଶୁକ୍ର ଦେବଙ୍କ ହେଲା ଗୋଚର, ଏହି ୫ଟି ରାଶି ଉପରେ ବର୍ଷିବ ବିପୁଳ ଧନ!

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ସେହିପରି ପଞ୍ଜାବ ଓ ଝାରଖଣ୍ଡରେ ମଧ୍ୟ ପୁରୁଣା ପେନସନ ସ୍କିମ୍ ଲାଗୁ କରାଯାଇଛି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ । ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।